
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ୍ ଛୁଇଁଛନ୍ତି। ଇଂଲଣ୍ଡ ବିପକ୍ଷରେ ୪୮ ତମ ରନ୍ ସ୍କୋର କରିବା ପରେ ରୋହିତ ଶର୍ମା ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଭାରତ ପାଇଁ ୧୮ ହଜାର ରନ୍ ସ୍କୋର କରିଥିବା ରୋହିତ ଶର୍ମା ପଞ୍ଚମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସଚିନ ତେନ୍ଦୁଲକର ପ୍ରଥମେ ଏହି କୀର୍ତ୍ତିମାନ କରିଥିଲେ। ଏହା ପରେ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲି ୧୮ ହଜାର ରନ୍ ଛୁଇଁଥିଲେ। ଏଥି ସହିତ ବର୍ତ୍ତମାନ ରୋହିତ ଶର୍ମା ଏହି ସ୍ୱତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି।
୪୭୭ ଇନିଂସରେ ୧୮ ହଜାର ରନ୍ ସ୍କୋର କରି ରୋହିତ ଶର୍ମା ଏହି ସଫଳତା ହାସଲ କରିଛନ୍ତି। ODI ଫର୍ମାଟରେ ରୋହିତ ଶର୍ମା ୧୦ ହଜାର ୪୭୦ ରନ୍ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ରୋହିତ ଶର୍ମାଙ୍କ ନାମ ଯଥାକ୍ରମେ ଟେଷ୍ଟ ଏବଂ ଟି -୨୦ ଫର୍ମାଟରେ ୩୬୭୭ ଏବଂ ୩୮୫୩। ଏହା ବ୍ୟତୀତ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ୟାରିୟରରେ ୪୫ ଶତକ ହାସଲ କରିଛନ୍ତି। ଯେତେବେଳେ କି ଅର୍ଦ୍ଧଶତକୀୟ ପାଳି ୯୮ ଥର ଖେଳିଛନ୍ତି।
ରୋହିତ ଶର୍ମାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଏହିପରି:
୨୫୭ ଟି ODI ମ୍ୟାଚ୍ ର ୨୪୯ ଇନିଂସରେ ରୋହିତ ଶର୍ମା ୩୧ ଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏକି ODI ଫର୍ମାଟରେ ୩ ଡବଲ୍ ଶତକ ହାସଲ କରିଛନ୍ତି। ରୋହିତ ଶର୍ମା ଟେଷ୍ଟ ଫର୍ମାଟରେ ଗୋଟିଏ ଦ୍ଵିଶତକୀୟ ପାଳି ଖେଳିଥିବା ବେଳେ ୧୦ ଟି ଶତକ ହାସଲ କରିଛନ୍ତି। ଏଥି ସହିତ ଭାରତୀୟ ଅଧିନାୟକ ଟି -୨୦ ଫର୍ମାଟରେ ୪ ଥର ଶତକ ହାସଲ କରିଛନ୍ତି। ଏବଂ ୨୯ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।