ଏକାସାଙ୍ଗରେ ୪ ସନ୍ତାନ ଜନ୍ମ ଦେଲେ ମହିଳା, ସମସ୍ତ ନବଜାତ ଶିଶୁ ସୁସ୍ଥ

Published: Oct 29, 2023, 9:32 pm IST

ଆରା: ବିହାରର ଆରା ଜିଲ୍ଲାର ଏକ ଦମ୍ପତିଙ୍କର ଚାରି ବର୍ଷ ବିବାହ ପରେ ସନ୍ତାନ ନଥିଲା। ସନ୍ତାନ ପାଇବା ପାଇଁ ଚିକିତ୍ସା କରିବା ସହିତ ଏହି ଦମ୍ପତି ଅନେକ ପୂଜାପାଠ ମଧ୍ୟ କରିଥିଲେ। ବର୍ତ୍ତମାନ ମହିଳା ଜଣକ ଏକାଠି ଚାରି ପୁଅଙ୍କୁ ଜନ୍ମ ଦେଇଛନ୍ତି, ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ବିହାରର ବକ୍ସର ଜିଲ୍ଲାର ନଇନି ଜୋର ପୋଲିସ ଷ୍ଟେସନ ଅଧୀନରେ ଥିବା ଛୋଟକି ନଇନି ଜୋରର ବାସିନ୍ଦା ଭରତ ଯାଦବଙ୍କ ପତ୍ନୀ ଜ୍ଞାନତୀ ଦେବୀ ଶନିବାର ଏକାସାଙ୍ଗରେ ଚାରି ପୁଅଙ୍କୁ ଜନ୍ମ ଦେଇଛନ୍ତି।

ତେବେ ଅସ୍ତ୍ରୋପଚାର ଦ୍ଵାରା ସମସ୍ତ ଚାରି ପିଲାଙ୍କୁ ଜନ୍ମ ଦିଆଯାଇଛି। ବିବାହ ପରେ ଚାରି ବର୍ଷ ପର୍ଯ୍ୟନ୍ତ ଜ୍ଞାନତୀ ଦେବୀ ଗର୍ଭବତୀ ହୋଇନଥିଲେ। ବର୍ତ୍ତମାନ ସେମାନଙ୍କର ଚାରି ସନ୍ତାନ ଜନ୍ମ ନେଇଛନ୍ତି, ସେମାନଙ୍କ ପରିବାର ଅତ୍ୟଧିକ ଆନନ୍ଦିତ।

Related posts