Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁଗଳ ମୁକାବିଲାରେ ଇଂଲଣ୍ଡ-ବାଂଲାଦେଶ , ନ୍ୟୁଜିଲ୍ୟାଣ୍ଡ- ଆଫଗାନିସ୍ତାନ : ଅଲୋଡା ହ୍ୟାଟ୍ରିକ୍‌ ଏଡାଇବା ଲକ୍ଷ୍ୟରେ ଇଂଲଣ୍ଡ
ଆଜିର ଖବର

ଯୁଗଳ ମୁକାବିଲାରେ ଇଂଲଣ୍ଡ-ବାଂଲାଦେଶ , ନ୍ୟୁଜିଲ୍ୟାଣ୍ଡ- ଆଫଗାନିସ୍ତାନ : ଅଲୋଡା ହ୍ୟାଟ୍ରିକ୍‌ ଏଡାଇବା ଲକ୍ଷ୍ୟରେ ଇଂଲଣ୍ଡ

June 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି କ୍ରିକେଟ ବିଶ୍ବକପ୍‌ ୨୦୧୯ରେ ଦୁଇଟି ମ୍ୟାଚ୍‌ ଦେଖିବାକୁ ମିଳିବ। ଘରୋଇ ଇଂଲଣ୍ଡ ବାଂଲାଦେଶର ସମ୍ମୁଖୀନ ହେଉଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦଳ ଆଫଗାନିସ୍ତାନର ମୁକାବିଲା କରିବ। ପ୍ରଥମ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବାଂଲାଦେଶର ମୁକାବିଲା କରିବ। ପୂର୍ବରୁ ଦୁଇଟି ବିଶ୍ବକପ୍‌ ମ୍ୟାଚ୍‌ରେ ବାଂଲାଦେଶ ଠାରୁ ପରାଜିତ ହୋଇଥିବା ଇଂଲଣ୍ଡ ଏହି ମ୍ୟାଚ୍‌ରେ ଅଲୋଡା ହ୍ୟାଟ୍ରିକ୍‌ରୁ ବଞ୍ଚିବାକୁ ଚେଷ୍ଟା କରିବ। ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା। ଇଂଲଣ୍ଡର ବ୍ୟାଟିଂ ଉଭୟ ମ୍ୟାଚ୍‌ରେ ସଫଳ ହୋଇଥିଲେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଏହାର ଦୁର୍ବଳ ବୋଲିଂ ଦଳର ପରାଜୟର କାରଣ ସାଜିଥିଲା। ଘରୋଇ ପରିବେଶରେ ଇଂଲଣ୍ଡ ଫେବ୍ରିଟ୍‌ ରହିଥିବା ବେଳେ ଇଂଲଣ୍ଡର ପ୍ରଦର୍ଶନ ଜାସନ୍‌ ରୟ, ବଟଲର, ରୁଟ୍‌ ଏବଂ ଜୋଫ୍ରା ଆର୍ଚରଙ୍କ ଉପରେ ନିର୍ଭରଶୀଳ ରହିବ। ସେହିପରି ବାଂଲାଦେଶ ଖେଳାଳି ମହମ୍ମଦୁଲ୍ଳା, ସାକିବ୍‌ ଏବଂ ତାମିମ୍‌ ଇକ୍‌ବାଲ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। କାର୍ଡିଫ୍‌ର ସୋଫିଆ ଗାର୍ଡେନ୍‌ରେ ଏହି ମ୍ୟାଚ୍‌ ଅପରାହ୍ନ ୨.୩୦ରେ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍‌ରେ ପରସ୍ପରର ମୁକାବିଲା କରିବେ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ। ଟଣ୍ଟନର କଣ୍ଟ୍ରି ଗାର୍ଡେନ୍‌ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ଉଭୟ ଦଳ ଯଥାକ୍ରମେ ଦୁଇଟି ଲେଖାଏଁ ବିଜୟ ଏବଂ ପରାଜୟ ହାସଲ କରିଛନ୍ତି। ଆଫଗାନିସ୍ତାନ ନିଜ ପରାଜୟ ଧାରା ଭାଙ୍ଗିବାର ଚେଷ୍ଟା କରିବ ଏବଂ ନ୍ୟୁଜିଲ୍ୟାଣ୍ଡ ନିଜର ବିଜୟ ଧାରା ବଜାୟ ରଖିବାକୁ ଚାହିଁବ। ମ୍ୟାଚ୍‌ଟି ସନ୍ଧ୍ୟା ୬ ଟା ସମୟରେ ଅନୁଷ୍ଠିତ ହେବ।

cricket match thesamikhsya worldcup
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026
Latest News

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.