Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୃତ ଛେଳି ଚିକିତ୍ସା କରି ଅଡୁଆରେ ପଶୁ ଚିକିତ୍ସକ, ଗଣିଲେ ତଣ୍ଡ, ପୁଲିସ ସ୍କାନରରେ ଦୁଇ ଟିଭି ସାମ୍ବାଦିକ
ଆଜିର ଖବର

ମୃତ ଛେଳି ଚିକିତ୍ସା କରି ଅଡୁଆରେ ପଶୁ ଚିକିତ୍ସକ, ଗଣିଲେ ତଣ୍ଡ, ପୁଲିସ ସ୍କାନରରେ ଦୁଇ ଟିଭି ସାମ୍ବାଦିକ

October 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ମୃତ ଛେଳିର ଚିକିତ୍ସା କରି ଏବେ ହରଡ ଘଣାରେ ପଡିଛନ୍ତି ଜନୈକ ପଶୁ ଚିକିତ୍ସକ। ଗୃହ କର୍ତ୍ତା ତାଙ୍କୁ ଫୋନ ଯୋଗେ ଅସୁସ୍ଥ ଛେଳିକୁ ଚିକିତ୍ସା ପାଇଁ ଡକାଇ ଯୋଜନା ମୁତାବକ ଟିଭି ସାମ୍ବାଦିକ ଓ ତାର ସହଯୋଗୀକୁ ପୂର୍ବରୁ ପ୍ରସ୍ତୁତ କରି ତାଙ୍କୁ ଫସାଇବାକୁ ଉଦ୍ୟମ କରିଥିଲେ। ତେବେ ଏହି ଜାଲରେ ଫସିବା ସହିତ ପଶୁ ଚିକିତ୍ସକ ତାଙ୍କୁ ତିନି ହଜାର ତଣ୍ଡଗଣି ବାକି ୧୭ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ।

ତେବେ ଏହି ଅର୍ଥ ନମିଳିବାରୁ ସେମାନେ ବାରମ୍ବାର ତାଙ୍କୁ ଫୋନ କରିବା ସହିତ ଚାପଗ୍ରସ୍ତ କରିପକାଉଥିଲେ। ଏଥିରେ ନିଜର ସନ୍ତୁଳନ ହରାଇ ସମ୍ପୃକ୍ତ ପଶୁ ଚିକିତ୍ସକ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ୪୭୪/୨୩ ସଙ୍ଖ୍ୟାରେ ମାମଲା ରୁଜୁ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ଜେଲ ପଠାଇଥିବା ଜଣାପଡ଼ିଛି।

ତେବେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ନିଜ ସ୍କାନରରେ ରଖିଥିବା ସୂଚନା ମିଳିଛି। ଏହିପରି ଏକ ରୋଚକ ଘଟଣା ଘଟିଛି କୁଜଙ୍ଗ ଥାନା ପଙ୍କପାଳ ଅଂଚଳରେ।

ଘଟଣାରୁ ପ୍ରକାଶଯେ, କୁଜଙ୍ଗ ଥାନା ପଙ୍କପାଳ ଗ୍ରାମର ସତ୍ୟବ୍ରତ ଦାସ ଓରଫ ସିଲ୍ଟୁ ତାଙ୍କର ଛେଳି ଗୁରୁତର ଭାବେ ଅସୁସ୍ଥ ଥିବାନେଇ ଚିକିତ୍ସା ପାଇଁ ସ୍ଥାନୀୟ ପଶୁ ଚିକିତ୍ସକ ସୁଶାନ୍ତ କୁମାର ଦାସଙ୍କୁ ଫୋନ ଯୋଗେ ତାଙ୍କ ଘରକୁ ଡ଼କାଇଥିଲେ। ସେ ଘଟଣା ସ୍ଥଳରେ ପହଂଚିବାପରେ ଛେଳିର ମୃତ୍ୟୁ ହୋଇଯାଇଥିବା ପଶୁ ଚିକିତ୍ସକ ଜାଣିବାକୁ ପାଇଥିଲେ। ମାତ୍ର ଗୃହ ମାଲିକ ସିଲ୍ଟୁ ଭୁଲ ଚିକିତ୍ସା ଯୋଗୁ ତାଙ୍କର ଛେଳିର ମୃତ୍ୟୁ ଘଟିଲା ବୋଲି ଚିକିତ୍ସକଙ୍କ ଉପରେ ଆରୋପ ଲଗାଇଥିଲା।

ଏହି ସମୟରେ ପୂର୍ବ ଯୋଜନା ମୁତାବକ ଜଣେ ଟିଭି ସାମ୍ବାଦିକ ଓ ତାର ସହଯୋଗୀ ସେଠାରେ ଉପସ୍ଥିତ ହୋଇ ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ। ପରେ ଚିକିତ୍ସକଙ୍କୁ ମିଳିତଭାବେ ବ୍ଲାକ୍‌ମେଲିଂ କରିବା ଆରମ୍ଭ କରିଥିଲେ। ମୃତ ଛେଳିର କ୍ଷତିପୂରଣ ବାବଦକୁ ପଶୁ ଚିକିତ୍ସିକଙ୍କୁ ୨୦ ହଜାର ଟଙ୍କା ଦେବାକୁ ଦାବୀ କରିଥିଲେ। ଏପରିକି ତାଙ୍କୁ ବଳପୂର୍ବକ ରାହାମା ସ୍ଥିତ ଏଟିଏମକୁ ନେଇ ସେଠାରୁ ତାଙ୍କ ଠାରୁ ତିନି ହଜାର ଟଙ୍କା ନେଇଥିଲେ। ବାକି ୧୭ ହଜାର ଟଙ୍କା ତାଙ୍କୁ ଦେବାକୁ ତାଗିତ କରିଥିଲେ। ଏନେଇ ସେ ଏହି ବକେୟା ଟଙ୍କା ତାଙ୍କୁ ବାରମ୍ବାର ମାଗିବା ସହିତ ମାନସୀକ ଭାବେ ଚାପ ପ୍ରୟୋଗ କରି ଚାଲିଥିଲେ।

ତେବେ ଏହି ଘଟଣାରେ ସେ ଆଉ ଚୁପ ନରହି କୁଜଙ୍ଗ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ସ୍ଥାନୀୟ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଥିବା ବେଳେ ତାଙ୍କର ଜାମିନ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ କୁଜଙ୍ଗ ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ସୂଚନା ପ୍ରଦାନ କରିଛନ୍ତି।

ଚିକିତ୍ସା ଟିଭି ସାମ୍ବାଦିକ
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.