Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଗ୍‌ଜିମା ଚିକିତ୍ସାର ନୂତନ ଦିନ ବର୍ତ୍ତମାନ ଉପଲବ୍ଧ: ବିଶେଷଜ୍ଞ
ଆଜିର ଖବର

ଏଗ୍‌ଜିମା ଚିକିତ୍ସାର ନୂତନ ଦିନ ବର୍ତ୍ତମାନ ଉପଲବ୍ଧ: ବିଶେଷଜ୍ଞ

November 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶ୍ୱରେ ଗତ ୨୦ ବର୍ଷ ମଧ୍ୟରେ ଏଗ୍‌ଜିମା ଭଳି ଚର୍ମରୋଗ ସମସ୍ୟା ପ୍ରାୟ  ଦ୍ୱିଗୁଣିତ ହୋଇ ୪ ପ୍ରତିଶତରୁ ୭.୫ ପ୍ରତିଶତରେ ପହଂଚିଛି। କିନ୍ତୁ ଏହାର ଚିକିତ୍ସା ନିମନ୍ତେ ନୂତନ ଔଷଧ ଓ ନୂତନ ଦିଗ ବର୍ତ୍ତମାନ ଉପଲବ୍ଧ ଥିବାରୁ ତାହା ଆଶ୍ୱସ୍ତିର କାରଣ ବୋଲି ଆଜି ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସନ୍ଦିପନ୍‌ ଧର କହିଛନ୍ତି।

ଏଗ୍‌ଜିମା ନୂତନ ଔଷଧର ପ୍ରୟୋଗ ଓ ନୂତନ ପ୍ରକ୍ରିୟାରେ ଭଲ ହୋଇପାରିବ। କିନ୍ତୁ ଏଥିପାଇଁ ସମୟର ଆବଶ୍ୟକତା ରହିଛି। ତେବ ଏ ଦିଗରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସୋସାଇଟି ଫର୍‌ ଏଗ୍‌ଜିମା ଷ୍ଟଡିଜ (ଏସ୍‌ଇଏସ୍‌)ର ସଭାପତି ଡାକ୍ତର ଧର କହିଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ‘ନ୍ୟାସ୍‌ନାଲ୍ ଅପ୍‌ଡେଟ୍ ୨୦୨୩’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଧର।

ଏଗ୍‌ଜିମାର ଚିକିତ୍ସା ନିମନ୍ତେ ନୂତନ ଗବେଷଣା ଜାରି ରହିଥିବା ବେଳେ ଏ ଦିଗରେ ଚର୍ମରୋଗ ବିଶେଷଜ୍ଞ ତଥା ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ଏହି କାରଣରୁ ନ୍ୟାସ୍‌ନାଲ୍ ଅପ୍‌ଡେଟ୍ ୨୦୨୩ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି।

ଚର୍ମରୋଗ ବିଶେଷଜ୍ଞମାନେ ବିଶ୍ୱରେ ଉପଲ୨ ଥିବା ନୂତନ ଚିକିତ୍ସା ପ୍ରକ୍ରିୟା ଓ ଔଷଧର ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷିତ ହେବାର ଆବଶ୍ୟକତା ରହିଛି ଯେଉଁଥି ପାଇଁ ଏସ୍‌ଇଏସ୍ ଗଠନ କରାଯାଇଛି ବୋଲି ଡାକ୍ତର ଧର କହିଛନ୍ତି।

ଏହି ଅବସରରେ କଟକ ସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ଚର୍ମରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରସେନ୍‌ଜୀତ ମହାନ୍ତି ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଏସ୍‌ଇଏସ୍ ପକ୍ଷରୁ ନୂତନ ପରୀକ୍ଷଣ ଓ ଚିକିତ୍ସା ପଦ୍ଧତି ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆଡିସ୍‌ନାଲ ଡିନ୍ ପ୍ରଫେସର (ଡାକ୍ତର) ଅଜୟ କୁମାର ଜେନା, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଚର୍ମରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବିକାଶ ରଞ୍ଜନ କର ଓ ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ପୋଲିସର ବଡ ସଫଳତା: ଗିରଫ ହେଲା ୧୧୦୦ ଥର ବୋମା ଧମକ ଦେଇଥିବା ଅଭିଯୁକ୍ତ

March 30, 2026

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026
Latest News

ଦିଲ୍ଲୀ ପୋଲିସର ବଡ ସଫଳତା: ଗିରଫ ହେଲା ୧୧୦୦ ଥର ବୋମା ଧମକ ଦେଇଥିବା ଅଭିଯୁକ୍ତ

March 30, 2026

ଭାରତ ଅଭିମୁଖେ ଆସୁଛି ୯୪,୦୦୦ ମେଟ୍ରିକ୍‌ ଟନ ବିଶିଷ୍ଟ ଦୁଇଟି ଏଲପିଜି ଜାହାଜ 

March 30, 2026

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.