Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ଓଡ଼ିଶୀ ରାଗ ମହୋତ୍ସବ ଏବଂ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ
ଆଜିର ଖବର

ଭୁବନେଶ୍ବରରେ ଓଡ଼ିଶୀ ରାଗ ମହୋତ୍ସବ ଏବଂ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ

November 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
RagaUtasv
ଭୁବନେଶ୍ବରରେ ଓଡ଼ିଶୀ ରାଗ ମହୋତ୍ସବ ଏବଂ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶୀ ସଙ୍ଗୀତର ମୂର୍ଦ୍ଧଣ୍ୟ ଗୁରୁ ଡକ୍ଟର ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ପରିଚାଳିତ ‘ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀ’ ପାଳନ କରୁଛି ଏହାର ୧୧ତମ ରାଗ ମହୋତ୍ସବ ଓ ସମ୍ମାନ ପ୍ରଦାନ ଉତ୍ସବ।

ଓଡ଼ିଶୀ ସଙ୍ଗୀତର ନିଜସ୍ୱ ମୌଳିକ ତଥା ପ୍ରଚଳିତ ପାରମ୍ପରିକ ରାଗ ରାଗିଣୀ ଆଧାରିତ ଏହି କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାର ଉଦ୍‌ଘାଟନୀ ଉତ୍ସବ ଶନିବାର ରବୀନ୍ଦ୍ରମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ପ୍ରାରମ୍ଭରେ ଉପସ୍ଥିତ ସମ୍ମାନୀୟ ଅତିଥି, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟ, ସଙ୍ଗୀତ ନାଟକ ଏକାଡ଼େମୀ ସଚିବ ଶ୍ରୀ ପ୍ରବୋଧ ରଥ, ଓଡ଼ିଶୀ ସଙ୍ଗୀତ ଗବେଷକ ଶ୍ରୀ କୀର୍ତ୍ତନ ନାରାୟଣ ପାଢୀ, ବିଶିଷ୍ଟି ସାହିତ୍ୟିକ ଡକ୍ଟର ଶାନ୍ତନୁ ଆଚାର୍ଯ୍ୟଙ୍କ ସହ ଗୁରୁ ଗୋପାଳ ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।

ପରେ ପରେ ବିଗତ ବର୍ଷଗୁଡ଼ିକ ଭଳି ଗୁରୁ ଗୋପାଳ ପଣ୍ଡାଙ୍କ ଗବେଷଣାତ୍ମକ ଯଥା ତାଙ୍କ ତତ୍ତ୍ୱାବଧାନରେ ଓଡ଼ିଶୀ ସଙ୍ଗୀତର ଆଉ ଗୋଟିଏ ମୌଳିକ ନିଜସ୍ୱ ରାଗକୁ ନେଇ ପ୍ରସ୍ତୁତ ଓଡ଼ିଶୀ ରାଗ ରନ୍ଧାବଳୀର ଅଷ୍ଟମ ରାଗ ସିଡ଼ି ଉନ୍ମୋଚନ କରାଯାଇଥିଲା।

ଅବାହନୀ ସଙ୍ଗୀତ ପରେ ପରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ସ୍ତବକ ଥିଲା ଏକାଡ଼େମୀର ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ବୃନ୍ଦ ଗାୟନା ରାଗ ‘ମଧୁ ମଞ୍ଜରୀ’ ଆଧାରିତ ଏହି ରାଗ ସଙ୍ଗୀତର ମୂଳ ସଙ୍ଗୀତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କର ହୋଇଥିବା ବେଳେ, ଏହାକୁ ସଂଯୋଜନା ତଥା ପରିଚାଳନା କରିଥିଲେ ବିଦୁଷୀ ସଙ୍ଗୀତା ପଣ୍ଡା। ଏହି ଏକତାଳି ନିବନ୍ଧ ଏହି ଶାସ୍ତ୍ରୀୟ ଗାୟନ ଦର୍ଶକଙ୍କୁ ଆଚମ୍ବିତ ତଥା ଆବିଭୂତ କରିପାରିଥିଲା।

ପରବର୍ତ୍ତୀ ପ୍ରସ୍ତୁତି ଥିଲା ‘ଶ୍ରୀ ଗୀତଗୋବିନ୍ଦ’ ଆଧାରିତ ଅଷ୍ଟନାୟିକା, ଶ୍ରୀ ମୃତ୍ୟୁଞ୍ଜୟ ରଥଙ୍କର ଲିପି ନିର୍ଦ୍ଦେଶିତ ଏହି ସଙ୍ଗୀତଭିତ୍ତିକ ପ୍ରସ୍ତୁତି ଥିଲା ସମ୍ପୂର୍ଣ୍ଣ ନୂତନ ସ୍ୱାଦର। ଶ୍ରୀ ଜୟଦେବ ନିର୍ଦ୍ଦେଶିତ ରାଗ ରାଗିଣୀକୁ ଅନୁସରଣ କରି ପ୍ରସ୍ତୁତ ହୋଇଥିବା ଅଷ୍ଟନାୟିକର ମୂଳ ସଙ୍ଗୀତ ଗୁରୁ ଗୋପାଳ ପଣ୍ଡାଙ୍କ ଦ୍ୱାରା ହୋଇଥିବା ବେଳେ ଏହାକୁ ପରିଚାଳନା କରିଥିଲେ ଶ୍ରୀମତୀ ସଙ୍ଗୀତା ପଣ୍ଡା। ଶ୍ରୋତାମାନେ ଏହାକୁ ଖୁବ୍ ପ୍ରଶଂସା କରିବା ସହ ଉପଭୋଗ କରିଥିଲେ।

ଏହି ସନ୍ଧ୍ୟାର ଶେଷ ପ୍ରସ୍ତୁତି ଥିଲା ବରିଷ୍ଠ ନୃତ୍ୟାଙ୍ଗନା ଶ୍ରୀମତୀ କବିତା ଦ୍ୱିବେଦୀଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟ। ଦିଲ୍ଲୀରୁ ଆସିଥିବା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଶ୍ରୀମତୀ କବିତା ଦ୍ୱିବେଦୀ ନିଜର ଦୁଇଟି ନୂତନ ସଂଯୋଜନାକୁ ଉପସ୍ଥାପିତ କରିଥିଲେ ଯାହା ଛାୟାତୋଡ଼ି ପଲ୍ଲବୀ ଓ ସିନ୍ଧୁ କାମୋଦୀ ରାଗ ଆଧାରିତ, ଅଭିନୟ ‘କହ ମହତ ଅଛୁ କି ଥାଇ’।

ଗୁରୁ ଗୋପାଳ ପଣ୍ଡାଙ୍କର ଗବେଷଣାଭିତ୍ତିକ ଏହି ଦୁଇଟି ରାଗରେ ସ୍ୱର ସଂଯୋଜନା କରିଥିଲେ ଶ୍ରୀମତୀ ସଙ୍ଗୀତା ପଣ୍ଡା ଓ ବାଦ୍ୟ ପରିଚାଳନା କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାଶ, ଯାହାକୁ ଶ୍ରୋତାଙ୍କ ମହଲରେ ବେଶ୍ ଆଦୃତ ହୋଇଥିଲା। କାର୍ଯ୍ୟ୍ୟକ୍ରମକୁ ଡକ୍ଟର ମୃତ୍ୟୁଞ୍ଜୟ ରଥ ପରିଚାଳନା କରିବା ସହ ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀର ସମସ୍ତ ସଦସ୍ୟ ସଦସ୍ୟାମାନଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଅତି ଉଚ୍ଚମାନର କରାଇ ପାରିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

କେରଳ କୌମୁଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଅମିତ ଶାହ

January 12, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.