Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ଆରମ୍ଭ ହେଲା ପଂଜୀକରଣ, ଜାଣନ୍ତୁ କଣ କରିବେ
ଆଜିର ଖବର

ଓଡିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ଆରମ୍ଭ ହେଲା ପଂଜୀକରଣ, ଜାଣନ୍ତୁ କଣ କରିବେ

November 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ଆରମ୍ଭ ହେଲା ପଂଜୀକରଣ, ଜାଣନ୍ତୁ କଣ କରିବେ

ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ପଂଜୀକରଣ ପ୍ରକି୍ରୟା ଗତ ୦୧/୧୧/୨୦୨୩ଠାରୁ ଆରମ୍ଭ ହୋଇଯାଇଅଛି।

ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ www.oav.edu.in ରେ ନାମ ପଂଜୀକରଣ କରିପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନାମ ପଂଜୀକରଣ ଶେଷ ତାରିଖ ୨୦ ନଭେମ୍ବରକୁ ଧାର୍ଯ୍ୟ କରାଯାଇଅଛି।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୧୫/୦୧/୨୦୨୪ ସୁଦ୍ଧା କରାଯିବା ପାଇଁ ଧାର୍ଯ୍ୟ କରାଯାଇଅଛି। ପଂଜୀକରଣ ନିମନ୍ତେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ସୂଚନା ପୁସ୍ତିକା ସମସ୍ତ ଜିଲ୍ଲା ଓ ବ୍ଲକ୍‌ର ପଦାଧିକାରୀଙ୍କୁ ପ୍ରେରଣ କରାଯାଇଛି।

ଉପରୋକ୍ତ ସମସ୍ତ ବିଦ୍ୟାଳୟରେ ୫୦% ସ୍ଥାନ ଛାତ୍ରୀମାନଙ୍କ ନିମନ୍ତେ ଏବଂ ବ୍ଲକ୍‌ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଜନସଂଖ୍ୟାର ପ୍ରତିଶତ ଅନୁସାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କରାଯାଇଅଛି। ପଂଜୀକରଣ ନିମନ୍ତେ କୌଣସି ସହଯୋଗ ପାଇଁ ପିତାମାତା କିମ୍ବା ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ନିକଟସ୍ଥ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିପାରିବେ।

କାର୍ଯ୍ୟସୂଚୀ ତାରିଖ

ପଂଜୀକରଣ ଆରମ୍ଭ ୦୧/୧୧/୨୦୨୩
ପଂଜୀକରଣ ଶେଷ ୨୦/୧୧/୨୦୨୩
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପରୀକ୍ଷା ୧୫/୦୧/୨୦୨୪ ସୁଦ୍ଧା
ପରୀକ୍ଷା ଫଳ ପ୍ରକାଶନ ୧୫/୦୨/୨୦୨୪
ଆଡ୍‌ମିଶନ୍‌ ନିମନ୍ତେ ତାଲିକା ଅନୁମୋଦନ ୧୫/୦୩/୨୦୨୪
ଆଡ୍‌ମିଶନ୍‌ ଆରମ୍ଭ ୦୨/୦୪/୨୦୨୪
ଆଡ୍‌ମିଶନ୍‌ ଶେଷ ୩୦/୦୪/୨୦୨୪

ଓଡିଶା ଆଦର୍ଶ ବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Latest News

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.