Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀପାବଳି: ହିନ୍ଦୁମାନଙ୍କର ଏହି ଜାତୀୟ ପର୍ବ ବିଷୟରେ କିଛି ଜାଣିବା କଥା
ଆଜିର ଖବର

ଦୀପାବଳି: ହିନ୍ଦୁମାନଙ୍କର ଏହି ଜାତୀୟ ପର୍ବ ବିଷୟରେ କିଛି ଜାଣିବା କଥା

November 12, 2023No Comments7 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

ଦୀପାବଳି ଶବ୍ଦ ହିଁ ଆଲୋକ ସମ୍ପର୍କିତ। “ଦୀପ୍” ଅର୍ଥ ଦୀପ୍ତ ହେବା। ଏହି ଦୀପ୍ ରୁ ଉତ୍ପନ୍ନ ଦୀପ ଶବ୍ଦର ଅନ୍ୟ ଅର୍ଥ ଅଗ୍ନିଶିଖା। ଅଗ୍ରଗତି ଓ ଆସିମତା ଏହି ଆଲୋକର ଅନ୍ତସ୍ବର। ତେଣୁ ଆର୍ଯ୍ୟ ଋଷି ଏହି ଆଲୋକ ପାଇଁ ଦୀପଂ ଦେହି ଜ୍ୟୋତିଂ ଦେହି ବୋଲି ଆକୁଳ ନିବେଦନ କରିଛନ୍ତି।

ଦୀପାବଳି ହିନ୍ଦୁମାନଙ୍କର ଏକ ଜାତୀୟ ପର୍ବ। ସାରା ଭାରତ ବର୍ଷ ରେ ଦୀପାବଳି ପର୍ବ ମହା ସମାରୋହରେ ପାଳିତ ହୋଇଥାଏ। ଉତ୍ତର ଭାରତରେ ତଥା ଅନ୍ୟତ୍ର କେତେକ ସମ୍ପ୍ରଦାୟ ବିଶେଷ ଭାବରେ ଏହାକୁ ତିନିଦିନ ପାଳନ କରିଥାନ୍ତି। ହିନ୍ଦୁ ମାନଙ୍କର ଏହା ଏକ ବଡ ପର୍ବ। ପ୍ରାଚୁର୍ଯ୍ୟର ଉତ୍ସବ ରୂପେ ଏହି ଦିନଟି ଓଡ଼ିଶାର କେତେକ ଲୋକ ପାଳନ କରିଥାନ୍ତି। ଭାରତୀୟ ମାନେ ଏହାକୁ ଦୀପାବଳି ବା ଦିବାଲି ନାମରେ ଆନନ୍ଦରେ ପାଳନ କରିବା ସହିତ ଏହାକୁ ଆଲୋକର ପର୍ବ ନାମରେ ନାମିତ କରିଥାନ୍ତି। ଉତ୍ତର ଓ ପଶ୍ଚିମ ଭାରତରେ ଲକ୍ଷ୍ମୀ ପୂଜା ଦୀପାବଳିର ଏକ ପ୍ରଧାନ ଅଂଶ। ଯେ ଯେଉଁଠି ଥିଲେ ମଧ୍ୟ ଘରକୁ ଫେରି ଆସନ୍ତି।

ଆନନ୍ଦ ମୁଖରିତ ପରିବାର ବର୍ଗଙ୍କର ଦୀପସଜ୍ଜା ଏବଂ ଆତସ ବାଜିର ବିସ୍ଫୋରଣ ରେ ଗ୍ରାମ ଗ୍ରାମ ସହର ପ୍ରକାଶିତ ଓ ମୁଖରିତ ହୋଇ ଉଠେ। ସାଧାରଣ ଗରିବ ପରିବାର ମଧ୍ୟ ଗୋଠ ମାତିଳେ ଖଣ୍ଡିଆ ମାତିଲା ପରି ସାଧ୍ୟ ମତେ କିଛି ଯୋଗାଡ଼ କରି ପର୍ବ ପାଳନ କରିବାକୁ ବାଧ୍ୟ ହୋଇଥାଏ। ନୂତନ ବ୍ୟବସାୟ ଆରମ୍ଭ, ନାଟ୍ୟାରମ୍ଭ, ଅଳଙ୍କାର ଧାରଣ ଆଦି ନୂତନ କାର୍ଯ୍ୟ କରାଯାଇଥାଏ।

“କୋଷମୁଳାଃ ସର୍ବାରମ୍ଭ” ଅର୍ଥାତ ଯେ କୌଣସି ମରମର ଆରମ୍ଭ କରିବା ପାଇଁ କୋଷ ହେଉଛି ମୂଳ। ଅର୍ଥାତ ଅର୍ଥ ହେଉଛି ପ୍ରଥମ ଆବଶ୍ୟକତା, ଯେହେତୁ ଧନ ଧାନ୍ୟ ଶ୍ରୀ ଆରୋଗ୍ୟ ସୌନ୍ଦର୍ଯ୍ୟର ଦାତ୍ରୀ ଭାବେ ଭଗବତୀ ମହା ଲକ୍ଷ୍ମୀ ଏହି ଦିନ ଆରାଧୀତା ହୋଇଥାନ୍ତି। ତେଣୁ ହିନ୍ଦୁ ଆଧ୍ୟାତ୍ମିକତା ଏବଂ ଭଗବତ ବିଶ୍ବାସୀ ତାକୁ ନବ କର୍ମାରମ୍ଭ ର ପ୍ରେରଣା ଯୋଗାଇ ଦେଇଥାଏ ଓ ତାକୁ ଆସ୍ତିକ କରି ଗାଡି ତୋଳେ। ଅର୍ଥର ପ୍ରତିବନ୍ଧକୁ ଦୂର କରି ଆସ୍ତିକତା ତା ଭିତରେ ଅନ୍ତର୍ବଳ ଓ ଆତ୍ମବିଶ୍ଵାସ ଭରି ଦେଇଥାଏ ଆଗେଇ ଯିବା ପାଇଁ। ଏହି ଶରତ ଓ ହେମନ୍ତ ସନ୍ଧିର ଲକ୍ଷ୍ମୀ ପୂଜା ସମଗ୍ର ଦେଶରେ ଏକ ଯଜ୍ଞ ସ୍ବରୂପ ହୋଇପଡେ।

“ଯଜ୍ଞ କର୍ମ ସମ୍ୟୁଦଭବଃ” ଗୀତାବାଣୀ ଅନୁଯାୟୀ ସମଗ୍ର ଦେଶ କର୍ମ ମୁଖର ହୋଇଉଠେ। ଆତସବାଜି, ଦୀପ, ତେଲ, ପୂଜା ସାମଗ୍ରୀ, ଖାଦ୍ୟଦ୍ରବ୍ୟ ସମେତ ମିଷ୍ଟାନ୍ନ ପ୍ରଭୃତିର ବ୍ୟବସାୟ ଓ ବ୍ୟବହାର ବଢିଯାଏ। ଅତୀତରେ ଓଡ଼ିଶାର ସାଧବ ମାନେ ବହିର୍ବାଣିଜ୍ୟ ସମାପନ କରି ଦୀପାବଳୀ ସମୟକୁ ଫେରିଆସି ପୁଣି କାର୍ତ୍ତିକ ପୁର୍ଣିମା ପରଦିନ ବାଣିଜ୍ୟ ଯାତ୍ରା ଆରମ୍ଭ କରୁଥିଲେ। ଓଡିଆମାନେ ଦୀପଦାନ ପୂର୍ବକ ଏହି ସ୍ମୃତିକୁ ଉଜ୍ଜୀବିତ କରି ରଖିଛନ୍ତି। ଏହା ହିଁ ଦୀପାବଳି ର ସ୍ଥାନୀୟ ତାତ୍ପର୍ଯ୍ୟ।

ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ ମଧ୍ୟ ଦୀପାବଳି ଆଲୋକ ଉତ୍ସବ ମହା ସମାରୋହରେ ପାଳନ କରାଯିବା ର ପରମ୍ପରା ରହିଛି। ଏହି ସାଂସ୍କୃତିକ ପର୍ବର ରଉପ ଅବଶ୍ୟ ଭିନ୍ନ ଭିନ୍ନ ଅଟେ। ଏହି ପର୍ବ ଭାରତୀୟ ସଂସ୍କୃତିକ ଜୀବନର ବାର୍ତ୍ତାବହ, ବହୁ ଇତିହାସର ସ୍ମୃତିଧାରକ ଆନଂଦ ଓ ଆଲୋକର ପର୍ବ ପର୍ବାଣି ଏବଂ ଆଲୋକ ର ପର୍ବ ଦୀପାବଳିକୁ ଅନ୍ଧାର ଉପରେ ଆଲୋକର ବିଜୟ ରୂପେ ଶିକ୍ଷିତ ଲୋକମାନେ ବିଚାର କରୁଥିବା ବେଳେ ନିମ୍ନ ସ୍ତରର ଲୋକ ମାନେ ଭୟ ଓ ହତାଶର ବିତାଡନ ନିମନ୍ତେ ଏହାକୁ ପାଳନ କରାଯାଉଛି ବୋଲି ଧରି ନେଇଛନ୍ତି।

କେବଳ ଓଡ଼ିଶା ନୁହେଁ ସାରା ଭାରତରେ କାର୍ତ୍ତିକ ଅମାବାସ୍ୟାକୁ ଦୀପାବଳି ଅମାବାସ୍ୟା ଭାବେ ପାଳନ କରାଯାଇଥାଏ। ସାରାରାତି ପ୍ରାୟ ସମସ୍ତ ଓଡ଼ିଆଙ୍କ ଘର ଓ ବାହାର ଆଲୋକିତ ହୋଇଥାଏ ଦୀପ ଆଲୋକ ମାଳ ରେ। ଏହି ଉତ୍ସବ କାହିଁକି ପାଳନ କରାଯାଏ ସେହି ବିଷୟ ରେ କଲିକା ପୁରାଣ, ସ୍କନ୍ଧ ପୂରାଣ, ଲିଙ୍ଗ ପୂରାଣ ଆଦି ରେ ବର୍ଣ୍ଣିତ ହୋଇଛି। ଦୀପାବଳି ଅମାବାସ୍ୟାର ପୂର୍ବ ଦିନ ଚତୁର୍ଦଶୀକୁ ନରକ ଚତୁର୍ଦଶୀ ବୋଲି କୁହାଯାଏ କାରଣ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମହାକାଳୀଙ୍କ ସହାୟତାରେ ନରକକସୁରକୁ ବଧ କରିଥିଲେ।

କାର୍ତ୍ତିକ ଅମାବାସ୍ୟା ଦିନ ଜଗଜ୍ଜନନୀ ମହାକାଳୀଙ୍କ ପୂଜା କରାଯିବାର ବିଧି ରହିଛି। ଏହି ଦୀପାବଳି ସହ କାଳୀପୂଜାର ସମ୍ବନ୍ଧ ଥିବାରୁ ଏହା ଦୀପାବଳି ବା ଦିବାଲି ଭାବରେ ନାମିତ ହେବା ସହ କାଳୀପୂଜା ବା ଶ୍ୟାମା କାଳୀପୂଜା ଦିବସ ରୂପେ ସର୍ବତ୍ର ସ୍ଵୀକୃତ। ଏହି ଦିନ ରାତିରେ ପ୍ରତିଘରୁ ନିଃସୃତ ହୋଇଥାଏ ଦୀପଦାନ ଏବଂ ବାଣ ଫୁଟାଇବା କାର୍ଯ୍ୟ।

ସାଧାରଣତଃ ଓଡିଆମାନେ ପିମ୍ପେଇ ଡାକ କରିଥାନ୍ତି ଆଶ୍ବିନ ମାସର ମହାଳୟା ଓ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପିତୃ ପୁରୁଷ ଙ୍କ ନିମିତ୍ତ ପୂଜା କରିବା ପାଇଁ ଶ୍ରେଷ୍ଠ ତିଥି ଅଟେ। ଏହିଦିନ ରାତିରେ ପ୍ରତିଘରୁ ନିଃସୃତ ହୁଏ ବଡ ବଡୁଆଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ବଂଶଧର ତଥା ଆତ୍ମୀୟଙ୍କ କଣ୍ଠରୁ ନିବେଦନ “ପିତୃଲୋକ ପରିତ୍ୟଜ୍ୟ ଆଗତ ଯେ ମହାଲୟେ, ଉଜ୍ବଳଂ ଜ୍ୟୋତିଶାଂ ମାର୍ଗ ପ୍ରପସ୍ୟନ୍ତେ ବ୍ରଜନ୍ତୁତେ”। ଅର୍ଥାତ ପିତୃଲୋକ ତ୍ୟାଗ କରି ମହଳୟା ରେ ଯେଉଁ ମାନେ ଆସିଥିଲେ ସେମାନେ ଏହି ତେଜୋଦୀପ୍ତ ମାର୍ଗ ଦର୍ଶନ କରନ୍ତୁ। ମାସକ ତଳେ ମହାଳୟା ଅମାବାସ୍ୟା ଯାଇଛି, ସେହିଦିନ ପିତୃ ପୁରୁଷ ଙ୍କୁ ତର୍ପଣ ଅର୍ପଣ କରାଯାଇଥିଲା।

ଆଜି ସେହି ପିତୃ ପୁରୁଷ ତାଙ୍କର ଉତ୍ତର ପୁରୁଷ ତଥା ଆତ୍ମୀୟଙ୍କ ଘରୁ ଶ୍ରଦ୍ଧା ନିବେଦନ ଗ୍ରହଣ କରି ଫେରି ଯାଉଛନ୍ତି। ତେଣୁ ସେହି ମାନଙ୍କୁ ମାର୍ଗ ଦର୍ଶନ ପାଇଁ ଘରେ ଘରେ ଦୀପ ପ୍ରଜ୍ବଲନ କରିବା ସହିତ କାଉଁରିଆ କାଠି ଜଲାଇ ମାତୃ ଭାଷାରେ ନିବେଦନ କରାଯାଇଥାଏ।

ବିଶେଷତଃ ଓଡ଼ିଶାରେ ଦୀପାବଳୀ ଦିନ ଗୟା ଶ୍ରାଦ୍ଧ ବା ଦୀପଦାନ ଶ୍ରାଦ୍ଧ ଅନୁଷ୍ଠିତ ହୁଏ। ତୁଳସୀ ଚଉଁରା ପାଖରେ କିମ୍ବା ପୟା ଦଣ୍ଡା ଖୋଲି କିମ୍ବା ମୁରୁଜରେ ଚିତା କାଟି ପିତୃ ପୁରୁଷଙ୍କୁ ଫଳ ମୂଳ ତଥା ଦୀପଦାନ କରାଯାଇଥାଏ। ବଡ ବଡିଆ ଅର୍ଥାତ ପିତୃପୁରୁଷଙ୍କୁ କଉଁରିଆ କାଠି ଜଳି ଲୋକେ ଆଲୋକ ପ୍ରଦର୍ଶନ କରିଥାନ୍ତି। ଯେଉଁ ପିତୃ ପୁରୁଷ ମାନେ ପିତୃପକ୍ଷ ଅର୍ଥାତ ଆଶ୍ଵିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆସି ଜୀବିତ ଉତ୍ତର ଦାୟାଦଙ୍କ ଠାରୁ ତର୍ପଣ ଏବଂ ମହାଲୟାରେ ପିଣ୍ଡ ପ୍ରଭୃତି ଗ୍ରହଣ କରି ଏଠାରେ ଥାଆନ୍ତି ସେମାନଙ୍କର ପ୍ରୟାଣ ଉଦ୍ଦେଶ୍ୟରେ ପିତୃ ଲୋକେ ପଥ ପ୍ରଦର୍ଶନ ପାଇଁ ଏହି ଆଲୋକ ବର୍ତ୍ତିକା ର ପ୍ରଦର୍ଶନ ପୂର୍ବକ ଭକ୍ତିପୂତ ଭାବେ ଦୀପାବଳି ପାଳନ କରାଯାଇଥାଏ। ସାଧାରଣ ଲୋକେ କହିଥାନ୍ତି, ହେ ପିତୃପୁରୁଷ ଅନ୍ଧାରରେ ଆସିଥିଲ ଏବେ ଆଲୋକରେ ଯାଅ। ଆମର ମଙ୍ଗଳ ହେବ, ଅଜ୍ଞାନ ଅନ୍ଧାରରୁ ଅଆମକୁ ମୁକ୍ତ କରି ଜ୍ଞାନାଲୋକ ର ମାର୍ଗର ପଥିକ କର, ସତ ପଥରେ ଯିବାକୁ ମାର୍ଗ ପ୍ରଦର୍ଶନ କର।

ଏହି ପବିତ୍ର ଦୀପାବଳିରେ ଆଉ ଏକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ, ତାହା ହେଉଛି ଶ୍ୟାମା କାଳି ପୂଜା। ଭଗବତୀ ବ୍ରହ୍ମ ସ୍ବରୂପା ମହା କାଳୀଙ୍କର ଏହି ଦିନ ଆବିର୍ଭାବ ଉତ୍ସବ ପାଳିତ ହୋଇଥାଏ। ସୃଷ୍ଟି ( ମାତୃ ରୂପା ), ସ୍ଥିତି ( ବର ଓ ଅଭୟ ରୂପା ) ଏବଂ ସଂହାର ( ଖଡଗ ଓ ମୁଣ୍ଡ ଧାରିଣୀ ରୂପା) ଅର୍ଥାତ ସୃଷ୍ଟି ସ୍ଥିତ୍ୟନ୍ତ କାରିଣୀ ଜଗଦମ୍ବା ମହାକାଳୀଙ୍କର ଆରାଧନା ପଛରେ ମାନବ ସମାଜ ତାର ଦୁର୍ଗତି ନାଶ କରି ସାଂସାରିକ ଐଶ୍ବର୍ଯ୍ୟ ଭୋଗ ପୂର୍ବକ ମୁକ୍ତି କାମନା କରିଥାଏ। ଏହି ମହାଶକ୍ତି ମହାମାୟା ତ୍ରିପୁର ସୁନ୍ଦରୀ ମହାକାଳୀଙ୍କ ର ଆରାଧନା ରେ ମାନବ ଭୋଗ ଏବଂ ଐଶ୍ବର୍ଯ୍ୟ ର ଅଧିକାରୀ ହୋଇ ମୋକ୍ଷ ଲାଭ କରିଥାଏ।

ଦୀପାବଳି ପର୍ବ ପାଳନ କରିବା ପଛରେ ଅନେକ ପୌରଣିକ ଓ ଐତିହାସିକ ପୃଷ୍ଠ ଭୂମି ନିହିତ। ପୁରାଣରେ ବର୍ଣ୍ଣିତ ଅଛି ଯେ, ମହାପ୍ରତାପୀ ନରକାସୁର ର ଅତ୍ୟାଚାର ରେ ଦେବଗଣ ଭୀତତ୍ରସ୍ତ ହୋଇ ଶ୍ରୀକୃଷ୍ଣ ଙ୍କର ଶରଣାପନ୍ନ ହେଲେ। ଷୋହଳ ସହସ୍ର କନ୍ୟାନକୁ ସେମାନଙ୍କ ଆର୍ତ୍ତନାଦ ଶୁଣି ଶ୍ରୀକୃଷ୍ଣ ବାକୁଳାଞ୍ଚଳ ପର୍ବତରେ ପ୍ରବେଶ କରି ପ୍ରଥମେ ନରକାସୁରର ପୁତ୍ର ଭଗଦତ୍ତ ର ସଂହାର କରି ପରେ ନରକାସୁର କୁ ନାଶ କରିଥିଲେ। ଦେବଗଣ ସନ୍ତୁଷ୍ଟ ହେଲେ ମାତ୍ର ପରେ ପୃଥ୍ବୀ ଦେବୀଙ୍କର ବିନୟ ଅନୁରୋଧରେ ଭଗବାନ ଶ୍ରୀକୃଷ୍ଣ ଭଗଦତ୍ତକୁ ଜୀବ ଦାନ ଦେଇ ସିଂହାସନାରୂଢ କରାଇ ବନ୍ଦୀଥିବା ଷୋହଳ ସହସ୍ର ସୁନ୍ଦରୀ କନ୍ୟା ଙ୍କୁ ମୁକ୍ତି ଦେଇ ସସମ୍ମାନେ ଦ୍ବାରିକା ପଠାଇ ଥିଲେ। ସମସ୍ତଙ୍କ ମନରେ ଆନନ୍ଦର ଢେଉ ଖେଳିଗଲା ଓ ଶାନ୍ତି ପ୍ରତିଷ୍ଠିତ ହେଲା। ସମସ୍ତେ ଆନନ୍ଦ ଉଲ୍ଲାସ ରେ ଉତ୍ସବ ପାଳନ କଲେ। ସେହି ଉତ୍ସବକୁ ନରକୋତ୍ସବ ବୋଲି ମଧ୍ୟ କୁହାଯାଇଥାଏ। ସେହିଦିନ ଚତୁର୍ଦଶୀ ତିଥି ଥିବା ହେତୁ ସେହି ଦିନକୁ ନରକ ଚତୁର୍ଦଶି ମଧ୍ୟ କୁହା ଯାଇ ଥାଏ। ପରଦିନ ନରକାସୁର ର ବଧ ହେବା ପରେ ସମସ୍ତେ ନିର୍ଭୟରେ ଆଲୋକ ଜଲାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ବାଗତ କରିବାରୁ
ଦୀପା ବଳି ଉତ୍ସବ ସେହିଦିନରୁ ପାଳିତ କରାଯାଉଥିବା ଜଣାଯାଏ।

ଆଉ ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ, ପ୍ରଭୁ ଶ୍ରୀରାମ ଚନ୍ଦ୍ର ଜଗତଜନନୀ ମାଁ ଦୂର୍ଗାଙ୍କୁ ସାଧନ କରି ବିଜୟା ଦଶମୀ ଦିନ ପାପାଚାରୀ ରାବଣ କୁ ବଧ କରିବା ପରେ ଏହି ଦିନ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଜା ମାନେ ପ୍ରିୟ ରାଜା ରାମଚନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇବା ପାଇଁ ସମଗ୍ର ଅଯୋଧ୍ୟା ନଗରୀ କୁ ଅଜସ୍ର ଦୀପଲୋକରେ ସୁସଜ୍ଜିତ କରିଥିଲେ। ସେହି ଶୋଭନୀୟ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଦୀପାବଳିର ସୂତ୍ରପାତ ବୋଲି କୁହ ଯାଇଥାଏ। ତ୍ରୁତୀୟତଃ ଅନ୍ୟ ହିନ୍ଦୁ ପୂରାଣ ଓ ଶାସ୍ତ୍ର ରେ ମଧ୍ୟ ଏହି ଦୀପାବଳି “ ବଳି ରାଜ୍ୟ ଉତ୍ସବ “ ଭାବରେ ପ୍ରଖ୍ୟାତ। ଏହି ଦିନ ରାଜା ବଳି ମର୍ତ୍ତ୍ୟ କୁ ଆଗମନ କରିଥିବା ଯୋଗୁଁ ତାଙ୍କର ପ୍ରଜାମାନେ ଏହି ଦିବସ ଟିକୁ ଦୀପମାଳା ରେ ସଜାଇ ରକାଙ୍କୁ ସ୍ବାଗତ କରିଥିଲେ। ଏହି ଅନନ୍ଦୋତ୍ସବ ସୂତ୍ର ରୁ ଦୀପାବଳି ଉତ୍ସବ ର ଆରମ୍ଭ ହୋଇଥିବା କୁହାଯାଇଥାଏ। ଏହି ଦିନ ଟିକୁ ବଳିରାଜ୍ୟ ଉତ୍ସବ ବୋଲି ମଧ୍ୟ କୁହ ଯାଇଥାଏ। ପୁନଶ୍ଚ ଜୀବ ଜଗତ ସୃଷ୍ଟି ହେବା ପୂର୍ବରୁ ଏ ଜଗତ ଘୋର ଅନ୍ଧକାରରେ ପୂର୍ଣ୍ଣ ଥିଲା। ସେହି ଅନ୍ଧକାର ମୟ ଧରଣି ର ଅନ୍ୟ ନାମ ହିଁ ନରକ। କାଳ କ୍ରମେ ସୁର୍ଯ୍ୟ ଙ୍କ ଉତ୍ପତ୍ତି ହେବା ପରେ ସେହି ଅନ୍ଧକାର କୁ ଦୂର କଲେ। ସେହି ଆଲୋକର ସ୍ମାରକୀ ପାଇଁ ଦକ୍ଷିଣ ଭାରତରେ ନରକାସୁର ବୃତ୍ତାନ୍ତ ପାଇଁ ଦୀପାବଳି ନାରକ ଚତୁର୍ଦଶୀ ଭାବରେ ପାଳିତ ହୋଇଥାଏ।

ଏହା ଛଡା ଐତିହାସିକ ପୃଷ୍ଠଭୂମି ର ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ, ଉଜ୍ଜୟନୀ ର ରାଜା ବିକ୍ରମାଦିତ୍ୟ ଏହିଦିନ ସିଂହସନାରୂଢ ହୋଇଥିବାରୁ ଲୋକେ ଦୀପ ଜାଳି ରାଜାଙ୍କୁ ଅଭ୍ୟର୍ଥନା କରିଥିଲେ। ମୋଗଲ ଯୁଗର ପ୍ରସିଦ୍ଧ ଐତିହାସିକ ଆବୁଲ ଫାଜଲ ତାଙ୍କର “ ଆଇନ-ଇ-ଆକବରୀ” ରେ ଦିଵାଳି ସମ୍ବନ୍ଧରେ ଲେଖିବାକୁ ଯାଇ ଉଲ୍ଲେଖ କରିଛନ୍ତି। ବଣିକ ଗୋଷ୍ଠୀ ମଧ୍ୟରେ ଏହା ଏକ ସର୍ବାପେକ୍ଷା ଅଧିକ ଲୋକପ୍ରିୟ ପର୍ବ। ମୋଗଲ ସମ୍ରାଟ ଆକବର ମଧ୍ୟ ଏହି ପର୍ବ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥିବାର “ ଆଇନ-ଇ-ଆକବରୀ” ରୁ ଜଣାଯାଏ।

କନୌଜର ରାଜା ହର୍ଷବର୍ଦ୍ଧନ ତାଙ୍କର ଗୋଟିଏ ନାଟକ “ନାଗାବଳୀ” ରେ ଏହି ଉତ୍ସବକୁ “ଦୀପପ୍ରତି ପଦୂତ୍ସବ”। ଏହିସବୁ ଭିତ୍ତିଭୂମିକୁ ବଡ ଦେଲେ ସୁଦ୍ଧା ୧୬୬୨ ଖ୍ରୀଷ୍ଟାବ୍ଦ ରେ ଏହି କାର୍ତ୍ତିକ ଅମବାସ୍ୟା ତିଥିରେ ଶିଖ ଧର୍ମାବଲମ୍ବୀ ମାନଙ୍କ ଷଷ୍ଠ ଧର୍ମଗୁରୁ ଗୋବିନ୍ଦ ସିଂ ୫୨ ଜଣ ରାଜପୁତ ଙ୍କ ସହ ଗ୍ୱାଲିୟର ଦୁର୍ଗ ରୁ ମୁକ୍ତ ହୋଇଥିଲେ। ସେହି ଦିନ ଶିଖ ମାନେ ଅମୃତସରର ସ୍ବର୍ଣ୍ଣ ମନ୍ଦିରକୁ ଦୀପମାଳାରେ ସୁସଜ୍ଜିତ କରିବା ସହିତ ଦରଗା ସାହେବ ପୁଷ୍କରିଣୀରେ ସ୍ନାନ କରି ଅତି ପବିତ୍ର ଭାବରେ ଦିନଟି କଟାଇ ଥାନ୍ତି। ଏତଦ ବ୍ୟତୀତ ଆର୍ଯ୍ୟ ସମାଜର ପ୍ରବର୍ତ୍ତକ ସ୍ବାମୀ ଦୟାନନ୍ଦ ସରସ୍ବତୀ ଙ୍କର ତିରୋଧାନ ମଧ୍ୟ ଏହି ଦିନରେ ହୋଇଥିଲା। ସ୍ବାମୀ ରାମତୀର୍ଥ ଙ୍କ ଆବିର୍ଭାବ ଓ ତିରିଧାନ ମଧ୍ୟ ଏହି ଦିନରେ ହୋଇଥିଲା। ତେଣୁ ଆର୍ଯ୍ୟ ସମାଜର ଲୋକେ ଏହି ଦିନଟିକୁ ମହା ଆନନ୍ଦରେ ପାଳନ କରିଥାନ୍ତି।

ତେବେ ଦୀପାବଳି ଯେ ଏକ ସାଂସ୍କୃତିକ ପରମ୍ପରାର ପ୍ରତିକ ଏହା ଦୃଢତାର ସହ କୁହାଯାଇପାରେ। “ତମସୋ ମାଁ ଜ୍ୟୋତିର୍ଗମୟ, ମୃତ୍ୟୋ ର୍ମା ଅମୃତୋମୟ”, ଆଲୋକର ଆଲିଙ୍ଗନ ପାଇଁ ଏ ବାଣୀ କେବଳ ଯେ ପ୍ରାଚ୍ୟ ଭୂଖଣ୍ଡରେ ଉଚ୍ଚାରିତ ହୋଇଛି ତହ ନୁହେଁ। ଏ ଆକାଂକ୍ଷା ସର୍ବ ବ୍ୟାପୀ। ପାଶ୍ଚାତ୍ୟ ଭୂଖଣ୍ଡରେ ମଧ୍ୟ ସେହି ଆକୁଳ କାକୁତି କେବଳ ଆଲୋକ ପାଇଁ। ଅଗ୍ନି ସମସ୍ତ ଜୀବ ଜଗତରେ ମୂଳ ହେତୁ ଜୀବନର ଅନ୍ୟ ନାମ ଆଲୋକ। ଏହି ଆଲୋକ ଅମୃତ ସାନ୍ନିଧ୍ୟ ଲାଭ କଲେ ମନୁଷ୍ୟର ହୃଦଯ ଉପବନରେ ଶାନ୍ତି ମୈତ୍ରୀ, କାରୁଣ୍ୟ, ସତ୍ୟ ଆଦିର ସୁବାସିତ ସୁମନ ବିକଶିତ ହୋଇଥାଏ। ଆଲୋକ ପଥର ଯାତ୍ରୀ ହେଲେ ବ୍ୟକ୍ତି ଅମରତ୍ଵ ଲାଭ କରେ।

ଜୁନାଗଡ, କଳାହାଣ୍ଡି, ଓଡ଼ିଶା ୭୬୬୦୧୪
ଯୋଗାଯୋଗ – ୯୧୧୪୯୩୯୩୨୯

କାର୍ତ୍ତିକ ମାସ ଦୀପାବଳି ଅମାବାସ୍ୟା ଦୁଷ୍ମନ୍ତ କୁମାର ପଣ୍ଡା ମହାଳୟା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.