Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେକର୍ଡ: ତେଲେଙ୍ଗାନାରେ ପୁରୁଷ ମତଦାତାଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ
ଆଜିର ଖବର

ରେକର୍ଡ: ତେଲେଙ୍ଗାନାରେ ପୁରୁଷ ମତଦାତାଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ

November 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମତଦାତା ସୂଚୀରେ ଇତିହାସ ରଚିଛି ତେଲେଙ୍ଗାନା। ତେଲେଙ୍ଗାନା ଗଠନ ପରେ ପ୍ରଥମ ଥର ପାଇଁ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଚଳିତ ମାସ ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ନିର୍ବାଚନ ଆୟୋଗ ତେଲେଙ୍ଗାନାର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିଛନ୍ତି। ଏହି ତାଲିକାକୁ ଦେଖିଲେ ଜଣାପଡୁଛି ଯେ ଭୋଟର ଲିଙ୍ଗ ଅନୁପାତ ୧୦.୨କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରୀରେ ଲିଙ୍ଗ ଅନୁପାତ ୯୯୨ ଥିବାବେଳେ ଗତ ମାସରେ ଏହା ୯୯୮କୁ ବୃଦ୍ଧି ପାଇ ଏବେ ୧୦୦୦.୨ରେ ପହଞ୍ଚିଛି। ଅକ୍ଟୋବର ୩୧ ତାରିଖ ସୁଦ୍ଧା ମିଳିଥିବା ବିବରଣୀରେ ସଂଶୋଧନ ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି।

ପୁରୁଷଙ୍କ ତୁଳନାରେ ମହିଳା ମତଦାତାଙ୍କ ସଂଖ୍ୟା ଅଧିକ

ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ତେଲେଙ୍ଗାନାରେ ସମୁଦାୟ ୩,୨୬,୧୮,୨୦୫ ଜଣ ମତଦାତା ଅଛନ୍ତି। ଏମାନଙ୍କ ମଧ୍ୟରେ ୧ କୋଟି ୬୨ ଲକ୍ଷ ୯୮ ହଜାର ୪୧୮ ଜଣ ପୁରୁଷ ଓ ୧ କୋଟି ୬୩ ଲକ୍ଷ ୧ ହଜାର ୭୦୫ ଜଣ ମହିଳା ମତଦାତା ରହିଛନ୍ତି। ତେଲେଙ୍ଗାନାରେ ତୃତୀୟ ଲିଙ୍ଗର ୨୬୭୬ ଜଣ ମତଦାତା ପଞ୍ଜୀକୃତ ହୋଇଛନ୍ତି।

୩୬ ନିୟୁତ ନାମ ଯୋଡ଼ାଯାଇଛି

ଭୋଟର ତାଲିକାରେ ୩୫ ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କ ନାମ ଯୋଡ଼ି ହୋଇଛି। ଏଥିସହ ପ୍ରାୟ ୯ ଲକ୍ଷ ଲୋକଙ୍କ ନାମ ହଟାଇ ଦିଆଯାଇଛି। ପାଖାପାଖି ୧୬ ଲକ୍ଷ ନାମ ସେମାନଙ୍କ ମତଦାନ ଠିକଣା ବଦଳାଇଛନ୍ତି।

ତୃତୀୟ ଲିଙ୍ଗର ରେକର୍ଡ ପଞ୍ଜୀକରଣ

ମତଦାତା ସୂଚୀରେ ସାମିଲ କରିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ଜିଲ୍ଲାରେ ତୃତୀୟ ଲିଙ୍ଗପାଇଁ ନାମାଙ୍କନ ଶିବିର ଆୟୋଜନ କରି ସେମାନଙ୍କ ଉପରେ ଗୁରୁତ୍ୱାରୋପ କରିଥିଲେ। ତୃତୀୟ ଲିଙ୍ଗର ସଂଗଠନଗୁଡ଼ିକ ସହ ମଧ୍ୟ ବୈଠକ ହୋଇଥିଲା। ନିରନ୍ତର ପ୍ରୟାସ ପରେ ଚଳିତ ବର୍ଷ ଜାନୁଆରୀରେ ତେଲେଙ୍ଗାନାରେ ତୃତୀୟ ଲିଙ୍ଗଭାବେ ପରିଚୟ ଦେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଜାନୁଆରି ପୂର୍ବରୁ ତେଲେଙ୍ଗାନାରେ ମାତ୍ର ୧୯୫୨ ତୃତୀୟ ଲିଙ୍ଗ ଭୋଟର ପଞ୍ଜୀକୃତ ହୋଇଥିଲେ।

ଯୁବ ମତଦାତାଙ୍କ ସଂଖ୍ୟା ଅଧିକ

୧୮ରୁ ୧୯ ବର୍ଷ ବୟସବର୍ଗର ଭୋଟରଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାରରୁ ଅଧିକ, ଯାହା କି ମୋଟ ଭୋଟରଙ୍କ ୩.୦୬ ପ୍ରତିଶତ। ତେଲେଙ୍ଗାନାରେ ମଧ୍ୟ ଏହି ବୟସ ବର୍ଗରେ ଏହା ସର୍ବାଧିକ ସଂଖ୍ୟା। ଏହି ବୟସ ବର୍ଗରେ ଲିଙ୍ଗ ଅନୁପାତ ୭୦୭ରୁ ୭୫୩କୁ ବୃଦ୍ଧି ପାଇଛି। ରାଜ୍ୟରେ ୪ ଲକ୍ଷ ୪୦ ହଜାରରୁ ଅଧିକ ଭୋଟର ଅଛନ୍ତି, ଯେଉଁମାନଙ୍କ ବୟସ ୮୦ ବର୍ଷରୁ ଅଧିକ ଏବଂ ୫ ଲକ୍ଷ ୬ ହଜାରରୁ ଅଧିକ (୫.୦୬.୯୨୧) ଭିନ୍ନକ୍ଷମ ଅଛନ୍ତି।

ତେଲେଙ୍ଗାନା ବିଧାନସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.