Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିସିସି ପକ୍ଷରୁ ଜବାହାରଲାଲ ନେହେରୁଙ୍କ ଜୟନ୍ତି ପାଳିତ
ଆଜିର ଖବର

ପିସିସି ପକ୍ଷରୁ ଜବାହାରଲାଲ ନେହେରୁଙ୍କ ଜୟନ୍ତି ପାଳିତ

November 14, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ପିସିସି ପକ୍ଷରୁ ଜବାହାରଲାଲ ନେହେରୁଙ୍କ ଜୟନ୍ତି ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ସ୍ୱାଧୀନ ଭାରତରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପବିତ୍ର ଜୟନ୍ତି ଉତ୍ସବ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟଙ୍କ ନେତୃତ୍ୱରେ କଂଗ୍ରେସ ନେତୃବର୍ଗ ମାଷ୍ଟର କ୍ୟାଂଟିନ ସ୍ଥିତ ନେହେରୁ ପାର୍କରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ପରିସରରେ ନେହେରୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।

ଏହି ଅବସରରେ ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଓ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଓଡ଼ିଶା ପ୍ରତି ନେହେରୁଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅମୀୟ କୁମାର ପଟ୍ଟନାୟକ, ମନୋରଞ୍ଜନ ଦାସ, ରଜନୀ ମହାନ୍ତି, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରାଉତରାୟ, ଜ୍ୟୋତିଷ ସାହୁ,ମିହିର ଆଚାର୍ଯ୍ୟ, ଭାସ୍କର ସେଠୀ, ସୁଶାନ୍ତ ତ୍ରିପାଠୀ, ସଙ୍କୁନା କହଁର, ସୁଧାଂଶୁ ମହାନ୍ତି, ସଂଜୟ ମିଶ୍ର, ଅନୀମା ମିଞ୍ଜ୍‌, ସୁବାସ ପ୍ରଧାନ, ତାପସ ସେଠୀ, ନିରଞ୍ଜନ ନାୟକ, ଖଗେଶ୍ୱର ମଲ୍ଲିକ, ପ୍ରଶାନ୍ତ କୁମାର ଚମ୍ପତି, ସୌମେନ୍ଦ୍ର ମହାନ୍ତି ଓ ଗୁଣମଣି ସା ପ୍ରମୁଖ ବହୁ କଂଗ୍ରେସ ନେତୃବର୍ଗ ଓ କର୍ମୀ ଯୋଗ ଦେଇଥିଲେ।

ଜବାହାରଲାଲ ନେହେରୁ ଶିଶୁଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

‘ଦମନ’ ଅଭିଯାନ: ଓଡିଶା ପୋଲିସ ଦ୍ଵାରା ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

September 23, 2026

ବିଶ୍ୱର ଶ୍ରେଷ୍ଠ ୧୦ ଟି ୨୦ ଆନ୍ତର୍ଜାତୀୟ ବୋଲର: ପ୍ରଥମ ଥର ପାଇଁ ୧ ନମ୍ବର ସ୍ଥାନରେ ପାକିସ୍ତାନ ଖେଳାଳି

September 23, 2026

“ଜ୍ଞାନେଶ କୁମାରଙ୍କୁ ଗିରଫ କରାଯିବା ଉଚିତ”: ଇସି ବିବାଦ ଉପରେ ମମତା ବାନାର୍ଜୀଙ୍କ ଦାବି

September 23, 2026

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ

September 23, 2026
Latest News

‘ଦମନ’ ଅଭିଯାନ: ଓଡିଶା ପୋଲିସ ଦ୍ଵାରା ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

ବିଶ୍ୱର ଶ୍ରେଷ୍ଠ ୧୦ ଟି ୨୦ ଆନ୍ତର୍ଜାତୀୟ ବୋଲର: ପ୍ରଥମ ଥର ପାଇଁ ୧ ନମ୍ବର ସ୍ଥାନରେ ପାକିସ୍ତାନ ଖେଳାଳି

September 23, 2026

SIR-ନିର୍ବାଚନ କମିଶନ ବିବାଦ ଉପରେ ବିଜେପିର ପ୍ରଥମ ପ୍ରତିକ୍ରିୟା: ସମ୍ବିତ ପାତ୍ର କହିଲେ….

September 23, 2026

“ଜ୍ଞାନେଶ କୁମାରଙ୍କୁ ଗିରଫ କରାଯିବା ଉଚିତ”: ଇସି ବିବାଦ ଉପରେ ମମତା ବାନାର୍ଜୀଙ୍କ ଦାବି

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.