ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ପାଇଁ ରାଉରକେଲା ଗସ୍ତ କଲେ ଗଞ୍ଜାମ ଜିଲ୍ଲା ବକ୍ସିଂ ଦଳ

Published: Nov 16, 2023, 8:06 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ଓ କାଲି ଦୁଇ ଦିନ ଧରି ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଗଞ୍ଜାମ ଜିଲ୍ଲା ବାଳକ, ବାଳିକା ବକ୍ସଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଜିଲ୍ଲାର ବକ୍ସିଂ ଦଳ ରାଉରକେଲା ଗସ୍ତ କରିଛି।

ବାଳକ ଦଳ ପକ୍ଷରୁ ଏସ ସାଇ କିରଣ, ଏନ ମାଧବ, ଜି କାର୍ତ୍ତିକ, ଦୁର୍ଗା ପ୍ରସାଦ ଦାସ, କେ ମଣ୍ଟୁ ପାତ୍ର, ବି ନିଳକଣ୍ଠ, ନିରଞ୍ଜନ ଲଳିତ କୁମାର ପଣ୍ଡା, ବି ସାଇ ପ୍ରକାଶ, ନରେଶ, ଗଣେଶ ମହାପାତ୍ର, ଆଦିତ୍ୟ ମହାନ୍ତି, କେ ଚନ୍ଦ୍ର ଶେଖର ଓ ମୁନା ଗୌଡ଼ ରହିଛନ୍ତି।

ବାଳିକା ଦଳ ପକ୍ଷରୁ ଏ ରଇତଉରଆଜ, ସୁନିତା ଗୈଡ, ରେଣୁ ମହାପାତ୍ର, ଆୟୁସ୍ମୀତା ପାଣିଗ୍ରାହୀ, ସୃତିଶା ପାଣିଗ୍ରାହୀ, ସିମା ପାଣିଗ୍ରାହୀ, ଅନିତା ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି। କୋଚ ଓ ମ୍ୟାନେଜର ଭାବେ ସୁନିଲ କୁମାର ଓ ଅମୃତ କୁମାର ପୁରୋହିତ ଯାତ୍ରା କରିଛନ୍ତି।

ସେହିପରି ପୁରୁଷ ବର୍ଗରେ ପ୍ରତିଯୋଗୀ ମାନେ ହେଲେ ଲିଟୁ ଦାସ, ମୁନା ଗୌଡ, ମଣ୍ଟୁ ପାତ୍ର ଏବଂ ଅଫିସିଆଲ ଭାବେ ଶିବ ପାତ୍ର, ବୁଲୁ ପାତ୍ର, ସୁମନ ଦାସ, ଶିଶିର କୁମାର ପାଣିଗ୍ରାହୀଙ୍କ ନେତୃତ୍ଵରେ ଯାତ୍ରା କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ବ୍ରହ୍ମପୁର ଷ୍ଟାଡିୟମ ଠାରେ ପ୍ରତିଯୋଗି ଚୟନ ପରେ ଗତକାଲି ପ୍ରତିଯୋଗି, ଜାତୀୟ କୋଚ୍ ଶିଶିର ପାଣିଗ୍ରାହୀଙ୍କ ନେତୃତ୍ୱରେ ରାଉରକେଲା ଯାତ୍ରା କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲା ବକ୍ସିଂ କମିଟି ସମ୍ପାଦକ ପ୍ରଭାକର ରାଓ, ଶିଶିର ପାଣିଗ୍ରାହୀ , ଶିବରାମ ପାତ୍ର ଓ ଲଡୁ ସାହୁଙ୍କ ଉପସ୍ଥିତିରେ ପ୍ରତିଯୋଗି ଚୟନ ପ୍ରକ୍ରିୟା ସମ୍ପାଦନ ହୋଇଥିଲା ଓ ଜିଲ୍ଲା କ୍ରୀଡ଼ା ପରିଷଦ ସମ୍ପାଦକ ଅଶୋକ କୁମାର ସାହୁ ଓ ପ୍ରଭାକର ରାଓ ବ୍ରହ୍ମପୁର ରେଳଷ୍ଟେସନ ଠାରେ ପ୍ରତିଯୋଗି ମାନଙ୍କୁ ଯାତ୍ରା ର ସଫଳତା କାମନା ସହ ଶୁଭେଚ୍ଛା ଜଣାଇଛନ୍ତି।

Related posts