Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜ୍ଞାନ ବନାମ ପରଂପରା: ବିଶ୍ବ ବିଖ୍ୟାତ ବୈଜ୍ଞାନିକମାନେ ମଧ୍ୟ ଧର୍ମଗୁରୁଙ୍କର ନିଅନ୍ତି ଆର୍ଶିବାଦ
ଆଜିର ଖବର

ବିଜ୍ଞାନ ବନାମ ପରଂପରା: ବିଶ୍ବ ବିଖ୍ୟାତ ବୈଜ୍ଞାନିକମାନେ ମଧ୍ୟ ଧର୍ମଗୁରୁଙ୍କର ନିଅନ୍ତି ଆର୍ଶିବାଦ

November 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସେ ହେଉଛନ୍ତି ବିଶ୍ବବିଖ୍ୟାତ ବୈଜ୍ଞାନିକ ଏ ପି ଜେ ଅବଦୁଲ କାଲାମ। ସେ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି, ସେ ହେଉଛନ୍ତି ମିଶାଇଲ ମ୍ୟାନ। ନିଜର ବିଜ୍ଞାନ ବଳରେ ସେ ସାରା ବିଶ୍ବରେ ସୃଷ୍ଟି କରିଛନ୍ତି ହଇଚଇ। ସେହିପରି ଜଣେ ବୈଜ୍ଞାନିକ ଯେତେବେଳେ ଧର୍ମଗୁରୁଙ୍କୁ ଦେଖନ୍ତି ସେତେବେଳେ ସେ ତଳେ ଶୋଇ ନମସ୍କାର କରନ୍ତି। କାରଣ ସେ ବୈଜ୍ଞାନିକ ହୋଇଥିଲେ ମଧ୍ୟ ତାଙ୍କ ମଧ୍ୟରେ ରହିଛି ଧର୍ମ ଭାବନ।

ପ୍ରଖ୍ୟାତ ବୈଜ୍ଞାନିକ ଅବଦୁଳ କାଲମ ହିନ୍ଦୁ ଧର୍ମ ଗୁରୁଙ୍କ ପାଦତଳେ ବସି ଆର୍ଶିବାଦ ଭିକ୍ଷା କରୁଥିବାର ଏକ ଫଟୋ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି। କାରଣ ହେଲା ଯେ, ବର୍ତ୍ତମାନ ବିଜ୍ଞାନ ନାମରେ କେତେକ ଯେପରି ଅପ୍ରଚାରରେ ଲାଗିଛନ୍ତି ସେମାନଙ୍କୁ ପାନେ ଦେବା ହେଉଛି ଏହାର ଉଦ୍ଦେଶ୍ୟ।

ନିକଟରେ ହେତୁବାଦୀ କହୁଥିବା କେତେକ ବ୍ୟକ୍ତି ସୂର୍ଯ୍ୟପରାଗ ଏବଂ ଚନ୍ଦ୍ର ଗ୍ରହଣ ବେଳେ ଚିକେନ ବିରିୟାନି ଖାଇ ନିଜକୁ ବଡ ବୈଜ୍ଞାନିକଙ୍କ ସମର୍ଥକ ବୋଲାଇ ହେଉଛନ୍ତି। ସେମାନେ ପ୍ରମାଣିତ କରିବାକୁ ଚାହୁଁଛନ୍ତି ଯେ ପରାଗ ବେଳେ ଖାଇଲେ କିଛି ହେବ ନାହିଁ। ଏହା କୌଣସି ବିଜ୍ଞାନରେ ନାହିଁ। ସେମାନେ ଧର୍ମକୁ ଅବିଶ୍ବାସ ଏବଂ ବିଜ୍ଞାନକୁ ବିଶ୍ବାସ କରନ୍ତୁ ବୋଲି କହି ବୁଲୁଛନ୍ତି।

ହେଲେ ସେମାନେ ଜାଣନ୍ତି ନାହିଁ ଯେ, ଯେଉଁ ବୈଜ୍ଞାନିକମାନେ ନିଜର ଉଦଭାବ ପାଇଁ ସାରା ବିଶ୍ବରେ ପରିଚୟ ସୃଷ୍ଟି କରିଛନ୍ତି ସେମାନେ ମଧ୍ୟ ଦୃଢ ଧର୍ମ ସମର୍ଥକ। ସେମାନେ ମଧ୍ୟ ଧର୍ମକୁ ଏବଂ ପରଂପରାକୁ ସମ୍ମାନ ପ୍ରଦାନ କରନ୍ତି। ଆଇନଷ୍ଟାଇନ, ଶ୍ରୀନିବାସ ରାମାନୁଜନ, ଭାବା, ଅବଦୁଲ କଲାମଙ୍କ ଭଳି ହଜାର ହଜାର ଶ୍ରେଷ୍ଠ ବୈଜ୍ଞାନିକ ନିଜ ସଫଳତା ପାଇଁ ହିନ୍ଦୁ ଧର୍ମ ବିଜ୍ଞାନ ଓ ଦର୍ଶନକୁ ଶ୍ରେୟ ଦେଇ ଯାଇଛନ୍ତି।

ହେତୁବାଦୀ ଜାଣନ୍ତି ନାହିଁ ଯେ, ଯେତେବେଳେ ମହାକାଶକୁ ଉପଗ୍ରହ ପ୍ରେରଣ କରାଯାଏ ସେତେବେଳେ ବୈଜ୍ଞାନିକମାନେ କାଉଣ୍ଟ ଡାଉନ ଆରମ୍ଭ ପୂର୍ବରୁ ଠାକୁରଙ୍କୁ ମୁଣ୍ଡିଆଟିଏ ମାରନ୍ତି। ତାଙ୍କର ଉତକ୍ଷେପଣ ସଫଳ ହେଉ ବୋଲି ସେମାନେ ଭଗବାନଙ୍କ ଆର୍ଶିବାଦ ଭିକ୍ଷା କରନ୍ତି। କାରଣ ସେମାନେ ବୈଜ୍ଞାନିକ ହେଲେ ମଧ୍ୟ କେବେ ବି ସେମାନେ ଧର୍ମଛଡା ନଥିଲେ, ଯେପରି ଏହି ହେତୁବାଦୀମାନେ ହେଉଛନ୍ତି। ସେଥିପାଇଁ ହିନ୍ଦୁ ଧର୍ମକୁ ଯେଉଁମାନେ ବଦନାମ କରୁଛନ୍ତି ସେମାନଙ୍କୁ ପାନେ ଦେବାର ଆବଶ୍ୟକତା ରହିଛି।

ଗ୍ରହଣରେ ଖାଦ୍ୟ ଚନ୍ଦ୍ର ଗ୍ରହଣ ପରାଗ ବେଳେ ଖାଦ୍ୟ ଗ୍ରହଣ ବିଜ୍ଞାନ ବନାମ ପରଂପରା ସୂର୍ଯ୍ୟ ପରାଗ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025
Latest News

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.