Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂଗ୍ରାମ ମହାପାତ୍ରଙ୍କ ଲିଖିତ ପୁସ୍ତକ’ଜନ୍ମଭୂମିର ଯୋଦ୍ଧାମାନେ’ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଉନ୍ମୋଚିତ
ଆଜିର ଖବର

ସଂଗ୍ରାମ ମହାପାତ୍ରଙ୍କ ଲିଖିତ ପୁସ୍ତକ’ଜନ୍ମଭୂମିର ଯୋଦ୍ଧାମାନେ’ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଉନ୍ମୋଚିତ

November 19, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ସଂଗ୍ରାମ ମହାପାତ୍ରଙ୍କ ଲିଖିତ ପୁସ୍ତକ 'ଜନ୍ମଭୂମିର ଯୋଦ୍ଧାମାନେ' ଉନ୍ମୋଚିତ

ଭୁବନେଶ୍ୱର: ଆଧୁନିକ ଓଡିଆ କଥା ସାହିତ୍ୟର ଯଶସ୍ୱୀ ସ୍ରଷ୍ଟା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ରଚନା କ୍ଷେତ୍ରରେ ନିଜର ପ୍ରତିଭାର ପରିସ୍ଫୁଟନ କରିପାରିଥିବା ସାରସ୍ୱତ ସାଧକ ତଥା ଓଡିଶା ରାଜ୍ୟ ପ୍ରଶାସନରେ କାର‌୍ୟ୍ୟରତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ସଂଗ୍ରାମ ମହାପାତ୍ରଙ୍କ ଲିଖିତ “ଜନ୍ମଭୂମିର ଯୋଦ୍ଧାମାନେ”ପୁସ୍ତକର ପ୍ରଥମ ଖଣ୍ତ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ସମୟରେ ଶ୍ରୀ ମହାପାତ୍ରଙ୍କ ସହଧର୍ମିଣୀ ଶ୍ରୀମତୀ ଧରିତ୍ରୀ ମହାପାତ୍ର ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ ଶ୍ରୀ ମହାପାତ୍ରଙ୍କ ଦ୍ୱାରା ଲିଖିତ ଏବଂ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, ବିନୋଦ ବିହାରୀ, କଟକ ଙ୍କ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଖାରବେଳ, କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବଙ୍କ ଠାରୁ ଆରମ୍ଭ କରି ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ, ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ବିଜୁ ପଟ୍ଟନାୟକ ଆଦିଙ୍କ ଜୀବନୀ ଓ ଘଟଣାମାନ ଉଲ୍ଲିଖିତ।

ଦୁଇ ହଜାର ବର୍ଷର ଇତିହାସ ମଧ୍ୟରେ ଓଡିଶା ଭୂଖଣ୍ଡକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରାଇବାରେ ଯେଉଁମାନଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲା, ସେହିସବୁ ମହାପୁରୁଷଙ୍କର ଜୀବନୀ ଓ ସଂପର୍କିତ ଘଟଣାବଳୀକୁ ନେଇ ଏହି ପୁସ୍ତକ ଲିଖିତ।

ସଂଗ୍ରାମ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମନ୍ଦିର ଦର୍ଶନ: ଭାରତରେ ଏପରି ମନ୍ଦିର ଅଛି ଯାହା ଧନୁ ତୀର ଆକାରରେ ହୋଇଛି ନିର୍ମାଣ

November 15, 2025

୪୭ତମ ସର୍ବଭାରତୀୟ ରେଲୱେ ବ୍ରିଜ୍ ଚାମ୍ପିଅନସିପ୍ ଆୟୋଜନ କରିବ ପୂର୍ବ ତଟ ରେଳପଥ

November 15, 2025

ନାଗରିକଙ୍କୁ ସଶକ୍ତ କରିବା ସହ ଗୋପନୀୟତାକୁ ସୁରକ୍ଷା ଦେବା ଲାଗି ଡିପିଡିପି ନିୟମାବଳୀର ବିଜ୍ଞପ୍ତି ପ୍ରକାଶ

November 15, 2025

ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ଦୂର କରିବା ପାଇଁ ଓଷ୍ଟାର ଦାବି

November 15, 2025
Latest News

ମନ୍ଦିର ଦର୍ଶନ: ଭାରତରେ ଏପରି ମନ୍ଦିର ଅଛି ଯାହା ଧନୁ ତୀର ଆକାରରେ ହୋଇଛି ନିର୍ମାଣ

November 15, 2025

୪୭ତମ ସର୍ବଭାରତୀୟ ରେଲୱେ ବ୍ରିଜ୍ ଚାମ୍ପିଅନସିପ୍ ଆୟୋଜନ କରିବ ପୂର୍ବ ତଟ ରେଳପଥ

November 15, 2025

ନାଗରିକଙ୍କୁ ସଶକ୍ତ କରିବା ସହ ଗୋପନୀୟତାକୁ ସୁରକ୍ଷା ଦେବା ଲାଗି ଡିପିଡିପି ନିୟମାବଳୀର ବିଜ୍ଞପ୍ତି ପ୍ରକାଶ

November 15, 2025

ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ଦୂର କରିବା ପାଇଁ ଓଷ୍ଟାର ଦାବି

November 15, 2025

ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀରେ ପାଳନ ହେବ ଆଦିବାସୀ ଗୌରବ ଦିବସ

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.