Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକରେ ଲୋକପ୍ରିୟ ହେଉଛି ମେଗା ଧାରାବାହିକ ‘ତୁ ମୋ ସାଥିରେ’
ଆଜିର ଖବର

ଜୀ-ସାର୍ଥକରେ ଲୋକପ୍ରିୟ ହେଉଛି ମେଗା ଧାରାବାହିକ ‘ତୁ ମୋ ସାଥିରେ’

November 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି। ସେହିପରି ଏକ କାହାଣୀ ଯାହା ବିଜୟ କାଣ୍ଡୋଇଙ୍କ ପ୍ରଯୋଜିତ ଓ ଦିଲ୍ଲୀପ ଦାଶ ନିର୍ଦେଶିତ ହେଉଛି ‘ତୁ ମୋ ସାଥିରେ’।

ବିବାହା ପରେ ପ୍ରେମର ନୂଆ କାହାଣୀ ନେଇ ଆସିଛି ଜୀ-ସାର୍ଥକର ଏହି ଲୋକପ୍ରିୟ ଧାରାବାହିକ ‘ତୁ ମୋ ସାଥିରେ’ । ବାହାଘର ପରେ ଅମ୍ବର ଓ ଧାରା ମଧ୍ୟରେ ହେଉଥିବା ପ୍ରେମ, ଝଗଡା ଓ ବୁଝାମଣା ବହୁ ଉତ୍କଣ୍ଠାପୂର୍ଣ ମୋଡ । ଘରର ଜ୍ଵାଇଁ ଭାବରେ ଅମ୍ବର, ଧାରା ପରିବାରକୁ ମଧ୍ୟ ସମାନ ଆଖିରେ ଦେଖିଛି । ସେ ଧାରାର ମା’ ମୀନାଙ୍କୁ ନିଜ ଘରକୁ ଆଣିବାକୁ ଚେଷ୍ଟା କରିଛି ହେଲେ ଧାରା ଓ ମୀନା ଏଥିରେ ରାଜି ହୋଇନାହାନ୍ତି । ବହୁତ କଷ୍ଟରେ ସେମାନଙ୍କୁ ବୁଝାଇ ଅମ୍ବର ନିଜ ଘରକୁ ଆଣିଛି ଓ ବିବାହ ସମୟରେ ରଖିଥିବା ନିଜର ଦ୍ବିତୀୟ ସର୍ତ୍ତ କଥା ପାଳନ କରିଛି ବାହାଘର ପରେ ଗୋଟିଏ ଘରେ ରହୁଛନ୍ତି ସେମାନେ ଅମ୍ବର ଓ ଧାରା ମଧ୍ୟରେ ସୁନ୍ଦର ପ୍ରେମ କାହାଣୀ ଆଗେଇ ଚାଲିଛି ଓ ଅମ୍ବର ମଧ୍ୟ ଧାରାର ପରିବାରକୁ ବହୁତ ଆଦର ଦେଇଛି କିନ୍ତୁ ସେପଟେ ଧାରା ସବୁବେଳେ ଚେଷ୍ଟାରତ କିପରି ଇନ୍ଦ୍ରାଣୀର ମୁଖା ଖୋଲିବ ଓ ଅମ୍ବରର ନିଜ ମା’ ଜାନକୀଙ୍କୁ ପ୍ରକୃତ ନ୍ୟାୟ ଦେବା ! ତେବେ କାହାଣୀରେ ଆଗକୁ କଣ ହେବ ଜାନକୀଙ୍କୁ ପ୍ରକୃତ ନ୍ୟାୟ ମିଳିବ ? ଇନ୍ଦ୍ରାଣୀର ମୁଖା ଖୋଲିବ ? ସବୁବେଳେ ଅମ୍ବର ଓ ଧାରା ମଧ୍ୟରେ ସମ୍ପର୍କ ଭଲ ରହିବତ ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଧାରାବାହିକ ଆଗେଇ ଚାଲିଛି ‘ତୁ ମୋ ସାଥିରେ’ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ ରେ କେବଳ ଜୀ-ସାର୍ଥକରେ ।

“ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ। ଏହି ମେଗା ଧାରାବାହିକ, ‘ତୁ ମୋ ସାଥିରେ’ ରେ ରହିଥିବା ପ୍ରେମ, ଝଗଡା ଓ ବୁଝାମଣା ବହୁ ଉତ୍କଣ୍ଠାପୂର୍ଣ ମୋଡ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।

ଜୀ ସାର୍ଥକ ମେଗା ଧାରାବାହିକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

December 26, 2025

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ହାତୀ ପିଠିରେ ବସି ନଗର ଭ୍ରମଣ କଲେ ମହାରାଜ କଂସ

December 26, 2025

ସାଂସଦ ଖେଳ ମହୋତ୍ସବ: ସଫଳ କ୍ରୀଡାବିତଙ୍କୁ ପୁରସ୍କୃତ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025

ଡିସେମ୍ବର ୨୬ ତାରିଖ ଶୁକ୍ରବାର ଦିନ କଣ ଘଟିବ ଆପଣଙ୍କର ଭାଗ୍ୟରେ, ଜାଣନ୍ତୁ ଆଜିର ରାଶିଫଳ

December 26, 2025
Latest News

ଦିନେ ନାହିଁ, କାଳେ ନାହିଁ …..

December 26, 2025

ଆଜି ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

December 26, 2025

ଆଜି ବିଜେଡିର ପ୍ରତିଷ୍ଠା ଦିବସ, ନବୀନ ପଟ୍ଟନାୟକ କଣ କହିବେ ସେ ନେଇ ସମସ୍ତଙ୍କ ନଜର

December 26, 2025

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ହାତୀ ପିଠିରେ ବସି ନଗର ଭ୍ରମଣ କଲେ ମହାରାଜ କଂସ

December 26, 2025

ସାଂସଦ ଖେଳ ମହୋତ୍ସବ: ସଫଳ କ୍ରୀଡାବିତଙ୍କୁ ପୁରସ୍କୃତ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.