Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପକ୍ଷରୁ ଓଡ଼ିଶାରେ ଜିଓଏୟାରଫାଇବ‍ର୍ ସେବା ଶୁଭାରମ୍ଭ
ଆଜିର ଖବର

ଜିଓ ପକ୍ଷରୁ ଓଡ଼ିଶାରେ ଜିଓଏୟାରଫାଇବ‍ର୍ ସେବା ଶୁଭାରମ୍ଭ

November 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ଓଡ଼ିଶାରେ ବିଶ୍ୱ ମାନର ସର୍ବାଧୁନିକ ହୋମ୍‌‍ ଏଣ୍ଟରଟେନ୍‌‍ମେଣ୍ଟ, ସ୍ମାର୍ଟ ହୋମ୍‌‍ ସେବା ଏବଂ ହାଇ-ସ୍ପିଡ ବ୍ରଡ୍‌‍ବ୍ୟାଣ୍ଡ୍‌‍ ସମନ୍ୱିତ ଏଣ୍ଡ୍‌‍-ଟୁ-ଏଣ୍ଡ୍‌‍ ସମାଧାନ ଜିଓଏୟାରଫାଇବ‍ର୍ ସେବା ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି।

ଜିଓଏୟାରଫାଇବ‍ର୍ ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‍ ବ୍ରଡବ୍ୟାଣ୍ଡ୍‌‍ ସୁବିଧା ବିଭିନ୍ନ ଜଟିଳତା ତଥା ସେମାନଙ୍କ ପରିସରକୁ ଅପ୍‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ବିଳମ୍ବ ଘଟିବା କାରଣରୁ ଉପଲବ୍ଧ ହେଉନଥିଲା ସେଭଳି ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ଏହା ସଂଯୋଗ କରିବ।

ଜିଓଏୟାରଫାଇବ‍ର୍ ଭୁବନେଶ୍ୱର ଏବଂ କଟକ ଦ୍ୱୈତନଗରୀରେ ଲାଇଭ୍‌‍ ହେବା ସହିତ ଉଭୟ ସହରରେ ସମସ୍ତ ବାସଗୃହ ଏବଂ ସମସ୍ତ ବ୍ୟବସାୟ ସ୍ଥଳ ଏବେ ଗୋଟିଏ ସମନ୍ୱିତ ସେବା ଜରିଆରେ ଉପଲବ୍ଧ ହେଉଥିବା ବିଶ୍ୱ ମାନର ସର୍ବାଧୁନିକ ହୋମ୍‌‍ ଏଣ୍ଟରଟେନ୍‌‍ମେଣ୍ଟ, ବ୍ରଡବ୍ୟାଣ୍ଡ୍‌‍ ଏବଂ ଡିଜିଟାଲ ଅନୁଭୂତି ଉପଭୋଗ କରିପାରିବେ। ସେବା ଆରମ୍ଭ ସହିତ ଜିଓଏୟାରଫାଇବ‍ର୍ ସଂଯୋଗ ଉଭୟ ସହରରେ ଅନେକ ଗ୍ରାହକଙ୍କ ପରିସରରେ ସ୍ଥାପନ କରାଯାଇଛି। ରାଜ୍ୟର ପ୍ରଥମ ଜିଓଏୟାରଫାଇବ‍ର୍ ସଂଯୋଗ ଜିଓର ଓଡ଼ିଶା ବ୍ୟବସାୟ ମୁଖ୍ୟ ପ୍ରଦୀପ ରାଉତଙ୍କ ଠାରୁ ଭୁବନେଶ୍ୱର ସ୍ଥିତ ସିଏସ୍‌‍ଆଇଆର- ଇନ୍‌‍ଷ୍ଟିଚ୍ୟୁଟ ଅଫ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍‌‍ନୋଲୋଜି (ସିଏସ୍‌‍ଆଇଆର-ଆଇଏମ୍‌‍ଏମ୍‌‍ଟି) ପରିସରରେ ଜଣେ ବୈଜ୍ଞାନିକ ଗ୍ରହଣ କରିଛନ୍ତି।

ଏହି ମାଇଲଖୁଣ୍ଟ ଓଡ଼ିଶାରେ ଡିଜିଟାଲ ଦୃଶ୍ୟପଟ୍ଟରେ ଉଲ୍ଲେଖନୀୟ ପରିବର୍ଦ୍ଧନର ଏକ ନିଦର୍ଶନ ହୋଇଛି, ଯାହା ଦ୍ୱାରା ପ୍ରତ୍ୟେକଟି ଘର ଓ ବ୍ୟବସାୟକୁ ଜିଓର ଏୟାରଫାଇବର ପ୍ରଯୁକ୍ତି ସାଙ୍ଗକୁ ଶ୍ରେଷ୍ଠ ସ୍ତରର ଫାଇବର ଏବଂ ମୋବିଲିଟି ସେବାର ଅନନ୍ୟ ଅନୁଭୂତି ହାସଲ କରିବାରେ ସମର୍ଥ କରାଇବ। ଗଣେଶ ଚତୁର୍ଥୀରେ ଦେଶବ୍ୟାପୀ ଏହି ସେବାର ଶୁଭାରମ୍ଭ ପରବର୍ତ୍ତୀ ପର୍ଯ୍ୟୟରେ ଓଡ଼ିଶାରେ ଜିଓ ଏୟାରଫାଇବର ସେବା ଆରମ୍ଭ କରାଯାଇଛି ଏବଂ ଏହା ସମଗ୍ର ଦେଶରେ ଜନସାଧାରଣଙ୍କୁ ସର୍ବାଧୁନିକ ସଂଯୋଗ ସମାଧାନ ଯୋଗାଇଦେବାରେ ଜିଓର ପ୍ରତିବଦ୍ଧତାକୁ ଅଧିକ ମଜଭୁତ କରୁଛି।

ଜିଓଏୟାରଫାଇବର ଟିଭି ଅଥବା ବ୍ରଡବ୍ୟାଣ୍ଡ୍‌‍ ବ୍ୟବହାରକାରୀଙ୍କୁ ଗୋଟିଏ ସମନ୍ୱିତ ସେବା ଜରିଆରେ ଯୋଗାଇ ଦିଆଯାଉଥିବା ଏକ ବିଶ୍ୱ ମାନର ସର୍ବାଧୁନିକ ହୋମ୍‌‍ ଏଣ୍ଟରଟେନ୍‌‍ମେଣ୍ଟ, ବ୍ରଡବ୍ୟାଣ୍ଡ୍‌‍ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବା ସୁଯୋଗ ପ୍ରଦାନ କରୁଛି। ଜିଓଏୟାରଫାଇବର୍ ପ୍ଲାନ୍‌‌ରେ ଗ୍ରାହକଙ୍କୁ ଅସୀମିତ ଡାଟା ସହିତ ୩୦ ଏମ୍‌‌ବିପିଏସ୍ ଓ ୧୦୦ ଏମ୍‌‌ବିପିଏସ୍ ଭଳି ଦୁଇ ପ୍ରକାର ସ୍ପିଡ୍‌‌ର ପ୍ଲାନ୍ ଉପଲବ୍ଧ ହେଉଛି। ପ୍ରାରମ୍ଭିକ ୩୦ ଏମ୍‌‌ବିପିଏସ୍ ପ୍ଲାନ୍‌‌ର ମୂଲ୍ୟ ୫୯୯ ଟଙ୍କା ରହିଛି। ସେହିପରି ୧୦୦ ଏମ୍‌‌ବିପିଏସ୍ ପ୍ଲାନ୍‌‌ର ମୂଲ୍ୟ ୮୯୯ ଟଙ୍କା ରହିଛି। ଉଭୟ ପ୍ଲାନ୍‌‌ରେ ୫୫୦ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଓ ୧୪ଟି ଲୋକପ୍ରିୟ ମନୋରଞ୍ଜନ ଓଟିଟି ଆପ୍ ଉପଲବ୍ଧ ରହିଛି। ଜିଓଏୟାରଫାଇବର୍ ପ୍ଲାନ୍‌‌ରେ ୧୦୦ ଏମ୍‌‌ବିପିଏସ୍ ସ୍ପିଡ୍ ରହିଥିବା ଏକ ୧୧୯୯ ଟଙ୍କିଆ ପ୍ଲାନ୍ ମଧ୍ୟ ରହିଛି, ଯେଉଁଥିରେ ୫୫୦ ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଏବଂ ନେଟ୍‌‌ଫ୍ଲିକ୍ସ, ଆମାଜନ ଓ ଜିଓ ସିନେମା ଭଳି ପ୍ରିମିୟମ ଓଟିଟି ସବସ୍କ୍ରିପସନ ସମେତ ୧୬ ରୁ ଅଧିକ ମନୋରଞ୍ଜନ ଓଟିଟି ଆପ୍ ଉପଲବ୍ଧ ରହିଛି।

ଜିଓଏୟାରଫାଇବ‍ର୍ ଏହି ଶ୍ରେଣୀରେ ସର୍ବୋତ୍ତମ ମୂଲ୍ୟଗତ ଲାଭ ପ୍ରଦାନ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ନିରୀକ୍ଷଣ ଓ ସ୍ମାର୍ଟ ହୋମ୍ କ୍ଷେତ୍ରରେ ନିଜସ୍ୱ ସମାଧାନ ଜରିଆରେ ବିଶ୍ୱସ୍ତରୀୟ ଡିଜିଟାଲ୍ ମନୋରଞ୍ଜନ, ସ୍ମାର୍ଟ ହୋମ୍ ସେବା ଏବଂ ବ୍ରଡ୍‌‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବ। ଜିଓଏୟାରଫାଇବ‍ର୍ ସହିତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଗ୍ରାହକ ନିଜ ଘର କିମ୍ବା ବ୍ୟବସାୟ ସ୍ଥଳରେ ନିରବଛିନ୍ନ କଭରେଜ ପାଇଁ ୱାଇ-ଫାଇ ରାଉଟର, ୪କେ ସ୍ମାର୍ଟ ସେଟ-ଅପ ବକ୍ସ ଏବଂ ଭଏସ ଆକ୍ଟିଭ ରିମୋଟ ଭଳି ଡିଭାଇସ ପାଇବେ।

ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରରେ ୫୫୦ ରୁ ଅଧିକ ପ୍ରମୁଖ ଡିଜିଟାଲ ଟିଭି ଚାନେଲ ହାଇ-ଡ଼େଫିନେସନରେ ଉପଲବ୍ଧ ହେବା ସହିତ ଜିଓଏୟାରଫାଇବ‍ର୍ ଗ୍ରାହକ କ୍ୟାଚ-ଅପ ଟିଭି ମାଧ୍ୟମରେ ସେମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ଗୁଡିକୁ ନିଜ ଇଚ୍ଛାମୂତାବକ ପଛକୁ ଯାଇ ପୁଣି ଦେଖିପାରିବେ। ସେହିଭଳି ଜିଓଏୟାରଫାଇବ‍ର୍ ଗ୍ରାହକ ୧୬ ରୁ ଅଧିକ ପ୍ରମୁଖ ଓଟିଟି ଆପ୍ପ ଗୁଡିକର ମାଗଣା ସବସ୍କ୍ରିପସନ ସାଙ୍ଗକୁ ସେହି ସବସ୍କ୍ରିପସନ ବ୍ୟବହାର କରି ନିଜ ପସନ୍ଦର ଡିଭାଇସରେ ଯେପରିକି ଲାପଟପ, ଟିଭି, ମୋବାଇଲ କିମ୍ବା ଟାବଲେଟରେ ଏହାର ମଜା ନେଇପାରିବେ।

ଜିଓର ବିଶ୍ୱସନୀୟ ୱାଇଫାଇ ସଂଯୋଗ ଜରିଆରେ ଘର କିମ୍ବା ବ୍ୟବସାୟ ପ୍ରତିଷ୍ଠାନର କୋଣ ଅନୁକୋଣରେ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଅନୁଭୂତି ପାଇପାରିବେ।

ସେହିଭଳି ଜିଓଏୟାରଫାଇବ‍ର୍ ଗ୍ରାହକ ସ୍ମାର୍ଟ ହୋମ ସେବା ଜରିଆରେ ଶିକ୍ଷା ପାଇଁ କ୍ଲାଉଡ଼ ପିସି ଓ ୱାର୍କ ଫ୍ରମ ହୋମ, ସୁରକ୍ଷା ଓ ନିରୀକ୍ଷଣ ସମାଧାନ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ମାର୍ଟ ହୋମ ଆଇଓଟି, ଗେମିଙ୍ଗ ଓ ହୋମ ନେଟୱର୍କିଙ୍ଗ ଭଳି ସେବାର ଉପଯୋଗ କରିପାରିବେ।

ଜିଓଏୟାରଫାଇବ‍ର୍କୁ ଅନଲାଇନ୍ ଓ ଅଫ୍‌‌ଲାଇନ୍‌‌ରେ ବୁକିଂ କରାଯାଇପାରିବ। ୬୦୦୦୮ ୬୦୦୦୮ ନମ୍ବର ରେ ମିସଡ୍ କଲ୍ ଦେଇ କିମ୍ବା www.jio.com ୱେବସାଇଟ୍ ପରିଦର୍ଶନ କରି କିମ୍ବା ଜିଓ ଷ୍ଟୋରରେ ବୁକିଂ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ।

ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

August 25, 2025

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025
Latest News

ସୁନା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

August 25, 2025

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.