
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ୨୦୨୪ ଲୋକସଭା ନିର୍ବାଚନରେ ଆମେଥିରୁ ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ କହିଛନ୍ତି ଯେ ଗାନ୍ଧୀ ପରିବାର ଆମେଠିବାସୀଙ୍କ ପାଇଁ ନିରନ୍ତର କଠିନ ପରିଶ୍ରମ କରୁଛନ୍ତି। ରାହୁଲ ଗାନ୍ଧି ନିଶ୍ଚିତଭାବେ ଏହି ଆସନରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ। ରାହୁଲ ଆମେଠି ଆସନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ୨୦୧୯ ନିର୍ବାଚନରେ ହାରିଯାଇଥିଲେ।
ତେବେ ସେ କେରଳର ୱାୟନାଡ ଆସନରୁ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ରାହୁଲ ଗାନ୍ଧି ତାଙ୍କ ପୁରୁଣା ଗଡ଼ ଆମେଠିକୁ ଫେରିବାର ସମ୍ଭାବନା ବିଷୟରେ ରାୟ କହିଛନ୍ତି। ରାମ ମନ୍ଦିର ଉଦ୍ଘାଟନକୁ ଏକ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିବା ପାଇଁ ବିଜେପିକୁ ଅନ୍ୟ କଂଗ୍ରେସ ନେତାଙ୍କ ସହ ଶ୍ରୀ ରାୟ ସମାଲୋଚନା କରିଛନ୍ତି। ରାମ ମନ୍ଦିର ନିର୍ମାଣ ଏକ ଆସ୍ଥାର ବିଷୟ ବୋଲି ସେ କହିଛନ୍ତି। ନିର୍ବାଚନୀ ବର୍ଷରେ ଲୋକଙ୍କୁ ବୋକା ବନାଇବା ପାଇଁ ବିଜେପି ଏସବୁ କରୁଛି।