Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମର୍ଥନ କରିବା ପାଇଁ ସାମିଲ ହୋଇଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ
ଆଜିର ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମର୍ଥନ କରିବା ପାଇଁ ସାମିଲ ହୋଇଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ

November 28, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମର୍ଥନ କରିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ‘ମେରୀ କାହାନି ମେରୀ ଜୁବାନି (ଏମକେଏମଜେଡ୍‌)’ ଅଧୀନରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛି। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ଗ୍ର।ମ ପଞ୍ଚ।ୟତର ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ଏବଂ ସେମାନଙ୍କ ଜୀବନ ଉପରେ ଅଙ୍ଗନୱାଡି ସେବାର ପ୍ରଭାବ ସଂପର୍କରେ କହୁଛନ୍ତି। ବର୍ତ୍ତମାନ ସୁଦ୍ଧା 1800ରୁ ଅଧିକ ହିତାଧିକାରୀ ଏମକେଏମଜେଡ୍ ଅଧୀନରେ ସେମାନଙ୍କ ଅନୁଭୂତି ବାଣ୍ଟିଛନ୍ତି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଏହି ଯୋଜନାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ଯୋଗ୍ୟ ହିତାଧିକାରୀଙ୍କର ମଧ୍ୟ ସ୍ପଟ୍ ରେଜିଷ୍ଟ୍ରେସନ୍ କରାଯାଉଛି। ଏହି ଯାତ୍ରା ଜନସାଧାରଣଙ୍କୁ ବିଭିନ୍ନ ଯୋଜନା ଏବଂ ଏହାର ଲାଭ ବିଷୟରେ ସଚେତନ କରିବା ଦିଗରେ ଏକ ପଦକ୍ଷେପ, ଯାହା ଦ୍ୱାରା ଯୋଗ୍ୟ ବ୍ୟକ୍ତିମାନଙ୍କୁ ସମ୍ପୃକ୍ତ ଯୋଜନାରେ ନାମ ପଂଜିକରଣ ପାଇଁ ଉତ୍ସାହିତ କରାଯାଇ ପାରିବ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ମଧ୍ୟ ଏହି ଯାତ୍ରା ସମୟରେ ସୁସ୍ଥ ଶିଶୁ ପ୍ରତିଯୋଗିତା(ଏସବିଏସ) ଆରମ୍ଭ କରିବାକୁ କହିଛି, ଯେଉଁଥିରେ ସୁସ୍ଥ ଶିଶୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଛି । ଶତତ ସମୁଦାୟ ଅଂଶ ଗ୍ରହଣ ପାଇଁ ଏହା ବହୁତ ଆବଶ୍ୟକ ଯେ, ପୋଷଣ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ‘ସୁସ୍ଥ ଶିଶୁ’ର ଚିହ୍ନଟ ଏବଂ ତାହାର ଉତ୍ସବ ପାଳନ ଉପରେ ଗୁରୁତ୍ୱ ଦେବା ସହିତ ସକାରାତ୍ମକ ଦିଗ ସହିତ ଆଲୋକପାତ କରିବା ଜରୁରୀ। ଏହାର ଉଦ୍ଦେଶ୍ୟ ହେଉଛି ନବଜାତ ଶିଶୁଙ୍କ ଠାରୁ 6 ବର୍ଷ ବୟସର ପିଲାଙ୍କ ପୁଷ୍ଟିସାଧନ ସ୍ଥିତିରେ ଉନ୍ନତି ଆଣିବା, ସୁସ୍ଥ ପିଲାଙ୍କ ଉପରେ ଧ୍ୟାନ କେନ୍ଦ୍ରୀତ କରିବା, ପିଲାଙ୍କ ପୋଷଣ ଓ କଲ୍ୟାଣ ସମ୍ବନ୍ଧୀୟ ପ୍ରସଙ୍ଗରେ  ବ୍ୟାପକ ଭାବେ ସମୁଦାୟ ସହ ଭାବନାତ୍ମକ ସମ୍ପର୍କ ସ୍ଥାପନ କରିବା ଓ ପିତା-ମାତା ଏବଂ ପିଲାମାନଙ୍କ ମଧ୍ୟରେ ଏକ ସକାରାତ୍ମକ ବନ୍ଧନ ସୃଷ୍ଟି କରିବ ।

ଜନଜାତୀୟ ଗୌରବ ଦିବସ ଅବସରରେ, ଏକ ଅଭୂତପୂର୍ବ ପଦକ୍ଷେପ ସ୍ୱରୂପ ସାରା ଦେଶରେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଗୁଡିକର ଲାଭ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଂଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 15, 2023ରେ ଝାଡ଼ଖଣ୍ଡର ଖୁଣ୍ଟିରୁ ‘ବିକଶିତ ଭାରତ ସଂକଳ୍ପ ଯତ୍ରା’ର ଶୁଭାରମ୍ଭ କରିଛନ୍ତି ।

ଅଡିଓ ଭିଜୁଆଲ, ପ୍ରଚାର ପତ୍ର, ବ୍ରୋସ ପାମ୍ଫଲେଟ୍‌, ପୁସ୍ତିକା ଓ ଅଧ୍ୟୟନ ମାଧ୍ୟମରେ ଜ୍ଞାନ ପ୍ରସାର କରିବା ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଆଇଇସି ଭ୍ୟାନ୍ କୁ ସବୁଜ ପତାକା ଦେଖାଇ ସ୍ଥାନୀୟ ଭାଷାରେ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଶୁଭାରମ୍ଭ କରାଯାଇଥିଲା। ବିକଶିତ ଭାରତ ସଂକଳ୍ପ ଯତ୍ରା ଦେଶର ପ୍ରାୟ ସମସ୍ତ ଗ୍ରାମ ପଞ୍ଚ।ୟତକୁ ପରିକ୍ରମା କରିବାର ଲକ୍ଷ୍ୟ ରଖିଛି ।

ଅଙ୍ଗନୱାଡି ସେବା (ପୂର୍ବର ସମନ୍ୱିତ ଶିଶୁ ବିକାଶ ସେବା) 1975 ମସିହାରେ ଆରମ୍ଭ ହୋଇଥିଲା । ଏହା ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ଏହା ଦେଶର ନବଜାତ ଶିଶୁଠାରୁ 6 ବର୍ଷ ବୟସର ପିଲା ଏବଂ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ମହିଳା (ପିଡବ୍ଲ୍ୟୁଆଣ୍ଡଏଲଏମ), ଏବଂ କିଶୋରୀ ବାଳିକା (ବର୍ତ୍ତମ।ନ ଆକାଂକ୍ଷୀ ଜିଲ୍ଲା ଏବଂ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ପୋଷଣ 2.0ରେ 14ରୁ 18 ବର୍ଷ ବୟସର ଝିଅ ମାନଙ୍କ) ପ୍ରତି ଦେଶର ପ୍ରତିବଦ୍ଧତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ । ଏହି ଯୋଜନାର ଲକ୍ଷ୍ୟ ହେଉଛି ପୁଷ୍ଟିହୀନତା, ଅସୁସ୍ଥତା, ଶିକ୍ଷଣ କ୍ଷମତାରେ ଅଭାବ ଯୋଗୁଁ ମୃତ୍ୟୁ ହାର ଚକ୍ରକୁ ଭାଙ୍ଗିବା ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଧାର୍ଯ୍ୟ କରାଯାଇଥିବା ହିତାଧିକାରୀଙ୍କ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛି । ଏଭଳି ଏକ ପ୍ରମୁଖ ପଦକ୍ଷେପ ହେଉଛି – ପୋଷଣ ଅଭିଯାନ, ଯାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 8 ମାର୍ଚ୍ଚ 2018ରେ ଶୁଭାରମ୍ଭ କରିଥିଲେ । ଅନୁକୂଳ ଏବଂ ପରିଣାମ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରି 6 ବର୍ଷରୁ କମ୍ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମାଆମନଙ୍କ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ ।

ଟେକ୍ନୋଲୋଜିର ବ୍ୟବହାର, ଅନ୍ତର୍ଭୁକ୍ତୀକରଣ ମାଧ୍ୟମରେ ଆଚରଣଗତ ପରିବର୍ତ୍ତନ ଏବଂ ବିଭିନ୍ନ ଅନୁଧ୍ୟାନ ମାନଦଣ୍ଡରେ ହାସଲ ହେବାକୁ ଥିବା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ପଦକ୍ଷେପ ଗ୍ରହଣ କରିଥାଏ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଅଭିଯାନ ଆରମ୍ଭ କରାଯାଇଛି ।

ପଞ୍ଚଦଶ ଅର୍ଥ ଆୟୋଗର ଅବଧି ମଧ୍ୟରେ ଶୁଭାରମ୍ଭ କରାଯାଇଥିବା ସକ୍ଷମ ଅଙ୍ଗନୱଡ଼ି ଏବଂ ମିଶନ ପୋଷଣ 2.0 (ପୋଷଣ 2.0) ହେଉଛି ଏକ ‘ସମନ୍ୱିତ ପୋଷଣ ସହାୟତା କାର୍ଯ୍ୟକ୍ରମ’ । ପୋଷଣ 2.0ର ଲକ୍ଷ୍ୟ ହେଉଛି ପୋଷଣ ସାମଗ୍ରୀ ବଣ୍ଟନରେ ରଣନୈତିକ ପରିବର୍ତ୍ତନ ମାଧ୍ୟମରେ ଏବଂ ଏକ ଅନ୍ତର୍ଭୁକ୍ତ ଇକୋ-ସିଷ୍ଟମ ସୃଷ୍ଟି ମାଧ୍ୟମରେ ସେହି ଅଭ୍ୟାସ ଗୁଡ଼ିକୁ ବିକଶିତ ଏବଂ ପ୍ରୋତ୍ସାହିତ କରିବା ଯାହା ପୁଷ୍ଟିହୀନତାରୁ ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା । ଏହି ଯୋଜନାରେ ଆଇସିଟି ଆପ୍ଲିକେସନ୍ (ନ୍ୟୁଟ୍ରିସନ୍ ଟ୍ରାକର), ଅନ୍ତର୍ଭୁକ୍ତୀକରଣ, ଗୋଷ୍ଠୀ ସଚେତନତା, ଆଚରଣରେ ପରିବର୍ତ୍ତନ ଏବଂ ଜନ ଆନ୍ଦୋଳନ, ଦକ୍ଷତା ବୃଦ୍ଧି, ପ୍ରୋତ୍ସାହନ ଏବଂ ପୁରସ୍କାର ଓ ନବସୃଜନ ଭଳି ଉପାଦାନ ମାଧ୍ୟମରେ ସମଗ୍ର ଦେଶରେ ପୁଷ୍ଟିହୀନତା ସମସ୍ୟାର ସମାଧାନ କରାଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲିଠାରୁ ୧୮ ଯାଏଁ ଓଡ଼ିଆର୍ଟରେ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ

November 14, 2025

ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

November 14, 2025

ବାଲୁଗାଁ ରେଲୱେ ଓଭର ବ୍ରିଜ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

November 14, 2025

ବିହାର ନିର୍ବାଚନ: ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ

November 14, 2025
Latest News

ବାଣପୁର ଓକିଲ ସଂଘର ୪୬ ତମ ବାର୍ଷିକ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ

November 14, 2025

ଆସନ୍ତାକାଲିଠାରୁ ୧୮ ଯାଏଁ ଓଡ଼ିଆର୍ଟରେ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ

November 14, 2025

ବାଣପୁର ତାଲୁକ ଆଇନା ସେବା ସମିତି ପକ୍ଷରୁ ଶିଶୁଦିବସ ପାଳନ

November 14, 2025

ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

November 14, 2025

ବାଲୁଗାଁ ରେଲୱେ ଓଭର ବ୍ରିଜ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.