Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଯାପିତ, ବିଶିଷ୍ଟ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧନା
ଆଜିର ଖବର

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଯାପିତ, ବିଶିଷ୍ଟ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧନା

November 28, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ। ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି ବ୍ୟାଖ୍ୟା କରିଛନ୍ତି ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକ ଡକ୍ଟର ସୁରଜିତ୍ ପତର।

କଂକ୍ରିଟ୍ ତିଆରି ସେତୁ ନଦୀକୁ ଅତିକ୍ରମ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଶବ୍ଦରେ ପ୍ରସ୍ତୁତ ସେତୁ ସମାଜକୁ ଏକତ୍ରିତ କରିଥାଏ ବୋଲି ଡ଼କ୍ଟର ପତର ନିଜ ବକ୍ତବ୍ୟରେ କହିଛନ୍ତି। ସୋଆ ସାହିତ୍ୟ ଉତ୍ସବରେ ସାରା ଦେଶରୁ ପ୍ରାୟ ୨୫୦ ଜଣ ଲେଖକ, କବି, ସମାଲୋଚକ ଓ କଳାକାର ଯୋଗଦେଇଥିଲେ।

ଡକ୍ଟର ପତର କହିଥିଲେ କବିତା ଆତ୍ମ ଅନୁଶୀଳନରେ ସହାୟକ ହୋଇଥାଏ। କବିତା ଏବଂ ଦୁଃଖ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ବିଶ୍ୱର ଗରିବତମ ଦେଶ ଗୁଡିକରେ ସବୁଠାରୁ ଉନ୍ନତ ଧରଣର କବିତା ଦେଖିବାକୁ ମିଳିଥାଏ।
ପୃଥିବୀର ଦେଶ ଗୁଡିକ ମଧ୍ୟରେ ଭାରତ ହେଉଛି ଅନ୍ୟତମ ଯେଉଁଠାରେ କି ସବୁଠାରୁ ଅଧିକ ଲିପି ଦେଖିବାକୁ ମିଳିଥାଏ। ଶବ୍ଦର ଅଭାବ ଅନ୍ଧକାର ଆଡକୁ ନେଇଯାଏ ବୋଲି ଡକ୍ଟର ପତର କହିଥିଲେ।

ଲେଖକ ଏବଂ କବି ମାନଙ୍କ ବିଷୟରେ ମନ୍ତବ୍ୟ ରଖି ଡକ୍ଟର ପତର କହିଥିଲେ ଯେ କବି ମାନେ ବୃକ୍ଷ ସଦୃଶ ଯେଉଁମାନେ କି ସମାଜର ହିତ ପାଇଁ ଅଙ୍ଗାରକାମ୍ଳ ଗ୍ରହଣ କରିଥାନ୍ତି ଓ ଅମ୍ଳଜାନ ତ୍ୟାଗ କରିଥାନ୍ତି।

ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ୧୧ ଜଣ ଲେଖକ, କବି ଓ ସମାଲୋଚକଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ନିମନ୍ତେ ମନୋନୀତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯ ଜଣ ଏହି ଅବସରରେ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ। ସେମାନେ ହେଲେ ବିଶିଷ୍ଟ କଥାକାର ଅଚ୍ୟୁତାନନ୍ଦ ପତି, ବିଶିଷ୍ଟ ଲେଖକ ସାତକଡ଼ି ହୋତା, ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ତଥା ଲେଖକ ପ୍ରଫେସର ସାନ୍ତନୁ କୁମାର ଆଚାର୍ଯ୍ୟ, ବିଶିଷ୍ଟ କବି ଓ ଲେଖକ ରମାକାନ୍ତ ରଥ, ବିଶିଷ୍ଟ ଅନୁବାଦକ ଓ କବି ଶ୍ରୀନିବାସ ଉଦ୍‌ଗାତା, ବିଶିଷ୍ଟ ସମାଲୋଚକ ପ୍ରଫେସର ଦାଶରଥି ଦାସ, ବିଶିଷ୍ଟ କବି ଓ ସମାଲୋଚକ ଡକ୍ଟର ସୀତାକାନ୍ତ ମହାପାତ୍ର ଏବଂ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ। ତେବେ ବ୍ୟକ୍ତିଗତ କାରଣ ବଶତଃ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଓ ବିଶିଷ୍ଟ ମଂଚ ବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପାରିନଥିଲେ।

ସମ୍ବର୍ଦ୍ଧିତ ହୋଇଥିବା ଏହି ମହାନ ବ୍ୟକ୍ତିମାନଙ୍କୁ ସନ୍ଦର୍ଭ, ଉତ୍ତରୀୟ, ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ଓ ୧ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯାଇଥିଲା।

ଏହି ଅବସରରେ କେନ୍ଦ୍ର ସାହିତ୍ୟ ଅକାଦମୀର ଉପ ସଭାନେତ୍ରୀ ପ୍ରଫେସର କୁମୁଦ ଶର୍ମା ମଧ୍ୟ ବକ୍ତବ୍ୟ ରଖିଥିଲେ।

ଏହି ମହାନ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ପ୍ରଫେସର ଶର୍ମା କହିଥିଲେ ଯେ ସାହିତ୍ୟ ଜଗତର ଏହି ମହାନ ହସ୍ତୀ ମାନେ ତାଙ୍କର ସାରା ଜୀବନକୁ ସାହିତ୍ୟ କ୍ଷେତ୍ରରେ ସମର୍ପିତ କରିଛନ୍ତି। ସାହିତ୍ୟ ହିଁ ସମାଜରେ ଆଶାର ସଂଚାର କରିଥାଏ ବୋଲି ସେ କହିଥିଲେ।

ସମାଜର ଅନେକ ଗୁଡିଏ ପରସ୍ପର ବିରୋଧାତ୍ମକ ବିଷୟ ରହିଥିବା ବେଳେ ସାହିତ୍ୟ ସମାଜକୁ ଏକାଠି ବାନ୍ଧି ରଖିବା ଦିଗରେ କାର୍ଯ୍ୟ କରିଥାଏ ବୋଲି ସେ କହିଥିଲେ।

ସେ କହିଥିଲେ ଯେ ସାହିତ୍ୟିକ ମାନେ ଯେଉଁମାନଙ୍କ ପ୍ରତିନିଧିତ୍ୱ କରିବା ପାଇଁ କେହି ନାହିଁ, ସେମାନଙ୍କ ପାଇଁ ସ୍ୱର ଉଠାଇବାର ଦାୟିତ୍ୱ ନେବା ଦରକାର।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କଳା ସାହିତ୍ୟ ଓ ଐତିହ୍ୟ ସଂରକ୍ଷଣ ନିମନ୍ତେ ସ୍ଥାପିତ ଶାଖା ସୋଆ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଥିଲା।

ନିଜ ବକ୍ତବ୍ୟରେ ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରିବା ଅବସରରେ ପ୍ରାଚୀନର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା କହିଥିଲେ ଯେ ଓଡ଼ିଆ ସାହିତ୍ୟ ଜଗତର ଏହି କିମ୍ବଦନ୍ତୀ ମାନଙ୍କୁ ଗୋଟିଏ ମଂଚରେ ଏକତ୍ରିତ କରିବା ଏକ ସ୍ୱପ୍ନ ଥିଲା। ଏହି ସାହିତ୍ୟ ଉତ୍ସବରେ ସେମାନଙ୍କର ଯୋଗଦାନ ଉତ୍ସବକୁ ଆହୁରି ରୁଦ୍ଧିମନ୍ତ କରିଥିବା ସହ ଏଥିରେ ଭାଗନେଇଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଲାଭଦାୟକ ହୋଇଛି ବୋଲି ସେ କହିଥିଲେ। ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବର୍ଦ୍ଧିତ ହେବା ପରେ ଏହି ମହାନ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକେ ଏଭଳି ସାହିତ୍ୟ ଉତ୍ସବ ଆୟୋଜନ କରିଥିବାରୁ ସୋଆକୁ ଧନ୍ୟବାଦ ଜଣାଇଥିଲେ।

ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଏହି ସାହିତ୍ୟ ଉତ୍ସବରେ ବୟୋଜ୍ୟେଷ୍ଠ ସାହିତ୍ୟିକ ମାନଙ୍କୁ ଏକତ୍ରିକ କରିପାରିଥିବାରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଗୋଟିଏ ସହରରେ ରହି ମଧ୍ୟ ସ୍ୱାସ୍ଥ୍ୟଗତ ଓ ବୟସାଧିକ କାରଣରୁ ଏହି ବୟୋଜ୍ୟେଷ୍ଠମାନେ ଦୀର୍ଘ ଦିନ ଧରି ପରସ୍ପର ସହ ସାକ୍ଷାତ କରି ପାରିନଥିବାବେଳେ ଏହି ମଂଚରେ ସମସ୍ତେ ଏକତ୍ରିତ ହୋଇପାରିଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ।

ଏହି ଅବସରରେ ରମାକାନ୍ତ ରଥ କହିଥିଲେ ଯେ ପୁରାତନ କାଳଜୟୀ ପୁସ୍ତକ ଯେଉଁଗୁଡିକ ଆଉ ଉପଲବ୍ଧ ହୋଇପାରୁନାହିଁ ସେଗୁଡିକୁ ପ୍ରକାଶନ କରିବାର ଆବଶ୍ୟକତା ରହିଛି ଏବଂ ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ୍।

ଏହି ଅବସରରେ ସମ୍ବର୍ଦ୍ଧିତ ହୋଇଥିବା ଅନ୍ୟତମ ଲେଖକ ପ୍ରଫେସର ଦାଶରଥି ଦାସ ଆଦିକବି ଶାରଳା ଦାସଙ୍କ ଦ୍ୱାରା ଲିଖିତ “ସାରୋଳ ମହାଭାରଥ” ର କ୍ରିଟିକାଲ ଏଡିସନ୍‌ର ସଂସ୍କରଣ ପ୍ରକାଶନ କରିଥିବାରୁ ପ୍ରାଚୀନକୁ ଧନ୍ୟବାଦ ଜଣାଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା, ମୃତଦେହ ଭାରତ ଆଣିବାକୁ ଦାବୀ

October 5, 2025

ସମ୍ବାଦ ସ୍ୱନକ୍ଷତ୍ର ଦିବସରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଏମିତି କାହିଁକି କହିଲେ…

October 5, 2025

କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୬୨୦୦୦ କୋଟି ଟଙ୍କାରୁ ଅଧିକ ଯୁବ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ

October 5, 2025

ଆଜି ଅକ୍ଟୋବର 5 ତାରିଖ ରବିବାରରେ ଏହି ରାଶିଗୁଡିକର ଭାଗ୍ୟଚକ୍ର ବଦଳି ଗଲା

October 5, 2025
Latest News

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025

ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

October 5, 2025

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା, ମୃତଦେହ ଭାରତ ଆଣିବାକୁ ଦାବୀ

October 5, 2025

ସମ୍ବାଦ ସ୍ୱନକ୍ଷତ୍ର ଦିବସରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଏମିତି କାହିଁକି କହିଲେ…

October 5, 2025

କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୬୨୦୦୦ କୋଟି ଟଙ୍କାରୁ ଅଧିକ ଯୁବ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.