ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପରିସରରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ବାର୍ଷିକୋତ୍ସବ ଅନୁ୍ଷ୍ଠିତ ହୋଇଯାଇଛି। ଏଥିରେ ପୁରାଣ ପୂଜା, ହନୁମାନ ଚାଳିଶା ପାଠ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଆଦି ଅନୁଷ୍ଠିତ ହୋଇଯାଇଛି। କାର୍ତ୍ତିକ ମାସ ବ୍ୟାପି ଚାଲିଥିବା ପୁରାଣ ପାଠ କାର୍ଯ୍ୟକ୍ରମ ଆଜି ସମାପ୍ତ ହୋଇଛି।
ପୁରୋହିତ ଭାବେ ଲୋକନାଥ ରଥ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ଅଭିମନ୍ୟୁ ମହାପାତ୍ର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏଥିରେ ପ୍ରାୟ ଛଅ ହଜାର ରୁ ଉର୍ଦ୍ଧ୍ଵ ଭକ୍ତ ମାନେ ପ୍ରସାଦ ସେବନ କରିଛନ୍ତି। ନୂଆଁଗଡ଼ ଗ୍ରାମବାସୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।