
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ସଞ୍ଜୟ ସିଂଙ୍କ ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଇଡି ୬୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଅକ୍ଟୋବର ୨୦୨୩ ରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ଶକ୍ତିଶାଳୀ ନେତା ସଞ୍ଜୟଙ୍କୁ ଇଡି ଗିରଫ କରିଥିଲା। ସେବେଠାରୁ ସଞ୍ଜୟ ସିଂ ତିହାର ଜେଲରେ ଅଛନ୍ତି। ସେ ରାଉସ୍ ଆଭେନ୍ୟୁ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଏଥିରେ ସଫଳତା ପାଇନାହାଁନ୍ତି।