Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର ୬୦ ଲକ୍ଷ ପରିବାର ନିକଟରେ ପହଂଚିଲା ନଳ ମାଧ୍ୟମରେ ଜଳ ସଂଯୋଗ
ଆଜିର ଖବର

ଓଡିଶାର ୬୦ ଲକ୍ଷ ପରିବାର ନିକଟରେ ପହଂଚିଲା ନଳ ମାଧ୍ୟମରେ ଜଳ ସଂଯୋଗ

December 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜଳ ଜୀବନ ମିଶନ
ଜଳ ଜୀବନ ମିଶନ: 15.72 କୋଟିରୁ ଅଧିକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ପାଣି ଯୋଗାଣ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ସକ୍ଷମ କରିବା ପାଇଁ ୨୦୨୪ ସୁଦ୍ଧା ନଳ ଜଳ ସଂଯୋଗ ମାଧ୍ୟମରେ ନିୟମିତ ଏବଂ ଦୀର୍ଘମିଆଦୀ ଭିତ୍ତିରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ସୁନିଶ୍ଚିତ କରିବା ନିମନ୍ତେ ଅଗଷ୍ଟ ୨୦୧୯  ଠାରୁ ଭାରତ ସରକାର ରାଜ୍ୟ ମାନଙ୍କ ସହ ଭାଗୀଦାରୀରେ ଜଳ ଜୀବନ ମିଶନ (ଜେଜେଏମ୍‌) – ହର୍ ଘର୍ ଜଳ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଛନ୍ତି।

ଓଡିଶାରେ ଗ୍ରାମାଂଚଳରେ ଥିବା ୮୮. ୦୪ ଲକ୍ଷ ଗୃହ ମଧ୍ୟରୁ ୩.୧୧ ଲକ୍ଷ ଲୋକ ମାନଙ୍କୁ ୧୫ ଅଗଷ୍ଟ ୨୦୧୯ ସୁଦ୍ଧା ନଳ ମାଧ୍ୟମରେ ଜଳ ଯୋଗାଣ କରାଯାଉଥିବା ବେଳେ, ଏହାର ପରିମାଣ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୫୭.୭୫ ଲକ୍ଷକୁ ବୃଦ୍ଧି ପାଇଥିଲା, ଯାହାର ପରିମାଣ ପ୍ରାୟ ସମୁଦାୟର ୬୫.୧୫% ଥିଲା। ୨୦୨୩ ନଭେମ୍ବର ୨୯ ତାରିଖ ସୁଦ୍ଧା ଏହା ୬୦.୨୮ ଲକ୍ଷ ଘରକୁ ପରିସରଭୁକ୍ତ କରିଛି, ଯାହାର ପରିମାଣ ୬୮.୦୧% ଅଟେ।

ଏହି ମିଶନର ଉଦ୍ଦ୍ୟେଶ୍ୟ ହାସଲ କରିବା ପାଇଁ ଜଳ ଜୀବନ ମିଶନ ଅଧୀନରେ ନିମ୍ନଲିଖିତ ଉପାଦାନ ଗୁଡିକର ପରିକଳ୍ପନା କରାଯାଇଛି:

୧. ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରିବା ପାଇଁ ଗ୍ରାମରେ ପାଇପ୍ ଜଳ ଯୋଗାଣ ଭିତ୍ତିଭୂମିର ବିକାଶ।

୨. ଜଳ ଯୋଗାଣ ବ୍ୟବସ୍ଥାକୁ ଦୀର୍ଘକାଳୀନ ସ୍ଥାୟୀତ୍ୱ ପ୍ରଦାନ କରିବା ପାଇଁ ନିର୍ଭରଯୋଗ୍ୟ ପାନୀୟ ଜଳ ଉତ୍ସ ଗୁଡିକର ବିକାଶ ଏବଂ /କିମ୍ବା ପୂର୍ବରୁ ରହିଥିବା ଉତ୍ସ ଗୁଡିକର ବୃଦ୍ଧି।

୩. ବହୁ ପରିମାଣର ଜଳ ସ୍ଥାନାନ୍ତର, ଉପଚାର ପ୍ଲାଂଟ ଏବଂ ବିତରଣ ନେଟୱର୍କ।

୪. ଯେଉଁଠାରେ ଜଳ ଗୁଣବତ୍ତା ଏକ ସମସ୍ୟା ଅଟେ , ସେଠାରେ ପ୍ରଦୂଷଣକୁ ହଟାଇବା ପାଇଁ ବୈଷୟିକ ହସ୍ତକ୍ଷେପ।

୫. ସର୍ବନିମ୍ନ ୫୫ ଏଲ୍‌ପିସିଡି ସେବା ସ୍ତରରେ ଏଫ୍‌ଏଚ୍‌ଟିସି ପ୍ରଦାନ କରିବା ନିମନ୍ତେ ସମ୍ପୂର୍ଣ୍ଣ ଏବଂ ଚାଲୁଥିବା ଯୋଜନା ଗୁଡିକର ପୁନରୁଦ୍ଧାର।

୬. ଅପରିଷ୍କାର ଜଳ ପରିଚାଳନା – ବିଶୋଧନ ଏବଂ ପୁନଃବ୍ୟବହାର ଏବଂ

୭. ସମୁଦାୟର କାର୍ଯ୍ୟକଳାପ ଏବଂ ଦକ୍ଷତା ବିକାଶକୁ ସମର୍ଥନ କରିବା।

୧୫ ଅଗଷ୍ଟ ୨୦୧୯ ରେ ଯେତେବେଳେ ଜଳ ଜୀବନ ମିଶନ ଘୋଷଣା କରାଯାଇଥିଲା, ସେହି ସମୟରେ ୩.୨୩ କୋଟି (୧୭%) ଗ୍ରାମୀଣ ପରିବାର ନିକଟରେ ଟ୍ୟାପ୍ ଜଳ ସଂଯୋଗ ରହିଥିଲା। ୨୯ ନଭେମ୍ବର ୨୦୨୩ ସୁଦ୍ଧା ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ଗୁଡିକର ରିପୋର୍ଟ ଅନୁଯାୟୀ , ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦.୪୬ କୋଟି ଅତିରିକ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରାଯାଇଛି। ଅର୍ଥାତ୍ ୨୯ ନଭେମ୍ବର ୨୦୨୩ ସୁଦ୍ଧା ଦେଶର ୧୯.୨୪ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ପ୍ରାୟ ୧୩.୬୯ କୋଟି (୭୧%) ପରିବାର ସେମାନଙ୍କ ଘରେ ଟ୍ୟାପ୍ ଜଳ ଯୋଗାଣର ସୁବିଧା ପାଉଥିବା ଜଣାଯାଇଛି। ୩୦/୦୯/୨୦୨୩ ଏବଂ ୨୯/୧୧/୨୦୨୩ ସୁଦ୍ଧା ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ଅନୁଯାୟୀ ଟ୍ୟାପ୍ ଜଳ ସଂଯୋଗର ବିବରଣୀ ସଂଲଗ୍ନ କରାଯାଇଛି।

୯ଟି ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ , ଯଥା : ଗୋଆ, ଗୁଜରାଟ, ହରିୟାନା, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ତେଲେଙ୍ଗାନା, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ନଗର ହାବେଲି ଏବଂ ଡାମନ ଡିଉ ଏବଂ ପୁଡୁଚେରୀ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ସମ୍ପୃକ୍ତ ରାଜ୍ୟ /କେନ୍ଦ୍ରଶାସିତ ଅଂଚଳର ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରିଥିବା ରିପୋର୍ଟ ଦେଇଛନ୍ତି।

ଆଜି ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି।

ଜଳ ଜୀବନ ମିଶନ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.