Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହୁଆଙ୍କ ଭଳି ସମାନ ମାମଲାରେ ୨୦୦୫ ରେ ୧୧ ଜଣ ସାଂସଦଙ୍କୁ କରାଯାଇଥିଲା ବହିଷ୍କାର
ଆଜିର ଖବର

ମହୁଆଙ୍କ ଭଳି ସମାନ ମାମଲାରେ ୨୦୦୫ ରେ ୧୧ ଜଣ ସାଂସଦଙ୍କୁ କରାଯାଇଥିଲା ବହିଷ୍କାର

December 8, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଲୋକସଭା ନୈତିକତା କମିଟି ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁପାରିସ କରିଥିଲା। ଆଜି ଲୋକସଭାରେ କମିଟିର ରିପୋର୍ଟ ଉପରେ ଆଲୋଚନା ହୋଇଥିଲା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଟିଏମସି ସାଂସଦଙ୍କ ସଦସ୍ୟତା ରଦ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ। ସଂକଳ୍ପ ପାରିତ ହେବା ପରେ ମହୁଆ ମୋଇତ୍ରାଙ୍କ ସଂସଦ ସଦସ୍ୟତା ବାତିଲ ହୋଇଛି। ୨୦୦୫ରେ ଲୋକସଭାର ୧୦ ଜଣ ଓ ଜଣେ ରାଜ୍ୟସଭା ସଦସ୍ୟଙ୍କୁ ବହିଷ୍କାର କରାଯିବା ପରେ ଗୃହରେ ଆଲୋଚନା ସମୟରେ ଏହି ମାମଲା ମଧ୍ୟ ଉଠିଥିଲା।

ମହଙ୍ଗା ଉପହାର ବଦଳରେ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କ ତରଫରୁ ସଂସଦରେ ପ୍ରଶ୍ନ ପଚାରିଥିବା ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ସେ ହିରାନନ୍ଦାନୀଙ୍କ ସହ ନିଜର ସଂସଦୀୟ ଲଗ୍ ଇନ୍ ଆଇଡି ଓ ପାସୱାର୍ଡ ସେୟାର କରିଥିବା ଅଭିଯୋଗ ହୋଇଛି, ଯାହାଦ୍ୱାରା ସେ ସିଧାସଳଖ ପ୍ରଶ୍ନ ପଚାରିପାରିବେ।

ମହୁଆ ମୋଇତ୍ରା ମାମଲାରେ ନୈତିକତା କମିଟିର ସୁପାରିସ ଉପରେ ଲୋକସଭାରେ ଆଲୋଚନାବେଳେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଅଭିଯୋଗ କରିଛନ୍ତି ଯେ, ଏହି ମାମଲାରେ ସରକାର ତରବରିଆଭାବେ ପଦକ୍ଷେପ ନେଉଛନ୍ତି। ଏହା ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ୨୦୦୫ କ୍ୟାସ ଫର କ୍ୱେରି ମାମଲାକୁ ଉଲ୍ଲେଖ କରି କହିଛନ୍ତି ଯେ ସେତେବେଳେ ୧୦ ଜଣ ସାଂସଦଙ୍କୁ ସେମାନଙ୍କ ପକ୍ଷ ନ ଶୁଣି ବହିଷ୍କାର କରାଯାଇଥିଲା। ଏହାପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ ନୈତିକତା କମିଟି ରିପୋର୍ଟ ଉପରେ ଆଲୋଚନା ସମୟରେ କହିଥିଲେ ଯେ ମହୁଆ ମୋଇତ୍ରାଙ୍କୁ ମଧ୍ୟ କହିବାର ସୁଯୋଗ ଦିଆଯିବା ଉଚିତ। ତେବେ ମୋଇତ୍ରାଙ୍କୁ ନୈତିକତା କମିଟି ମଧ୍ୟ ଡକାଇଥିଲା।

ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ୨୦୦୫ ମସିହାର ପ୍ରଶ୍ନ ପାଇଁ ଟଙ୍କା ମାମଲା କ’ଣ ଥିଲା? ଆସନ୍ତୁ ଜାଣିବା। ଏହି ପ୍ରସଙ୍ଗ ଉଠିବା ପରେ ୧୧ ଜଣ ସାଂସଦଙ୍କୁ ବହିଷ୍କାର କରାଯାଇଥିଲା। ଖାଲି ସେତିକି ନୁହେଁ, ତାଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ହୋଇଥିଲା। ଏମାନଙ୍କ ମଧ୍ୟରୁ ୧୦ ଜଣ ଲୋକସଭା ସଦସ୍ୟ ଓ ଜଣେ ରାଜ୍ୟସଭା ସାଂସଦ ଥିଲେ। ସେତେବେଳେ ମନମୋହନ ସିଂହଙ୍କ ନେତୃତ୍ୱରେ କେନ୍ଦ୍ରରେ ୟୁପିଏ-୧ ସରକାର ଥିଲା।

୨୦୦୫ର ପ୍ରଶ୍ନ ପାଇଁ ନଗଦ ଟଙ୍କା ମାମଲା କ’ଣ ଥିଲା?

୧୨ ଡିସେମ୍ବର ୨୦୦୫। ଏକ ନ୍ୟୁଜ୍ ପୋର୍ଟାଲର ଷ୍ଟିଂ ଅପରେସନ୍ ଯୋଗୁଁ ରାଜନୈତିକ ଭୂମିକମ୍ପ ସୃଷ୍ଟି ହୋଇଥିଲା। ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ୧୧ ଜଣ ସାଂସଦ ଟଙ୍କା ଅଫର ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ବିଜେପିର ୬ ଜଣ, ବିଏସପିର ୩ ଜଣ, ଆରଜେଡି ଓ କଂଗ୍ରେସର ୧-୧ ଜଣ ଥିଲେ। ଏହି ସାଂସଦମାନେ ହେଲେ ୱାଇଜି ମହାଜନ (ବିଜେପି), ଛତ୍ରପାଲ ସିଂହ ଲୋଧା (ବିଜେପି), ଆନ୍ନା ସାହେବ ଏମକେ ପାଟିଲ (ବିଜେପି), ମନୋଜ କୁମାର (ଆରଜେଡି), ଚନ୍ଦ୍ର ପ୍ରତାପ ସିଂହ (ବିଜେପି), ରାମ ସେବକ ସିଂହ (କଂଗ୍ରେସ), ନରେନ୍ଦ୍ର କୁମାର କୁଶୱାହା (ବିଏସପି), ପ୍ରଦୀପ ଗାନ୍ଧୀ (ବିଜେପି), ସୁରେଶ ଚାନ୍ଦେଲ (ବିଜେପି), ଲାଲ ଚନ୍ଦ୍ର କୋଲ (ବିଏସପି) ଏବଂ ରାଜା ରାମ ପାଲ (ବିଏସପି)। ସର୍ବନିମ୍ନ ନଗଦ ଟଙ୍କା ଲୋଧାଙ୍କୁ ୧୫ ହଜାର ଟଙ୍କା ଦିଆଯାଇଥିବାବେଳେ ଆରଜେଡି ସାଂସଦ ମନୋଜ କୁମାରଙ୍କୁ ସର୍ବାଧିକ ନଗଦ ରାଶି ପ୍ରଦାନ କରାଯାଇଥିଲା।

୨୪ ଡିସେମ୍ବର ୨୦୦୫ରେ ସଂସଦରେ ଭୋଟ ଜରିଆରେ ସମସ୍ତ ୧୧ ଜଣ ଅଭିଯୁକ୍ତ ସାଂସଦଙ୍କୁ ବହିଷ୍କାର କରାଯାଇଥିଲା। ଲୋକସଭାରେ ପ୍ରଣବ ମୁଖାର୍ଜୀ ୧୦ ଜଣ ସାଂସଦଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦେଇଥିବାବେଳେ ରାଜ୍ୟସଭାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜଣେ ସାଂସଦଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦେଇଥିଲେ। ଭୋଟ ଗ୍ରହଣବେଳେ ବିଜେପି ଓ୍ଵାକ୍ ଆଉଟ୍ କରିଥିଲା। ଦଳର ବରିଷ୍ଠ ନେତା ତଥା ତତ୍କାଳୀନ ବିରୋଧୀ ଦଳ ନେତା ଲାଲକୃଷ୍ଣ ଆଡଭାନୀ କହିଥିଲେ ଯେ ସାଂସଦମାନେ ଯାହା କରିଛନ୍ତି ତାହା କମ ଦୁର୍ନୀତି ଏବଂ ଅଧିକ ମୂର୍ଖତା। ଏଥିପାଇଁ ବହିଷ୍କାର ଅତ୍ୟନ୍ତ କଠୋର ଦଣ୍ଡ ହେବ।

୨୦୦୭ ଜାନୁଆରୀରେ ସୁପ୍ରିମକୋର୍ଟ ମଧ୍ୟ ସାଂସଦମାନଙ୍କୁ ବହିଷ୍କାର କରିବା ନିଷ୍ପତ୍ତିକୁ ବଜାୟ ରଖିଥିଲେ। ସେହି ବର୍ଷ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ପୁଲିସ ମଧ୍ୟ ଏହି ମାମଲାରେ ଏକ ମାମଲା ରୁଜୁ କରିଥିଲା। ନ୍ୟୁଜ୍ ପୋର୍ଟାଲର ଦୁଇଜଣ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ଟିଏମସି ସାଂସଦ ମହୁଆ ମୋଇତ୍ରା ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଡିସେମ୍ବର ୨୬ ତାରିଖ ଶୁକ୍ରବାର ଦିନ କଣ ଘଟିବ ଆପଣଙ୍କର ଭାଗ୍ୟରେ, ଜାଣନ୍ତୁ ଆଜିର ରାଶିଫଳ

December 26, 2025

ଆସନ୍ତାକାଲିଠାରୁ ଯାତ୍ରୀ ଭଡ଼ା ଢାଞ୍ଚାର ପରିବର୍ତ୍ତନ: ଜାଣନ୍ତୁ କେତେ ବଢିଲା ଦର?

December 25, 2025

ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

December 25, 2025

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା, ପୋଲିସର ଆଶ୍ଚର୍ଯ୍ୟଜନକ ଦାବି

December 25, 2025
Latest News

ଡିସେମ୍ବର ୨୬ ତାରିଖ ଶୁକ୍ରବାର ଦିନ କଣ ଘଟିବ ଆପଣଙ୍କର ଭାଗ୍ୟରେ, ଜାଣନ୍ତୁ ଆଜିର ରାଶିଫଳ

December 26, 2025

ଖୋର୍ଦ୍ଧା ମହୋତ୍ସବରେ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି: ୫୧୬ କୋଟିରେ ୩୯ଟି ପ୍ରକଳ୍ପର ଶୁଭରମ୍ଭ 

December 25, 2025

ସୁଶାସନ ଦିବସରେ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟସ୍‍ଆପ୍ ଚାଟ୍‍ବଟ୍’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 25, 2025

ରେଢ଼ାଖୋଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

December 25, 2025

ଆସନ୍ତାକାଲିଠାରୁ ଯାତ୍ରୀ ଭଡ଼ା ଢାଞ୍ଚାର ପରିବର୍ତ୍ତନ: ଜାଣନ୍ତୁ କେତେ ବଢିଲା ଦର?

December 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.