Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବହିଷ୍କାର ଦିନଟି ଖୁସିର ନୁହେଁ: ନିଶିକାନ୍ତ ଦୁବେ
ଆଜିର ଖବର

ବହିଷ୍କାର ଦିନଟି ଖୁସିର ନୁହେଁ: ନିଶିକାନ୍ତ ଦୁବେ

December 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦୁର୍ନୀତି ଏବଂ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ଜଣେ ସାଂସଦଙ୍କୁ ବହିଷ୍କାର କରାଯିବା ଏକ ଦୁଃଖଦାୟକ ଦିନ ବୋଲି ମହୁଆ ମୋଇତ୍ରାଙ୍କ ବିରୋଧରେ କ୍ୟାସ ଫର କ୍ୱେରୀ ଅଭିଯୋଗ ଆଣିଥିବା ଲୋକସଭାର ବିଜେପି ସାଂସଦ ନିଶିକାନ୍ତ ଦୁବେ ଶନିବାର କହିଛନ୍ତି। ଏଥିରେ ଖୁସି ହେବାର କ’ଣ ଅଛି ବୋଲି ସାଂସଦ ଶ୍ରୀ ଦୁବେ ଓଲଟା ପ୍ରଶ୍ନ କରିଛନ୍ତି। ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କାର କରାଯିବାର ଗୋଟିଏ ଦିନ ପରେ ବିଜେପି ସାଂସଦ କହିଛନ୍ତି, ଏହା ଏକ ଦୁଃଖଦାୟକ ଦିନ ଥିଲା। ମହୁଆ ମୋଇତ୍ରାଙ୍କ ବହିଷ୍କାର ପରେ ବିଜେପି ସାଂସଦଙ୍କର ଏହା ପ୍ରଥମ ପ୍ରତିକ୍ରିୟା ଥିଲା କାରଣ ସେ ଶୁକ୍ରବାର ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ଶନିବାର ମଧ୍ୟ ସେ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନଥିବା କହିଛନ୍ତି।

କିଛି ମାସ ଧରି ନିଶିକାନ୍ତ ଦୁବେ ଏବଂ ମହୁଆ ମୋଇତ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୁହାଁମୁହିଁ ହୋଇଥିଲେ। ନିଶିକାନ୍ତ ଦୁବେ ନକଲି ଡିଗ୍ରୀ ସାର୍ଟିଫିକେଟ ଦେଇଥିବା ମହୁଆ ଅଭିଯୋଗ କରିଥିଲେ। ଲୋକସଭା ନୈତିକତା କମିଟି ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିବା ପରେ ବିବାଦ ଜାରି ରହିଥିଲା।

କିନ୍ତୁ ଡିସେମ୍ବର ୮ ତାରିଖରେ ଯେଉଁ ଦିନ ମହୁଆ ମୋଇତ୍ରା ଲୋକସଭା ସଦସ୍ୟତା ହରାଇଥିଲେ, ସେହିଦିନ ନିଶିକାନ୍ତ ଦୁବେ କୌଣସି ଟୁଇଟ୍ କରିନଥିଲେ। ମହୁଆ ମୋଇତ୍ରା ତାଙ୍କ ସଂସଦ ଲଗ୍ ଇନ୍ ପାସଓ୍ୱାର୍ଡ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କ ସହ ସେୟାର କରିଥିବା ଅଭିଯୋଗ ଆଣିଥିବା ଆଇନଜୀବୀ ଜୟ ଅନନ୍ତ ଦେହାରାଇ ମଧ୍ୟ ଗୌତମ ଆଦାନୀଙ୍କ ଉପରେ ପ୍ରଶ୍ନ ଅପଲୋଡ୍‍ ଯାହା କି ଲୋକସଭାରେ ମହୁଆ ମୋଇତ୍ରା ଉଠାଇଥିଲେ। ମହୁଆ ପ୍ରଶ୍ନ ବଦଳରେ ନଗଦ ଟଙ୍କା ଏବଂ ଉପହାର ନେଇଥିବା ଅଭିଯୋଗ ହୋଇଥିଲା, ଯାହାକୁ ପୂର୍ବତନ ତୃଣମୂଳ ସାଂସଦ ପ୍ରତ୍ୟାଖ୍ୟାନ କରିଥିଲେ, ଯଦିଓ ସେ ପୋର୍ଟାଲରେ ଥିବା ପ୍ରଶ୍ନଗୁଡିକରଅପଲୋଡ୍‍ ପାଇଁ ତାଙ୍କ କାର୍ଯ୍ୟାଳୟର ସାହାଯ୍ୟ ନେବା ପାଇଁ ହିରାନନ୍ଦାନୀଙ୍କ ସହ ଲଗ୍‍ ଇନ୍ ସେୟାର କରିଥିବା ସ୍ୱୀକାର କରିଥିଲେ।

ନୈତିକତା କମିଟି ନିଶିକାନ୍ତ ଦୁବେ, ଜୟ ଅନନ୍ତ ଦେହାଦରାଇ ଏବଂ ମହୁଆ ମୋଇତ୍ରାଙ୍କୁ ପଚରାଉଚରା କରିବା ସହ ରିପୋର୍ଟରେ ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କାର କରିବାକୁ ସୁପାରିସ କରିଥିଲା। ଦୁବାଇରୁ ମହୁଆ ମୋଇତ୍ରାଙ୍କ ସଂସଦୀୟ ଆକାଉଣ୍ଟକୁ ୪୭ଟି ଲଗ୍‍ ଇନ୍ ହୋଇଥିବା ଅଭିଯୋଗ ହୋଇଛି।

ନୈତିକତା କମିଟିର ରିପୋର୍ଟ ଉପରେ ଲୋକସଭାରେ ବିତର୍କ ପରେ ମହୁଆ ମୋଇତ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ପଶ୍ଚିମବଙ୍ଗର କୃଷ୍ଣନଗର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ସଦସ୍ୟା ମହୁଆ ମୋଇତ୍ରାଙ୍କୁ ଲୋକସଭା ସଦସ୍ୟପଦରୁ ବହିଷ୍କାର କରିବା ପାଇଁ ୨୦୨୩ ଡିସେମ୍ବର ୮ ତାରିଖ ଅପରାହ୍ନରେ ଲୋକସଭାରେ ପ୍ରସ୍ତାବ ଗୃହୀତ ହେବା ପରେ ମହୁଆ ମୋଇତ୍ରା ୮ ଡିସେମ୍ବର ୨୦୨୩ ଅପରାହ୍ନରୁ ଲୋକସଭା ସଦସ୍ୟ ପଦରୁ ବଞ୍ଚିତ ହୋଇଛନ୍ତି। ଏନେଇ ଶୁକ୍ରବାର ସନ୍ଧ୍ୟାରେ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ଯେ ଦଳ ମହୁଆ ମୋଇତ୍ରାଙ୍କ ସହ ଛିଡ଼ା ହୋଇଛି।

ଦୁର୍ନୀତି ନିଶିକାନ୍ତ ଦୁବେ ନୈତିକତା କମିଟି ବିଜେପି ସାଂସଦ ମହୁଆ ମୋଇତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.