Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକଶିତ ଭାରତ ସଂକଳ୍ପ ଅଭିଯାନରେ ହଜାର ହଜାର ଲୋକଙ୍କୁ ଆକର୍ଷିତ କରୁଛି କୃଷି ଅନୁକୂଳ ଡ୍ରୋନ୍ 
ଆଜିର ଖବର

ବିକଶିତ ଭାରତ ସଂକଳ୍ପ ଅଭିଯାନରେ ହଜାର ହଜାର ଲୋକଙ୍କୁ ଆକର୍ଷିତ କରୁଛି କୃଷି ଅନୁକୂଳ ଡ୍ରୋନ୍ 

December 13, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଭାରତ ସରକାର ଡ୍ରୋନ୍ ଯୋଗାଇ ଦେବେ। ଆମେ ଆମର କୃଷି କାର୍ଯ୍ୟ ପାଇଁ ଡ୍ରୋନ୍ ସେବା ଉପଲବ୍ଧ କରାଇବା ଆରମ୍ଭ କରିବୁ।

ପ୍ରାରମ୍ଭରେ ଆମେ ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ଆରମ୍ଭ କରିବୁ ଯାହା ଏକ ଦୃଢ଼ ଡ୍ରୋନ୍ ପ୍ରଶିକ୍ଷଣ ଅଭିଯାନକୁ ସକ୍ଷମ କରିବାର ସ୍ୱପ୍ନକୁ ଉଡ଼ାଣ ପ୍ରଦାନ କରିବ।

– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

(ସ୍ୱାଧୀନତା ଦିବସ ଭାଷଣ, ୨୦୨୩)

ଜନଜାତିୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଝାଡ଼ଖଣ୍ଡର ଖୁଣ୍ଟିରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଉଦ୍‌ଘାଟନ କରିଛନ୍ତି। ସରକାରଙ୍କ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଏବେ ଏକ ଅଭିନବ ମୋଡ଼ ନେଇଛି, ଯାହା କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପରେ ଡ୍ରୋନ୍ ଟେକ୍ନୋଲୋଜିର ପରିବର୍ତ୍ତନ ଶକ୍ତିକୁ ପ୍ରଦର୍ଶନ କରୁଛି।

୨.୬୦ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଏବଂ ୪,୦୦୦ ରୁ ଅଧିକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ନେଇ ଏକ ବିଶାଳ ପ୍ରଚାର କାର୍ଯ୍ୟକ୍ରମ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ପ୍ରଗତି ଏବଂ ସମନ୍ୱିତକରଣର ପ୍ରତୀକ ପାଲଟିଛି।

ଏହି ଯାତ୍ରା (ଅଭିଯାନ) ଜୋର ଧରିଥିବା ବେଳେ ଗୋଟିଏ ଉଲ୍ଲେଖନୀୟ ଦିଗ ହେଉଛି ଚାଷ କ୍ଷେତ୍ରରେ ଡ୍ରୋନର ଅନ୍ତର୍ଭୁକ୍ତିକରଣ। କୃଷକମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଶକ୍ତ କରିବା, ସେମାନଙ୍କୁ ଉତ୍ପାଦକତା ଏବଂ ସ୍ଥାୟୀ ଅଭ୍ୟାସ ବୃଦ୍ଧି କରିବା ପାଇଁ ଉପକରଣ ଯୋଗାଇବା ହେଉଛି ଏହି ପଦକ୍ଷେପର ଉଦ୍ଦେଶ୍ୟ।

ଡ୍ରୋନ: ଶୋ’ର ତାରକା

ଲୋକମାନେ ଭିବିଏସୱାଇ ଆଇଇସି ଭ୍ୟାନ୍ ଏବଂ ଶୋ’ର ତାରକା ପାଲଟିଥିବା ଡ୍ରୋନ୍‌ର ପ୍ରଦର୍ଶନକୁ ଦର୍ଶକ, ବିଶେଷ କରି କୃଷକମାନେ ଉତ୍ସୁକତାର ସହ ଅପେକ୍ଷା କରୁଛନ୍ତି । କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ଡ୍ରୋନର ସାମର୍ଥ୍ୟକୁ ଏହି ପ୍ରଦର୍ଶନ ଦର୍ଶାଉଛି । କେବଳ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉନାହିଁ ବରଂ କୃଷକମାନଙ୍କୁ ଜ୍ଞାନ ଏବଂ ଉପକରଣ ସହିତ ସଶକ୍ତ କରିବା ଉପରେ ଧ୍ୟାନ ଦିଆଯାଉଛି ।

ଦେଶର କୋଣ ଅନୁକୋଣରେ ଡ୍ରୋନ୍ ପ୍ରଦର୍ଶନକୁ କୃଷକ ସମୁଦାୟ, ବିଶେଷ କରି ମହିଳା କୃଷକମାନେ ଖୁବ୍ ପ୍ରଶଂସା କରିଛନ୍ତି । କେରଳରୁ ହିମାଚଳ ପ୍ରଦେଶ, ଗୁଜରାଟରୁ ତ୍ରିପୁରା ପର୍ଯ୍ୟନ୍ତ ବାର୍ତ୍ତା ସ୍ପଷ୍ଟ ହୋଇଛି – କୃଷି କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ପାଇଁ ଡ୍ରୋନ୍ ଏକ ଉତପ୍ରେରକ ଭାବେ କାର୍ଯ୍ୟ କରିବ।

ଏହି ସିଧା ପ୍ରଦର୍ଶନରେ ସାରର ସନ୍ତୁଳିତ ବ୍ୟବହାରକୁ ଦର୍ଶାଯାଇଛି ଏବଂ ଅତିରିକ୍ତ ରାସାୟନିକ ସାର ଠାରୁ ଦୂରେଇ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି । ଡ୍ରୋନ୍ ଗୁଡ଼ିକ ନାନୋ ୟୁରିଆ, ନାନୋ ଡିଏପି (ଡି-ଆମୋନିୟମ ଫସଫେଟ୍‌) ଏବଂ ଅନ୍ୟାନ୍ୟ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସାର ସିଞ୍ଚନ କରିଥିଲେ, ଯାହା କୃଷି କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରର ସଠିକତା ଏବଂ ଦକ୍ଷତାକୁ ଦର୍ଶାଇଥିଲା । ଡ୍ରୋନ୍ ମାଧ୍ୟମରେ କୀଟନାଶକ ସିଞ୍ଚନର ସିଧାସଳଖ ପ୍ରଦର୍ଶନ ପ୍ରଭାବଶାଳୀ କୀଟ ପରିଚାଳନାରେ ଏହି ଜ୍ଞାନକୌଶଳର ସମ୍ଭାବନା ଉପରେ ଅଧିକ ଆଲୋକପାତ କରିଛି । ତରଳ ସାର ଏବଂ କୀଟନାଶକ ଆକାଶମାର୍ଗରୁ ସିଞ୍ଚନ କରିବାର ସିଧା ପ୍ରଦର୍ଶନ ଏକ ପଦ୍ଧତିକୁ ପ୍ରୋତ୍ସାହିତ କରେ ଯାହା ସୀମିତ ସମୟ ସୀମା ମଧ୍ୟରେ ଅତ୍ୟଧିକ ସାର ବ୍ୟବହାରକୁ ନିୟନ୍ତ୍ରଣ କରେ ।

ନାରୀ ଶକ୍ତି: ଡ୍ରୋନର ସାମର୍ଥ୍ୟକୁ ଉନ୍ମୋଚନ କରିଛନ୍ତି

ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି । ଏହି ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମହିଳା କୃଷକ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ।

କୋମଲାପତି ଭେଙ୍କଟ ରାଭନାମ୍ମା ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ । ସେ ମାତ୍ର ୧୨ ଦିନ ମଧ୍ୟରେ କୃଷି ଉଦ୍ଦେଶ୍ୟରେ ଡ୍ରୋନ୍ ଉଡ଼ାଣ ଦକ୍ଷତା ହାସଲ କରିଥିଲେ ଏବଂ ନଭେମ୍ବର ୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଅନୁଭୂତି ବାଣ୍ଟିଥିଲେ ।

ଶ୍ରୀମତୀ ଭେଙ୍କଟଙ୍କ ଭଳି ମହିଳାମାନେ ଭାରତର ନାରୀ ଶକ୍ତିର ଦକ୍ଷତା ଉପରେ ସନ୍ଦେହ କରୁଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନିକଟ ଭବିଷ୍ୟତରେ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର ମହିଳା ମାନଙ୍କ ନେତୃତ୍ୱାଧୀନ ବିକାଶର ପ୍ରତୀକ ପାଲଟିବ ବୋଲି ସେ କହିଛନ୍ତି । ଏଥିସହିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମହିଳାଙ୍କ ଅଂଶଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିବେଦନ

October 5, 2025

୫ଜଣ ପ୍ରତିଭାଙ୍କୁ ପ୍ରଦାନ କରାଗଲା ‘ପ୍ରାଣନାଥ ସମ୍ମାନ’

October 5, 2025

କଟକରେ ଜାରୀ ହେଲା 36 ଘଣ୍ଟିଆ କର୍ଫ୍ୟୁ, ଇଣ୍ଟରନେଟ ବନ୍ଦ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ

October 5, 2025

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ଥିଲା କି?: ଜାଣନ୍ତୁ ବିସିସିଆଇ ର ଯୋଜନା

October 5, 2025
Latest News

କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିବେଦନ

October 5, 2025

୫ଜଣ ପ୍ରତିଭାଙ୍କୁ ପ୍ରଦାନ କରାଗଲା ‘ପ୍ରାଣନାଥ ସମ୍ମାନ’

October 5, 2025

କଟକରେ ଜାରୀ ହେଲା 36 ଘଣ୍ଟିଆ କର୍ଫ୍ୟୁ, ଇଣ୍ଟରନେଟ ବନ୍ଦ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ

October 5, 2025

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ଥିଲା କି?: ଜାଣନ୍ତୁ ବିସିସିଆଇ ର ଯୋଜନା

October 5, 2025

ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.