Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇଘଣ୍ଟା ପୂର୍ବରୁ ନବମ ଶ୍ରେଣୀ ବାର୍ଷିକ ପାରୀକ୍ଷାର ପ୍ରଶ୍ନପତ୍ର ଇ-ମେଲ୍ ମାଧ୍ୟମରେ ପ୍ରଦାନ ବ୍ୟବସ୍ଥାକୁ ଓଷ୍ଟାର ନାପସନ୍ଦ
ଆଜିର ଖବର

ଦୁଇଘଣ୍ଟା ପୂର୍ବରୁ ନବମ ଶ୍ରେଣୀ ବାର୍ଷିକ ପାରୀକ୍ଷାର ପ୍ରଶ୍ନପତ୍ର ଇ-ମେଲ୍ ମାଧ୍ୟମରେ ପ୍ରଦାନ ବ୍ୟବସ୍ଥାକୁ ଓଷ୍ଟାର ନାପସନ୍ଦ

December 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ଦୂର କରିବା ପାଇଁ ଓଷ୍ଟାର ଦାବି

ଭୁବନେଶ୍ୱର: ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ ତାରିଖରେ ଆରମ୍ଭ ହେବାକୁ ଯାଉଥିବାବେଳେ ବୋର୍ଡ଼ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଇ-ମେଲ୍ ମାଧ୍ୟମରେ ବିଦ୍ୟାଳୟ ଆଇଡିକୁ ପରୀକ୍ଷାର ଦୁଇଘଣ୍ଟା ପୂର୍ବରୁ ପଠାଇବା ନିଷ୍ପତ୍ତିକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ତରଫରୁ ନାପସନ୍ଦ କରାଯାଇଛି।

ସୂଚନାଥାଉକି, ଚଳିତ ବର୍ଷ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆସନ୍ତା ୨୦୨୪ ମସିହା ମାର୍ଚ୍ଚ ମାସ ୬ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଉପରେ ନ୍ୟସ୍ତ ଥିଲାବେଳେ ପ୍ରଶ୍ନପତ୍ର ଦାୟିତ୍ୱ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ନିୟନ୍ତ୍ରଣରେ ରହିଛି। ମାତ୍ର ପ୍ରଶ୍ନପତ୍ର ବୋର୍ଡ଼ ନଛପାଇଲେ ମଧ୍ୟ ବିଷୟ ବସ୍ତୁ ଆଧାରରେ ବୋର୍ଡ଼ କର୍ତ୍ତୃପକ୍ଷ ପ୍ରଶ୍ନ ପ୍ରସ୍ତୁତ କରି ତାହାକୁ ଇ-ମେଲ୍ ଯୋଗେ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପଠାଇବେ। ପ୍ରଧାନ ଶିକ୍ଷକମାନେ ନିଜ ଆଇଡି ପାସ୍‌ୱାର୍ଡ଼ ବ୍ୟବହାର କରି ପ୍ରଶ୍ନପତ୍ର ଡାଉନ୍‌ଲୋଡ଼୍ କରି ନିଜ ନିଜ ବିଦ୍ୟାଳୟର ପିଲାସଂଖ୍ୟା ଅନୁଯାୟୀ ସେଗୁଡ଼ିକୁ ସେଟ୍ ଆକାରରେ ଜେରକ୍ସ କରି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନଙ୍କୁ ତାହା ପ୍ରଦାନ କରିବେ। ପରୀକ୍ଷାର ଦୁଇଘଣ୍ଟା ପୂର୍ବରୁ ବୋର୍ଡ଼ କର୍ତ୍ତୃପକ୍ଷ ବିଦ୍ୟାଳୟ ଆଇଡିରେ ପ୍ରଶ୍ନ ପଠାଇବେ।

ପ୍ରଶ୍ନପତ୍ରଗୁଡ଼ିକ ଡାଉନ୍‌ଲୋଡ଼୍ କରିବା ପାଇଁ ବୋର୍ଡ଼ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟ ସୀମା ପ୍ରଧାନଶିକ୍ଷକମାନଙ୍କୁ ଦିଆଯାଇଛି। ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରଶ୍ନପତ୍ର ଡାଉନ୍‌ଲୋଡ଼ କରିବାକୁ ପଡ଼ିବ । ସମୟ ପୂର୍ବରୁ କିମ୍ବା ପରେ କେହି ଚାହିଁଲେ ମଧ୍ୟ ପ୍ରଶ୍ନପତ୍ର ଡାଉନଲୋଡ଼ କରିପାରିବେ ନାହିଁ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ବୋର୍ଡ଼ର ଏତାଦୃଶ ନିଷ୍ପତ୍ତିକୁ ନାପସନ୍ଦ କରି କହିଛନ୍ତି – “ଦୁଇଘଣ୍ଟାର ଏହି ସ୍ୱଳ୍ପ ସମୟ ଅବଧି ମଧ୍ୟରେ ପ୍ରଶ୍ନପତ୍ର ଡାଉନଲୋଡ଼ କରିବା ଓ ତାହାକୁ ଜେରକ୍ସ କରି ବିଦ୍ୟାଳୟରେ ପହଞ୍ଚାଇବା ରାଜ୍ୟର ସବୁ ଅଞ୍ଚଳରେ ସମ୍ଭବ ହେବ ନାହିଁ ବୋଲି ଶିକ୍ଷାବିତ୍ତ, ବୁଦ୍ଧିଜିବୀ ଏବଂ ଅଭିଭାବକ ମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କେଉଁଠି ନେଟ୍‌ୱାର୍କ ସମସ୍ୟା, ବିଜୁଳି ସମସ୍ୟାୟ ଓ ଜେରକ୍ସ ସମସ୍ୟା ଇତ୍ୟାଦି ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି।’

ରାଜ୍ୟର ଅନେକ ବିଦ୍ୟାଳୟରେ କମ୍ପ୍ୟୁଟର ବ୍ୟବସ୍ଥା ନାହିଁ କି କମ୍ପ୍ୟୁଟର ଶିକ୍ଷକ ମଧ୍ୟ ନାହାନ୍ତି। ସରକାର ସମସ୍ତ ବିଦ୍ୟାଳୟ ଗୁଡ଼ିକୁ ୫ଟି ରେ ଅନ୍ତର୍ଭୁକ୍ତ କରିଥିଲେ ମଧ୍ୟ ଅଧ୍ୟାବଧି ଅନେକ ବିଦ୍ୟାଳୟରେ ବର୍ତ୍ତମାନ ସୁଧା କମ୍ପ୍ୟୁଟର ପହଞ୍ôଚ ନାହିଁ। କେତେକ ସ୍ଥାନରେ ବିଦ୍ୟାଳୟଠାରୁ ବହୁଦୂରରେ ଜେରକ୍ସ, ନେଟ୍‌ୱାର୍କ, କମ୍ପ୍ୟୁଟର, ବିଜୁଳି ଇତ୍ୟାଦି ସୁବିଧା ମିଳିବ ନାହିଁ। ଦୁଇଘଣ୍ଟାର ସମୟ ଅବଧି ମଧ୍ୟରେ ପ୍ରଶ୍ନପତ୍ର ଡାଉନଲୋର୍ଡ଼ ଓ ଜେରସ୍କ କରି ବିଦ୍ୟାଳୟରେ ପହଞ୍ଚିବା ସବୁଠାରେ ସମ୍ଭବ ହେବ ନାହିଁ। ଏଣୁ ବୋର୍ଡ଼ କତ୍ତୃପକ୍ଷ ତୁରନ୍ତ ଏସବୁ ସମସ୍ୟାର ସମାଧାନ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଓଷ୍ଟା ପକ୍ଷରୁ ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ବୋର୍ଡ଼ କର୍ତ୍ତୃପକ୍ଷ ତଥା ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।

ଓଷ୍ଟା ନବମ ଶ୍ରେଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୧ ଶନିବାରରେ କେତେକ ରାଶିର ଭାଗ୍ୟ ଚମକିବ, ବିଶ୍ବାସ କରିପାରିବେ ନାହିଁ

February 1, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026
Latest News

ଆଜି ଫେବୃୟାରୀ ୧ ଶନିବାରରେ କେତେକ ରାଶିର ଭାଗ୍ୟ ଚମକିବ, ବିଶ୍ବାସ କରିପାରିବେ ନାହିଁ

February 1, 2026

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.