Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ବାର୍ଷିକ ନିଯୁକ୍ତି ମେଳା: ବିଭିନ୍ନ ସଂସ୍ଥା ସହିତ ସହବନ୍ଧିତ ହେଲେ ୧୦୪୫ ଯୁବକ ଯୁବତୀ
ଆଜିର ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ବାର୍ଷିକ ନିଯୁକ୍ତି ମେଳା: ବିଭିନ୍ନ ସଂସ୍ଥା ସହିତ ସହବନ୍ଧିତ ହେଲେ ୧୦୪୫ ଯୁବକ ଯୁବତୀ

December 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆଜି ଭବାନୀପାଟଣା ସ୍ଥିତ ଡି ଆଇ ଇ ଟି ସ୍କୁଲ ପଡିଆ ରେ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳା ରେ ୨୮ ଟି ନିଯୁକ୍ତି ଦାତା ସଂସ୍ଥା ଓ ୧୦ ଟି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଯୋଗ ଦେଇଥିଲେ।

ଏହି ମେଳା ରେ ୨୬୭୫ ଜଣ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଭାଗ ନେଇଥିଲେ ଓ ୧୦୪୫ ଜଣ ବିଭିନ୍ନ ସଂସ୍ଥା ସହିତ ସହବନ୍ଧିତ ହୋଇଥିଲେ। ଏହି ମେଳା ରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟଳୟ ର କୁଳପତି ପ୍ରଫେସର ସଞ୍ଜୟ ଶତପଥି ,କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଯୁବ କଲ୍ୟାଣ ଅଧିକାରୀ ମଧୁଲିକା ସା ପ୍ରମୁଖ ଯୁବକ ଯୁବତୀ ମାନଙ୍କୁ ଏହି ସୁଯୋଗ ର ଫାଇଦା ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି ନିଯୁକ୍ତି ମେଳା ରେ ୟୋକହାମା ଟାୟାର, ବିଶାଖାପାଟଣା, ହେଟେରୋ ଲାବ, ରିଲିଆନ୍ସ ଜିଓ, ପିଆଜିଓ ଅଟୋମୋବିଲ, ମୁଥୁତ ଫାଇନାନ୍ସ, ଏଲ୍ ଏଣ୍ଡ ଟି ଆଦି ୨୯ ଟି କମ୍ପାନୀ ଭାଗ ନେଇଥିଲେ।

ତାଲିମ ଭିତିକ ସଂସ୍ଥା ମଧ୍ୟରେ ବେଦାନ୍ତ, ଶାହୀ ଏକ୍ସପୋର୍ଟ, ସି ଟି ଟି ସି, ଡାଟା ପ୍ରୋ ଭଳି ୧୦ ଗୋଟି ସଂସ୍ଥା ଯୋଗ ଦେଇଥିଲେ। ଏହି ମେଳା ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିବା ବେଳେ, ଜିଲ୍ଲା ସୂଚନା ଅଧିକାରୀ ମନୋଜ କୁମାର ବେହେରା, ଡେପୁଟି ସି ଇ ଓ ଓର୍ମାସ ଜର୍ଜ କେର୍କେଟା, ଶିଶୁ ସୁରକ୍ଷା ଅଧିକାରୀ ଅଂଶୁମାନ ବାବୁ, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଅମ୍ବୁଜ ତିୱାରୀ, ସରକାରୀ ଆଇ ଟି ଆଇ ଭବାନୀପାଟଣାର ସରୋଜ କୁମାର ବେହେରା ଆଦି କାର୍ଯ୍ୟକ୍ରମ ପରିଚାଳନା ରେ ସାହାଯ୍ୟ କରିଥିଲେ।

ଏହି ମେଳା ରେ ଦକ୍ଷତା ବିକାଶ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୦ ଜଣଙ୍କୁ ସମ୍ମାନିତ କରାଯାଇଥିଲା।

ଜିଲ୍ଲା ସ୍ତରୀୟ ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.