Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେରଳରେ ମିଳିଥିବା କରୋନାର ଜେଏନ୍-୧ ଭାରିଆଣ୍ଟ କେତେ ବିପଦପୂର୍ଣ୍ଣ?
ଆଜିର ଖବର

କେରଳରେ ମିଳିଥିବା କରୋନାର ଜେଏନ୍-୧ ଭାରିଆଣ୍ଟ କେତେ ବିପଦପୂର୍ଣ୍ଣ?

December 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କରୋନା ଭୂତାଣୁର ନୂଆ ସବ୍ ଭାରିଆଣ୍ଟ ଜେଏନ୍-୧ ସାମ୍ନାକୁ ଆସିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି। କେରଳରେ ଏହାର ସକ୍ରିୟ ମାମଲା ସାମ୍ନାକୁ ଆସିଛି। ସେହିପରି କେରଳରେ ସୋମବାର ୧୧୧ ଜଣ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।କେରଳରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ଏଥିସହିତ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ଆଡଭାଇଜରି ଜାରି କରିଛନ୍ତି।

କରୋନାର ଜେଏନ୍-୧ ଭାରିଏଣ୍ଟ କ’ଣ?

ଜେଏନ୍-୧ ଭାରିଆଣ୍ଟ ହେଉଛି ଓମିକ୍ରୋନ୍ ଭାରିଆଣ୍ଟର ଏକ ସବ୍ ଭାରିଆଣ୍ଟ୍‍। ଏହା କୋଭିଡର ନୂଆ ଭାରିଏଣ୍ଟ୍‍ ନୁହେଁ। ଡିସେମ୍ବର ୨୦୨୨ରେ ଲକଜମବର୍ଗରେ ପ୍ରଥମେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଥିଲା। ସେବେଠାରୁ ଏହା ବିଶ୍ୱର ୪୦ରୁ ଅଧିକ ଦେଶକୁ ବ୍ୟାପିସାରିଛି। ଜେଏନ୍-୧ ସେହି ପିରୋଲୋ ଭାରିଏଣ୍ଟ୍‍ରୁ ଆସିଛି, ଯାହା ନିଜେ ଓମିକ୍ରୋନ୍ ଭାରିଏଣ୍ଟ୍‍ରୁ ବାହାରିଥିଲା।

ଜେଏନ୍.୧ ଭାରିଆଣ୍ଟର ଲକ୍ଷଣ କ’ଣ?

ଜେଏନ୍.୧ ଭାରିଆଣ୍ଟର ଲକ୍ଷଣ ଅନ୍ୟ ଓମିକ୍ରୋନ୍ ସବ୍-ଭାରିଏଣ୍ଟ୍ ସହ ସମାନ। ଏଥିରେ ଜ୍ୱର, କାଶ, ନିଶ୍ୱାସ ନେବାରେ ଅସୁବିଧା, ଥକାପଣ, ମୁଣ୍ଡ ବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଇତ୍ୟାଦି ଅନ୍ତର୍ଭୁକ୍ତ। କେତେକ କ୍ଷେତ୍ରରେ, ଜେଏନ.୧ ଭାରିଏଣ୍ଟ୍‍ ଥିବା ଲୋକମାନଙ୍କର ସ୍ୱାଦ କିମ୍ବା ଗନ୍ଧ ହଜିବା, ବାନ୍ତି କିମ୍ବା ଡାଇରିଆ ଭଳି ଲକ୍ଷଣ ମଧ୍ୟ ହୋଇପାରେ।

ଜେଏନ୍-୧ ଭାରିଆଣ୍ଟ୍‍ କେତେ ସଂକ୍ରାମକ?

ଜେଏନ-୧ ଭାରିଆଣ୍ଟ୍‍ ଓମିକ୍ରୋନର ଅନ୍ୟ ଉପ-ଭାରିଆଣ୍ଟ୍‍ ତୁଳନାରେ ଅଧିକ ସଂକ୍ରାମକ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଜେଏନ-୧ ଭାରିଆଣ୍ଟର ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ଅନ୍ୟ ଓମିକ୍ରୋନ ସବ୍ ଭାରିଆଣ୍ଟ୍‍ ତୁଳନାରେ ସଂକ୍ରମିତ ହେବାର ସମ୍ଭାବନା ୧.୨ ଗୁଣ ଅଧିକ ଥିଲା।

ଜେଏନ୍-୧ ଭାରିଆଣ୍ଟ୍‍ କେତେ ଗମ୍ଭୀର ରୋଗ ସୃଷ୍ଟି କରୁଛି?

ଏହାଦ୍ୱାରା ହେଉଥିବା ରୋଗ ବିଷୟରେ ଏପର୍ଯ୍ୟନ୍ତ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯେଉଁମାନେ ଏହି ଭାରିଆଣ୍ଟରେ ଅସୁସ୍ଥ ହୁଅନ୍ତି ସେମାନେ ଓମିକ୍ରୋନଠାରୁ ଅଧିକ ଗୁରୁତର ନୁହଁନ୍ତି। ତେବେ ବିଶେଷଜ୍ଞମାନେ ଏବେବି ଏହି ଭାରିଆଣ୍ଟ୍‍ ଉପରେ ଗବେଷଣା ଜାରି ରଖିଛନ୍ତି, ଯାହାଦ୍ୱାରା ଏହା ବିଷୟରେ ଅଧିକ ଜାଣିପାରିବେ।

ଜେଏନ୍‍-୧ ଭାରିଆଣ୍ଟ୍‍କୁ ରୋକିବା ପାଇଁ କ’ଣ କରିବେ?

ଜେଏନ୍-୧ ଭାରିଏଣ୍ଟ୍‍ରୁ ରକ୍ଷା ପାଇବା ପାଇଁ ଅନ୍ୟ ଓମିକ୍ରୋନ ଭଳି ସମାନ ପଦକ୍ଷେପ ନିଆଯାଇପାରେ । ଏଥିରେ ଟୀକା କରଣ ଓ ବୁଷ୍ଟର ଟୀକା ନେବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ବାରମ୍ବାର ହାତ ଧୋଇବା ଅନ୍ତର୍ଭୁକ୍ତ।

ଜେଏନ୍-୧ ଭାରିଏଣ୍ଟ୍‍ର ସଂକ୍ରମଣକୁ ରୋକିବା ପାଇଁ କ’ଣ କରାଯାଇପାରିବ?

ଜେଏନ୍-୧ ଭାରିଏଣ୍ଟ୍‍ର ସଂକ୍ରମଣକୁ ରୋକିବା ପାଇଁ ସରକାର ଟୀକାକରଣ ଏବଂ ବୁଷ୍ଟର ଡୋଜ୍ ବୃଦ୍ଧି କରିପାରିବେ। ଏଥିସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାର ନିୟମ ଲାଗୁ କରିବା ସହିତ ଟେଷ୍ଟିଂ ମଧ୍ୟ ବୃଦ୍ଧି କରାଯାଇପାରିବ।

ଜେଏନ୍-୧ ଭାରିଆଣ୍ଟ୍‍ କେତେ ବିପଜ୍ଜନକ

ବିଶେଷଜ୍ଞଙ୍କ ମତରେ ଜେଏନ୍-୧ର ଲକ୍ଷଣ ବର୍ତ୍ତମାନ ଅଧିକ ଗମ୍ଭୀର ନୁହେଁ ଏବଂ ଏଥିରୁ ବିଶେଷ ବିପଦ ନାହିଁ। କିନ୍ତୁ ଆଗାମୀ ଦିନରେ ଆହୁରି ମ୍ୟୁଟେସନ ଦେଖିବାକୁ ମିଳିବ। ବର୍ତ୍ତମାନ ସୁଦ୍ଧା ମାତ୍ର ଗୋଟିଏ ମାମଲା ସାମ୍ନାକୁ ଆସିଛି। କୋଭିଡ୍ ମାମଲାର ଗତି ମଧ୍ୟ ଧୀରେ ଧୀରେ ଚାଲିଛି। ଏଥିସହିତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିବ ନାହିଁ। ତେବେ ଭବିଷ୍ୟତ ନେଇ ଏପର୍ଯ୍ୟନ୍ତ ପୂର୍ବାନୁମାନ କରାଯାଇପାରୁନାହିଁ।

ବଢ଼ୁଥିବା କରୋନା ମାମଲାରୁ କେତେ ବିପଦ?

ଜେଏନ୍-୧ ଭାରିଆଣ୍ଟ୍‍ର ଗୋଟିଏ ମାମଲା ସାମ୍ନାକୁ ଆସିଛି, କିନ୍ତୁ ସମଗ୍ର ଦେଶରେ କୋଭିଡ୍ ମାମଲା ବୃଦ୍ଧି ପାଇଛି। ତେବେ ସେମାନେ ଗୁରୁତର ନୁହଁନ୍ତି। ୯୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଘରେ ରହି ସୁସ୍ଥ ହେଉଛନ୍ତି। ରୋଗୀଙ୍କର ସାଧାରଣ ଲକ୍ଷଣ ଦେଖାଯାଏ।

କରୋନା ଭୂତାଣୁ ସବ୍-ଭାରିଆଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

IIHT ରେ ଫ୍ୟାସନ ଶୋ ଓ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ ଆୟୋଜିତ

April 4, 2026

‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’: ମୋଟ ୫୭ଟି ପଦକ ସହ ଚାମ୍ପିୟନ ହେଲା ‘ଟିମ୍ ଓଡ଼ିଶା’

April 4, 2026

ପଶ୍ଚିମ ଏସିଆର ପରିସ୍ଥିତି ଉପରେ ସରକାରଙ୍କ ପଦକ୍ଷେପ: ଏଲପିଜି ବଣ୍ଟନକୁ ପ୍ରାଥମିକତା

April 4, 2026

ଗଞ୍ଜାମ ଓକିଲ ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

April 4, 2026
Latest News

IIHT ରେ ଫ୍ୟାସନ ଶୋ ଓ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ ଆୟୋଜିତ

April 4, 2026

‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’: ମୋଟ ୫୭ଟି ପଦକ ସହ ଚାମ୍ପିୟନ ହେଲା ‘ଟିମ୍ ଓଡ଼ିଶା’

April 4, 2026

ପଶ୍ଚିମ ଏସିଆର ପରିସ୍ଥିତି ଉପରେ ସରକାରଙ୍କ ପଦକ୍ଷେପ: ଏଲପିଜି ବଣ୍ଟନକୁ ପ୍ରାଥମିକତା

April 4, 2026

ଗଞ୍ଜାମ ଓକିଲ ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

April 4, 2026

ରାଶିଫଳ: ଏପ୍ରିଲ ୪ ତାରିଖରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ଚିନ୍ତାଜନକ ଖବର

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.