Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂସଦରୁ ଗଣ ନିଲମ୍ବନ ବିରୋଧରେ ଇଣ୍ଡିଆ ମେଣ୍ଟ ଭୁବନେଶ୍ବରରେ କରିବ ବିକ୍ଷୋଭ
ଆଜିର ଖବର

ସଂସଦରୁ ଗଣ ନିଲମ୍ବନ ବିରୋଧରେ ଇଣ୍ଡିଆ ମେଣ୍ଟ ଭୁବନେଶ୍ବରରେ କରିବ ବିକ୍ଷୋଭ

December 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ସଂସଦରୁ ଗଣ ନିଲମ୍ବନ ବିରୋଧରେ ଇଣ୍ଡିଆ ମେଣ୍ଟ ଭୁବନେଶ୍ବରରେ କରିବ ବିକ୍ଷୋଭ

ଭୁବନେଶ୍ୱର: ସଂସଦରୁ ବିରୋଧି ଦଳମାନଙ୍କର ୧୪୩ ଜଣ ସାଂସଦକୁ ନିଲମ୍ବନ ବିରୋଧିରେ ଡିସେମ୍ବର ୨୨ ତାରିଖରେ ଆହୁତ ଦେଶବ୍ୟାପି ପ୍ରତିବାଦ ଦିବସକୁ ଓଡ଼ିଶାରେ ସଫଳ କରିବା ପାଇଁ ଇଣ୍ଡିଆ ମେଂଟଭୁକ୍ତ ଓଡ଼ିଶାର ବିରୋଧି ରାଜନୈତିକ ଦଳ ମାନେ ଆହ୍ୱାନ ଦେଇଛନ୍ତି। ଆଜି ଭୁବନେଶ୍ୱର ସ୍ଥିତି ସିପିଆଇ (ଏମ) ରାଜ୍ୟ କାର୍ଯ୍ୟାଳୟରେ ବିରୋଧିଦଳ ମାନଙ୍କର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ଭୁବନେଶ୍ବର ସମେତ ରାଜ୍ୟବ୍ୟାପି ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୨ ତାରିଖରେ ପ୍ରତିବାଦ ସଂଗଠିତ କରାଯିବା ପାଇଁ ଆହ୍ୱାନ ଦିଆଯାଇଛି। ଧାରଣା, ବିକ୍ଷୋଭ, ସଭା ଏବଂ ପଟୁଆର ସଂଗଠିତ କରି ଏହି ପ୍ରତିବାଦ ଆନ୍ଦୋଳନ କରାଯିବାପାଇଁ ନିଷ୍ପତି ହୋଇଛି ।
ଆଜିର ମିଳିତ ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଆଇଏମଏଲ (ଲିବେରେସନ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ଆମଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଆରଜେଡି, ଏନସିପି, ସମତାକ୍ରାନ୍ତି ଦଳ, ଜେଡିୟୁ, ବିଏସ୍ପି, ସିପିଆଇ ଏମଏଲ (ରେଡଷ୍ଟାର), ତୃଣମୂଳ କଂଗ୍ରେସ, ଜେଏମଏମ, ଆରପିଆଇ ଏବଂ ସମୃଦ୍ଧି ଓଡ଼ିଶା ଇତ୍ୟାଦି ଦଳର ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଯୋଗଦେଇଥିଲେ। ଜିଲ୍ଲାସ୍ତରରେ ତୁରନ୍ତ ମିଳିତ ବୈଠକ ଆହ୍ୱାନ କରି ଏହି କାର‌୍ୟ୍ୟକ୍ରମକୁ ସଫଳ କରିବାପାଇଁ ଇଣ୍ଡିଆ ଅର୍ନ୍ତଭୁକ୍ତ ଦଳମାନଙ୍କର ରାଜ୍ୟ ନେତୃବୃନ୍ଦ ନିବେଦନ କରିଛନ୍ତି।

ଆଜିର ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତି ସମ୍ପର୍କରେ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ରାମକୃଷ୍ଣ ପଣ୍ଡା, ଅଳିକିଶୋର ପଟ୍ଟନାୟକ, ଅଭୟ ସାହୁ, ରବି ବେହେରା, ଜ୍ୟୋତିରଞ୍ଜନ ମହାପାତ୍ର, ବିକ୍ରମ ସ୍ୱାଇଁ, ପ୍ରମିଳା, ମହେନ୍ଦ୍ର ପରିଡ଼ା, ସୌମ୍ୟରଞ୍ଜନ ସ୍ୱାଇଁ, ହେମନ୍ତ କୁମାର, ଆଶିଷ କାନୁନଗୋ, ଦୁଷ୍ମନ୍ତ କୁମାର ଦାସ, ସୁରେଶ ପାଣିଗ୍ରାହୀ, ବଂଶୀଧର ପରିଡ଼ା, ପ୍ରଭାସ ସାମନ୍ତରାୟ, ଚିତରଞ୍ଜନ ମହାନ୍ତି, ମଧୁସୂଦନ ଯାଦବ, ନନ୍ଦନ ପାଲ, ଜତିଷ ମହାନ୍ତି, ଶିବାଜୀ ମୌଲିକ ଏବଂ ସେକ ଅବଦୁଲ ୱାଲି ପ୍ରମୁଖ ଏକ ମିଳିତ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ଇଣ୍ଡିଆ ମେଣ୍ଟ ସଂସଦ ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Latest News

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.