Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ
ଆଜିର ଖବର

ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ

December 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ

ଭୁବନେଶ୍ୱର: ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଓଡିଶା ପରିବାର ନିର୍ଦ୍ଦେଶାଳୟ ଓ ଆମେରିକାସ୍ଥିତ ନୃତ୍ୟ ସାଧନା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଏବଂ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସହଯୋଗରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ଏହି କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ।

ଆଜିର ପ୍ରଥମ ଦିନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ସ୍ୱତନ୍ତ୍ର ସଚିବ ଶ୍ରୀ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ନୃତ୍ୟ ସାଧନା ନିର୍ଦ୍ଦେଶକ ଡଃ ତାପସୀ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଓଡିଶୀ ନୃତ୍ୟଶିଳ୍ପୀ ମାନେ ପ୍ରୋତ୍ସାହିତ ହୋଇ ପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଓଡିଶୀ ନୃତ୍ୟରେ ଜୀବନ ବ୍ୟାପି ସାଧନା ନିମନ୍ତେ ନୃତ୍ୟଶିଳ୍ପୀ ଓ ନୃତ୍ୟ ଗୁରୁ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କୁ ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ସମ୍ମାନ ପ୍ରଦାନ କରାଯାଇଥିଲା। ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ଅନ୍ତର୍ଜାତିକ ଆଇକନ ଓ ଜ୍ୟୋତି ରାଉତଙ୍କୁ ପ୍ରବାସୀ ନୃତ୍ୟ ଗୁରୁ ସମ୍ମାନ ପ୍ରଦାନ କରାଯାଇଥିଲା। ନୃତ୍ୟ ସାଧନା ସଂସ୍ଥାର ତପସ୍ୟା ରାୟଙ୍କୁ ପ୍ରବାସୀ ଯୁବ ପ୍ରତିଭା ଓ ପ୍ରୀତିଶା ମହାପାତ୍ରଙ୍କୁ ଯୁବ ସମ୍ମାନ ପ୍ରଦାନ କରାଯାଇଛି।

ଆଜିର ପ୍ରଥମ ଦିନରେ ନରେନ୍ଦ୍ରପୁରର ଯୋଡି ଶଙ୍ଖ ଓ ବ୍ରାହ୍ମଗିରିର ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଛି।

ପ୍ରବାସୀ ନୃତ୍ୟ ସଙ୍ଗମ
Share. Facebook Twitter LinkedIn Email WhatsApp Copy Link

Related Posts

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026
Latest News

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.