ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

Published: Dec 24, 2023, 6:10 pm IST

ଭୁବନେଶ୍ବର: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକ ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳ ର ସ୍ବର୍ଗତ ମଲ୍ଲିକ ଦେଶ ର ସ୍ଵାଧୀନତା ସଂଗ୍ରାମ ରେ ଯୋଗ ଦେଇ ବହୁ ବାର କାରାବରଣ କରିଥିଲେ।

ମହାତ୍ମା ଗାନ୍ଧୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ସ୍ବର୍ଗତ ମଲ୍ଲିକ ନିଜକୁ ସର୍ବଦା ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ରଖିଥିଲେ .କେନ୍ଦ୍ରାପଡା ଜିଲ୍ଲା ର ଜଣେ ବିଶିଷ୍ଟ ସମାଜ ସେବୀ ଭାବେ ମଧ୍ୟ ତାଙ୍କର ବିଶେଷ ସୁନାମ ରହିଥିଲା। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମଲ୍ଲିକ ଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ତା ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Related posts