Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ପ୍ରକାଶ କଲା ଜେଏନ-୧ର ସବୁଠାରୁ ବିଶେଷ ଲକ୍ଷଣ
ଆଜିର ଖବର

ଏମ୍ସ ପ୍ରକାଶ କଲା ଜେଏନ-୧ର ସବୁଠାରୁ ବିଶେଷ ଲକ୍ଷଣ

December 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Corona

ନୂଆଦିଲ୍ଲୀ: ଗତ କିଛିଦିନ ହେବ କୋଭିଡର ନୂଆ ଭାରିଏଣ୍ଟ ବେଶ୍ ସଂକ୍ରାମକ ହୋଇଛି। ପ୍ରାୟ ସବୁ ରାଜ୍ୟରେ ଏହାର ମାମଲା ବଢ଼ିବାରେ ଲାଗିଛି । ସବୁଠାରୁ ବଡ଼ କଥା ହେଉଛି ଦେଶର ରାଜଧାନୀରେ ମଧ୍ୟ ଏହାର ପ୍ରଥମ ମାମଲା ଦେଖିବାକୁ ମିଳିଛି। ଯାହାର ସୂଚନା ଏକ ନ୍ୟୁଜ୍ ଏଜେନ୍ସି ଦେଇଛି। ଏହାପରେ ଏମ୍ସର ବଡ଼ ବଡ଼ ଡାକ୍ତରମାନେ ତୁରନ୍ତ ଏକ ବୈଠକ କରି ନୂଆ ଭାରିଆଣ୍ଟ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଦେଇଥିଲେ।

ରିପୋର୍ଟ ଅନୁଯାୟୀ, ଏମ୍ସ ଗୁରୁତର ଶ୍ୱାସକ୍ରିୟା ସଂକ୍ରମଣ ଥିବା ରୋଗୀଙ୍କ ପରୀକ୍ଷା ବୃଦ୍ଧି କରିଛି। ସେହିପରି ଗୁରୁତର ସଂକ୍ରମିତଙ୍କ ପାଇଁ ନୂଆ ଘରୋଇ ୱାର୍ଡ ପ୍ରସ୍ତୁତ କରାଯାଇଛି। ସରକାରୀ ଗାଇଡଲାଇନରେ ଓମିକ୍ରୋନ ଜେଏନ-୧ ଭାରିଆଣ୍ଟର ବିଶେଷ ଲକ୍ଷଣ ମଧ୍ୟ ଉଲ୍ଲେଖ କରାଯାଇଛି।

ଏହି ଲକ୍ଷଣଗୁଡ଼ିକ ଉପରେ ନଜର ରଖନ୍ତୁ

ରିପୋର୍ଟ ଅନୁଯାୟୀ, ଏମ୍ସ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ ଓମିକ୍ରନ୍ ଜେଏନ-୧ର ବିଶେଷ ଲକ୍ଷଣ ବିଷୟରେ ବର୍ଣ୍ଣନା କରାଯାଇଛି। ଯଦି ଗତ ୧୦ ଦିନ ମଧ୍ୟରେ ୩୮ ଡିଗ୍ରୀ ସେଲସିୟସ (୧୦୦.୪ ଡିଗ୍ରୀ ଫାରେନହାଇଟ୍) ତାପମାତ୍ରା ସହିତ ଲଗାତାର ଉଚ୍ଚ ଜ୍ୱର ଏବଂ କାଶ ହେଉଛି, ତେବେ ଆପଣଙ୍କୁ ଏକ ନୂତନ ସଂକ୍ରମଣ ହୋଇପାରେ। ଏହି ଲକ୍ଷଣ ଥିବା ରୋଗୀମାନେ ତୁରନ୍ତ କୋଭିଡ ପରୀକ୍ଷା କରାଇବା ଉଚିତ।

ତିନିଟି ନମୁନା ମଧ୍ୟରୁ ଗୋଟିଏ ବାହାରୁଛି ଜେଏନ-୧

ଜିନୋମ ସିକ୍ୱେନ୍ସିଂ ପାଇଁ ଦିଲ୍ଲୀରୁ ୩ଟି ନମୁନା ପଠାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଓମିକ୍ରୋନ୍ ସବ୍ ଭାରିଆଣ୍ଟ ଜେଏନ-୧କୁ ନିଶ୍ଚିତ କରିଛି। ଲୋକଙ୍କୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ସହ କୌଣସି ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ଭିଓଆଇକୁ ଚିହ୍ନିଲା ଡବ୍ଲୁଏଚ୍ଓ

ସମଗ୍ର ବିଶ୍ୱରେ ବଢ଼ୁଥିବା କୋରୋନା ସଂକ୍ରମଣ ଉପରେ ନଜର ରଖିଛି ଡବ୍ଲୁଏଚଓ। ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହି ଭାରିଏଣ୍ଟକୁ ସଂକ୍ରମିତ ତାଲିକାରେ ରଖାଯାଇଛି। ତଥାପି ସଂଗଠନ ଏହି ଭାରିଆଣ୍ଟକୁ କମ୍ ବିପଜ୍ଜନକ ଓ ଗମ୍ଭୀର ବୋଲି ବିବେଚନା କରିବା ସହ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛି।

ସାରା ଦେଶରେ ୧୦୦ରୁ ଅଧିକ ମାମଲା

ଡିସେମ୍ବର ୮ରେ ଦେଶରେ ଏହି ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ ହେବା ପରେ ସେମାନଙ୍କ ସଂଖ୍ୟା ୧୦୦ରୁ ଅଧିକ ହୋଇଛି। ନୂଆବର୍ଷ ପାଳନକୁ ଦୃଷ୍ଟିରେ ରଖି ହାତ ସଫା କରିବା ଓ ସଂକ୍ରମିତ ପୃଷ୍ଠକୁ ସ୍ପର୍ଶ କରିବା ନିଷେଧ କରାଯାଇଛି।

କୋଭିଡ ଜେଏନ-୧ ନୂଆ ଭାରିଏଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026
Latest News

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.