Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦି ପ୍ରଶଂସାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପୋୟୋ : ‘ମୋଦି ହୈ ତୋ ମୁମକିନ୍‌ ହୈ’
ଆଜିର ଖବର

ମୋଦି ପ୍ରଶଂସାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପୋୟୋ : ‘ମୋଦି ହୈ ତୋ ମୁମକିନ୍‌ ହୈ’

June 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସାରା ବିଶ୍ବରେ ମୋଦିଙ୍କୁ ନେଇ ବେଶ୍‌ ଚର୍ଚ୍ଚା ରହିଛି। ନିକଟରେ ମୋଦିଙ୍କ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ ଉତ୍ସବକୁ ବିମ୍‌ଷ୍ଟେକ୍‌ର ରାଷ୍ଟ୍ରମୁଖ୍ୟଙ୍କୁ ଆମନ୍ତ୍ରଣ କରାଯାଇଥିଲା। ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ମୋଦିଙ୍କ ନିର୍ବାଚନୀ ନାରାକୁ ବେଶ୍‌ ପସନ୍ଦ କରିଥିବାବେଳେ ଏବେ ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଆମେରିକାର ବୈଦେଶିକ ସଚିବ ତଥା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପୋୟୋ। ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପୋୟୋ ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ପ୍ରଣାଳୀକୁ ପ୍ରଶଂସା କରିଛନ୍ତି। ଗତକାଲି ଆମେରିକାରେ ୟୁଏସ-ଇଣ୍ଡିଆ ବିଜନେସ କାଉନସିଲର ବୈଠକ ବସିଥିଲା। ଏହି ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ଉଦବୋଧନ ଦେବା ବେଳେ ପୋମ୍ପିୟୋ କହିଥିଲେ ଯେମିତି ଭାରତର ପ୍ରଧାନମନ୍ତ୍ରୀ ନିର୍ବାଚନ ବେଳେ ନାରା ଦେଇଥିଲେ ‘ମୋଦି ହୈ ତୋ ମୁମ୍‌କିନ୍‌ ହୈ’ ଅର୍ଥାତ୍ ମୋଦି ଅଛନ୍ତି ତ ସବୁ ସମ୍ଭବ। ସେହିଭଳି ଭାବରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଆଗକୁ ବଢ଼ୁ ବୋଲି ସେ ଚାହୁଁଛନ୍ତି ବୋଲି କହିଥିଲେ।  ନରେନ୍ଦ୍ର ମୋଦିଙ୍କ ସହ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହାପୂର୍ବରୁ ଆମେରିକାର ସାଧାରଣ ନିର୍ବାଚନ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତଥା ରିପବ୍ଲିକିଆନ ପାର୍ଟି ତରଫରୁ ଅବି କି ବାର ଟ୍ରମ୍ପ ସରକାରର ନାରା ଦେଇଥିଲେ। ଯାହାକି ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ଦେଇଥିବା ନାରା ‘ଅବ୍ କି ବାର ମୋଦି ସରକାର’ର ଅବିକଳ ନକଲ ଥିଲା।

america mikepampeya Modi thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଉପକୂଳରୁ ପ୍ରଳୟ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ

July 29, 2025

କଂଗ୍ରେସ ସମୟରେ କେତେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ ଏହି ସଂଖ୍ୟା କେତେ?

July 29, 2025

ଷ୍ଟାରଲିଙ୍କ ଉପରେ ସରକାରଙ୍କ କଠୋରତା!: ଭାରତରେ ଉପଭୋକ୍ତାଙ୍କ ସଂଖ୍ୟା ଏବଂ ଗତି ଉପରେ ରହିବ ନିୟନ୍ତ୍ରଣ କରାଯିବ

July 29, 2025

ଡିମ୍ପଲ ଯାଦବଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ, ମୌଲାନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ସମାଜବାଦୀ ପାର୍ଟି

July 29, 2025
Latest News

Jio PC: ଆସିଲା ରିଲାଏନ୍ସର ‘ଜିଓ-ପିସି’: ନିଜ ଘରର ଟିଭି ସ୍କ୍ରିନକୁ କରନ୍ତୁ ଏଆଇ କଂପୁଟର, ଜାଣନ୍ତୁ କେତେ ଅଛି ଦାମ୍

July 29, 2025

ଓଡ଼ିଶା ଉପକୂଳରୁ ପ୍ରଳୟ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ

July 29, 2025

କଂଗ୍ରେସ ସମୟରେ କେତେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ ଏହି ସଂଖ୍ୟା କେତେ?

July 29, 2025

ଷ୍ଟାରଲିଙ୍କ ଉପରେ ସରକାରଙ୍କ କଠୋରତା!: ଭାରତରେ ଉପଭୋକ୍ତାଙ୍କ ସଂଖ୍ୟା ଏବଂ ଗତି ଉପରେ ରହିବ ନିୟନ୍ତ୍ରଣ କରାଯିବ

July 29, 2025

ଡିମ୍ପଲ ଯାଦବଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ, ମୌଲାନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ସମାଜବାଦୀ ପାର୍ଟି

July 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.