
ଚଳିତ ଥରର ମାଟ୍ରିକ୍ ସପ୍ଲିମେଣ୍ଟାରୀ ଜୁଲାଇ ୮ରୁ ଆରମ୍ଭ ହୋଇ ଜୁଲାଇ ୧୪ରେ ଶେଷ ହେବ। ସକାଳ ୯ଟାରୁ ୧୧ଟା୩୦ ମିନିଟ୍ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ୮ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିବ। ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମାଶିଷ ହାଜାରା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମେ ୨୧ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ପରୀକ୍ଷା ଦେଇଥିବା ମୋଟ୍ ୨ ଲକ୍ଷ ୫ ଜହାର ୪୭୦ ଜଣ ଛାତ୍ରୀ ଦଶମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।