Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ୩୦ କୋଟି ଆୟୁଷ୍ମାନ କାର୍ଡ ସୃଷ୍ଟି
ଆଜିର ଖବର

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ୩୦ କୋଟି ଆୟୁଷ୍ମାନ କାର୍ଡ ସୃଷ୍ଟି

January 14, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ – ଜନ ଆରୋଗ୍ୟ ଯୋଜନା (ଏବିପିଏମ୍ – ଜେଏୱାଇ)୧୨ ଜାନୁଆରୀ ୨୦୨୪ରେ ୩୦ କୋଟି ଆୟୁଷ୍ମାନ କାର୍ଡର ମାଇଲଖୁଣ୍ଟ ଅତିକ୍ରମ କରିଛି । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍‌ଏଚ୍‌ଏ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ପ୍ରମୁଖ ଯୋଜନାର ଲକ୍ଷ୍ୟ ହେଉଛି ୧୨ କୋଟି ହିତାଧିକାରୀ ପରିବାରକୁ ଦ୍ୱିତୀୟ ଏବଂ ତୃତୀୟ ସ୍ତରର ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା।

ଆୟୁଷ୍ମାନ ଭାରତ ପିଏମ୍ – ଜେଏୱାଇ ଅଧୀନରେ ଆୟୁଷ୍ମାନ କାର୍ଡ ସୃଷ୍ଟି କରିବା ହେଉଛି ସବୁଠାରୁ ମୌଳିକ କାର୍ଯ୍ୟକଳାପ ଏବଂ ଏହି ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ଆୟୁଷ୍ମାନ କାର୍ଡ ଅଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି । ନିରନ୍ତର ପ୍ରୟାସର ଫଳସ୍ୱରୂପ ଏହି ଯୋଜନା ୩୦ କୋଟି ଆୟୁଷ୍ମାନ କାର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି । କେବଳ ଗତ ଦୁଇ ଆର୍ଥିକ ବର୍ଷରେ ୧୬.୭ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ୨୦୨୩ – ୨୪ ରେ ୭.୫ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ସୃଷ୍ଟି ହୋଇଛି । ଅର୍ଥାତ୍ ପ୍ରତି ମିନିଟରେ ପ୍ରାୟ ୧୮୧ଟି ଆୟୁଷ୍ମାନ କାର୍ଡ ତିଆରି ହେଉଛି ।

ଭାରତ ସରକାରଙ୍କ ବିଭିନ୍ନ ଯୋଜନାର ସଂତୃପ୍ତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ୧୫ ନଭେମ୍ବର୨୦୨୩ରେ ଆରମ୍ଭ ହୋଇଥିବା ଭାରତ ସଂକଳ୍ପ ଯାତ୍ରାରେ ପ୍ରଦାନ କରାଯାଉଥିବା ଅନ – ସ୍ପଟ୍ ସେବାରେ ଆୟୁଷ୍ମାନ କାର୍ଡ ସୃଷ୍ଟିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅଭିଯାନ ତୃଣମୂଳ ସ୍ତରରେ କାର୍ଡ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାରେ ଯଥେଷ୍ଟ ସହାୟକ ହୋଇଛି । ଭିବିଏସ୍‌ୱାଇ ଯାତ୍ରା ସମୟରେ ୨.୪୩ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ସୃଷ୍ଟି କରାଯାଇଛି । ଏହା ବ୍ୟତୀତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଆୟୁଷ୍ମାନ ଭବ ଅଭିଯାନ ସମୟରେ ୫.୬ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ (୧୭ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ) ସୃଷ୍ଟି କରାଯାଇଛି ।

ଅନ୍ତିମ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଏନ୍‌ଏଚ୍‌ଏ ଆୟୁଷ୍ମାନ କାର୍ଡ ସୃଷ୍ଟି ପାଇଁ ‘ଆୟୁଷ୍ମାନ ଆପ୍’ ଲଞ୍ଚ କରାଯାଇଛି । ଏହି ଆପରେ ନିଜକୁ ଯାଂଚ କରିବାର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି । ୪ଟି ସରଳ ପର୍ଯ୍ୟାୟରେ ଏହି ବୈଶିଷ୍ଟ୍ୟ ଦ୍ୱାରା ହିତାଧିକାରୀମାନେ ଆଣ୍ଡ୍ରଏଡ ମୋବାଇଲ ଫୋନ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରିପାରିବେ । ଏହାବ୍ୟତୀତ ଯେ କୌଣସି ବ୍ୟକ୍ତି ଆୟୁଷ୍ମାନ କାର୍ଡ ସୃଷ୍ଟି କରିବାରେ ହିତାଧିକାରୀଙ୍କୁ ସାହାଯ୍ୟ କରିପାରିବେ । ତେଣୁ ଆୟୁଷ୍ମାନ ଆପ୍ ଜନଭାଗିଦାରୀକୁ ନିଜ ଭାବନାରେ ସକ୍ଷମ କରିଥାଏ । ୧୩ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହେବା ପର ଠାରୁ ଏହି ଆପ୍ ୫୨ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ ହୋଇଥିବାରୁ ଏହି ଆପ୍ଲିକେସନର ସଫଳତାକୁ ସେଥିରୁ ମାପ କରାଯାଇପାରିବ ।

୪.୮୩ କୋଟି ଆୟୁଷ୍ମାନ କାର୍ଡ ସହ ଉତ୍ତର ପ୍ରଦେଶ ସର୍ବାଧିକ ଆୟୁଷ୍ମାନ କାର୍ଡ ଥିବା ରାଜ୍ୟ ତାଲିକାର ଶୀର୍ଷରେ ରହିଛି । ମଧ୍ୟପ୍ରଦେଶ ୩.୭୮ କୋଟି ଏବଂ ୨.୩୯ କୋଟି ଆୟୁଷ୍ମାନ କାର୍ଡ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି । ୧୧ଟି ରାଜ୍ୟରେ ୧ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡଧାରୀ ଅଛନ୍ତି ।

ଏହାବ୍ୟତୀତ ବର୍ତ୍ତମାନ ସୁଦ୍ଧା ମହିଳା ମାନଙ୍କ ପାଇଁ ପ୍ରାୟ ୧୪.୬ କୋଟି ଆୟୁଷ୍ମାନ କାର୍ଡ ସୃଷ୍ଟି କରାଯାଇଛି । ମହିଳା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିବା ୪୯% ଆୟୁଷ୍ମାନ କାର୍ଡ ସହିତ ସ୍ୱାସ୍ଥ୍ୟ ସେବା ପାଇବାରେ ଆଞ୍ଚଳିକ ସମାନତା ଏବଂ ଆୟ ସମାନତା ସହିତ ଲିଙ୍ଗଗତ ସମାନତା ହାସଲ କରିବାକୁ ଏହି ଯୋଜନା ପ୍ରୟାସ କରୁଛି । ସେହିପରି ଏହି ଯୋଜନାରେ ପ୍ରଦାନ କରାଯାଉଥିବା ୪୮ ପ୍ରତିଶତ ଚିକିତ୍ସା ମହିଳାମାନେ ପାଇଛନ୍ତି । ତେଣୁ ଲିଙ୍ଗଗତ ସମାନତା ଏହି ଯୋଜନାର ମୂଳ ଡିଜାଇନର ଏକ ଅଂଶ ଅଟେ ।

ଆଜି ଆୟୁଷ୍ମାନ କାର୍ଡ ସମାନତା, ଅଧିକାର ଓ ସଶକ୍ତିକରଣର ପ୍ରତୀକ ପାଲଟିଛି । ଏହା ଗରିବ ଓ ବଞ୍ଚିତ ପରିବାରକୁ ଆଶ୍ୱାସନା ଦେଇଥାଏ ଯେ ସେମାନେ ରୋଗର ଦ୍ୱିଗୁଣିତ ବୋଝ ଏବଂ ଚିକିତ୍ସା ନେଇ ହେଉଥିବା ଯନ୍ତ୍ରଣାଦାୟକ ଖର୍ଚ୍ଚର ପ୍ରଭାବରୁ ରକ୍ଷା ପାଇବେ । ଏହି ତଥ୍ୟକୁ ଦୃଷ୍ଟିରେ ରଖି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯେପରି ଆୟୁଷ୍ମାନ କାର୍ଡ ରହିବ ସେଥିପାଇଁ ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି ।

ଏହାବ୍ୟତୀତ ଆୟୁଷ୍ମାନ ଭାରତ ପିଏମ୍ – ଜେଏୱାଇ ୭୯,୧୫୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୬.୨ କୋଟି ଡାକ୍ତରଖାନାରେ ସଫଳତାର ସହ ଭର୍ତ୍ତି କରିବାରେ ସକ୍ଷମ ହୋଇଛି । ଯଦି ହିତାଧିକାରୀ ଏବି ପିଏମ୍‌ – ଜେଏୱାଇ ପରିସର ବାହାରେ ନିଜେ ସମାନ ଚିକିତ୍ସା ପାଇଥାନ୍ତେ, ତେବେ ଚିକିତ୍ସାର ସମୁଦାୟ ଖର୍ଚ୍ଚ ପ୍ରାୟ ୨ ଗୁଣ ଅଧିକ ହୋଇଥାନ୍ତା । ଏହା ଫଳରେ ଗରିବ ଓ ବଞ୍ଚିତ ପରିବାରର ପକେଟ୍ ଖର୍ଚ୍ଚରୁ ୧.୨୫ ଲକ୍ଷ କୋଟିରୁ ଅଧିକ ସଞ୍ଚୟ ହୋଇଛି।

ଆୟୁଷ୍ମାନ କାର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.