Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ଦଶମର ଅଡିଓ
ଆଜିର ଖବର

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ଦଶମର ଅଡିଓ

January 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲ ଠାରେ ଓଡିଶାର ପ୍ରଥମ ମ୍ୟୁଜିକାଲ ଚଳଚ୍ଚିତ୍ର “ଦଶମ” ର ମ୍ୟୁଜିକ୍ ଲଞ୍ଚିଂ ଇଭେଣ୍ଟ ମହାଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି।  କାର୍ଯ୍ୟକ୍ରମରେ ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗଦେଇଥିଲେ। ଦଶମ ଚଳଚ୍ଚିତ୍ର ରେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ କଣ୍ଠ ସ୍ୱରର ଯାଦୁ ଶ୍ରୋତାଙ୍କୁ ବିମୋହିତ କରିବ।

ଗୋଟିଏ ପରେ ଗୋଟିଏ ହିଟ୍ ଦେଇଆସୁଥିବା ଯୁବ ନିର୍ଦ୍ଦେଶକ ରାଜା ଡି ଙ୍କର ଏକ ନିଆରା ପରିକଳ୍ପନାରେ ନିର୍ମିତ ଚଳଚ୍ଚିତ୍ର ଦଶମର ପ୍ରଯୋଜନା କରିଛନ୍ତି ଦୀପକ କୁମାର ଜେନା, ସହ-ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, କୌଶିକ ଦାସ ଏବଂ ରାମ ପଟ୍ଟନାୟକ। ଦଶମ ଚଳଚ୍ଚିତ୍ର ରେ ଏକା ସାଙ୍ଗରେ ୭ ଜଣ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, କ୍ରିତ ପ୍ରିୟୋ, ସନ୍ଦୀପ ପଣ୍ଡା, ଶୁଭ୍ରଜିତ ମହାନ୍ତି, ବିଜୟ ରଥ, ସୁବ୍ରତ ବେହେରା ଏବଂ ଅନୁରାଗ ପଟ୍ଟନାୟକ ଥିବା ବେଳେ ସୁପରଷ୍ଟାର ବାବୁସାନ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ ପଟ୍ଟନାୟକ, ବିରାଜ, ଗୌରବ ଆନନ୍ଦ, ଆଶ୍ରିତା, ସୌଜନ୍ୟ, ସୌରଭ, ଆଶୁତୋଷ, ସନ୍ଧ୍ୟାରାଣୀ, ସନ୍ଦୀପ ପଣ୍ଡା, ଶୈଳେନ୍ଦ୍ର ଏବଂ ସଞ୍ଜୀବ କୁମାର କଣ୍ଠଦାନ କରିଛନ୍ତି। ଦଶମରେ ସମୁଦାୟ ୯ ଟି ଗୀତ ରହିଛି ଏବଂ ସମସ୍ତ ଗୀତ ଗୁଡିକୁ ଲେଖିଥିବା ଗୀତିକାର ମାନେ ହେଲେ ସିରାଜ ରଥ, ରଞ୍ଜନ, ସୌମ୍ୟ ରଞ୍ଜନ ପଣ୍ଡା, ସନ୍ଦୀପ ପଣ୍ଡା, ଜେ ପି ୱାର୍ଡସ୍ମିଥ, ରାଜେଶ ଦାସ ଏବଂ କୁମାରଶ୍ରୀ ସାହୁ।

ଆଜି ମ୍ୟୁଜିକ ଲଞ୍ଚିଂ ଇଭେଣ୍ଟ ରେ ପ୍ରାୟ ସମସ୍ତେ ଉପସ୍ଥିତ ରହି ପୁରା ପରିବେଶକୁ ସଙ୍ଗୀତମୟ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏଇ କିଛି ବର୍ଷ ହେଲା ଯାହା ବି ଘଟଣା ଘଟୁଛି ତାହା ଇତିହାସ ରଚିବାରେ ସହାୟ ହେଉଛି ଯେମିତିକି ଦଶମ ଚଳଚ୍ଚିତ୍ରରେ ଏକାଧିକ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଏବଂ କଣ୍ଠଶିଳ୍ପୀ ଙ୍କୁ ନେଇ ଏକ ମ୍ୟୁଜିକାଲ ଚଳଚ୍ଚିତ୍ର ନିର୍ମାଣ କରି ରେକର୍ଡ ସୃଷ୍ଟି ହୋଇଛି।

ତେବେ ଦଶମ ଚଳଚ୍ଚିତ୍ର ରେ ଯେତେଜଣ ଚରିତ୍ର ଙ୍କୁ ନେଇ ନିର୍ମାଣ ହୋଇଛି ସମସ୍ତେ ନାବାଳକ ଓ ନାବାଳିକା। ସ୍କୁଲ ବେଳର କିଛି ଖଟା ମିଠା କଥା, ଦଶମ ଶ୍ରେଣୀ ର କିଛି ଅନୁଭୂତି କୁ ନେଇ ଚଳଚ୍ଚିତ୍ର ଦଶମ ଆସନ୍ତା ୧୮ ତାରିଖ ରେ ମୁକ୍ତିଲାଭ କରିବ। କାହାଣୀ ଓ ସଂଳାପ କୁମାରଶ୍ରୀ ସାହୁ ଏବଂ ରାଜା ଡି। ଡିଓପି ବିଶ୍ୱଜିତ କୁଲ୍ଟି, ସମ୍ପାଦନା କେଡ଼ି ସିପୁନ, ନୃତ୍ୟ ନିର୍ଦ୍ଦେଶନା ଦିବ୍ୟ, ଡି ଦୀପକ ଏବଂ ରାଜା ଡି।

ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଫନି ପ୍ରତୀକ, ଅର୍ମାନ ମହାନ୍ତି, ବଣ୍ଟି, ଜ୍ୟୋତି, ନୀଳାକ୍ଷୀ ପାତ୍ର, ସିମ୍ରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ବାପି ଖୋର୍ଦ୍ଧା ଟୋକା ଏବଂ ଅଭିଜ୍ଞ ରବି ମିଶ୍ର ଅଛନ୍ତି।

ପ୍ରମୋସନାଲ ଗୀତ ଟି ଅସୀମା ପଣ୍ଡା ଙ୍କ ସହିତ ଅନୁଗୁଳିଆ ବଣ୍ଟି ଗାଇଛନ୍ତି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ ଏବଂ ଅଭିନୟ ରେ ଗୁଲୁଆ ଅଛନ୍ତି।

ସୋସିଆଲ ମିଡ଼ିଆରେ ଦଶମ ଜୋରସୋର ଚର୍ଚ୍ଚାରେ ଥିବାବେଳେ ଦର୍ଶକ ପ୍ରେକ୍ଷାଳୟରେ ଦେଖିବାକୁ ଖୁବ ଆଗ୍ରହୀ ଅଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026
Latest News

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.