Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶବ୍ୟାପୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ ୬୦ହଜାରରୁ ଅଧିକ ବିଦ୍ୟାର୍ଥୀ
ଆଜିର ଖବର

ଦେଶବ୍ୟାପୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ ୬୦ହଜାରରୁ ଅଧିକ ବିଦ୍ୟାର୍ଥୀ

January 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପରୀକ୍ଷା ପେ ଚର୍ଚ୍ଚା ୨୦୨୪ ଛାତ୍ରଛାତ୍ରୀଙ୍କ ମନରୁ ଚାପ ହ୍ରାସ ପାଇଁ ଏକ ଅନନ୍ୟ ପ୍ରୟାସ। ଏହାର ଅବ୍ୟବହିତ ପୂର୍ବରୁ ଜାନୁୟାରୀ ୨୩, ୨୦୨୪ ଦିନ ଦେଶବ୍ୟାପୀ ୬୫୭ କେନ୍ଦ୍ରୀୟ ବିଦ୍ୟାଳୟ ଓ ୧୨୨ ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।

ଦେଶର ୭୭୪ ଜିଲ୍ଲାରେ ଅନୁଷ୍ଠିତ ଏହି ବୃହତ ପ୍ରତିଯୋଗିତାରେ ୬୦ହଜାରରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ପୁସ୍ତକ ପରୀକ୍ଷା ଯୋଦ୍ଧା(ଏକ୍ସାମ ୱାରିୟର)ରେ ଥିବା ପରୀକ୍ଷା ମନ୍ତ୍ରଉପରେ ଏହି ବୃହତ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।

ଏହି ଦିନଟି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦୃଷ୍ଟିରୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଇଛି। ଏହି ମହାନ ବୀରଙ୍କ ଜୀବନାଦର୍ଶରେ ଛାତ୍ରଛାତ୍ରୀ ଅନୁପ୍ରାଣିତ ହେବା ସହ ସେମାନଙ୍କୁ ଦେଶ ପ୍ରେମରେ ଉଦ୍ବୃଦ୍ଧ କରିବା ନିମନ୍ତେ ଏହି ଦିବସ ପାଳନ କରାଯାଉଛି। ଏହି ପ୍ରେରଣା ଦାୟକ ବାର୍ତ୍ତା ମଧ୍ୟ ଚିତ୍ରାଙ୍କନ ପ୍ରତିଯୋଗିତାର ବିଷୟବସ୍ତୁ ହୋଇଥିଲା।
ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳ ଭାବନାକୁ ଉତ୍ସାହିତ କରିବା ନିମନ୍ତେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଚିତ୍ରାଙ୍କନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ମାରାଥନ ଦୌଡ, ସଙ୍ଗୀତ ପ୍ରତିଯୋଗିତା, ମେମେ ପ୍ରତିଯୋଗିତା, ନୂକଡ ନାଟକ, ପ୍ରାଚୀର ପତ୍ର ତିଆରି, ଯୋଗ ସହ ଧ୍ୟାନ ଇତ୍ୟାଦି (ଜାତୀୟ ଯୁବ ଦିବସ) ଜାନୁୟାରୀ ୧୨ରୁ ୨୩ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ଉଭୟ ବିଦ୍ୟାର୍ଥୀ ଓ ଶିକ୍ଷକ ଜାନୁୟାରୀ ୨୩, ୨୦୨୪ଦିନ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦ୍ୟାଳୟ ଶିକ୍ଷକ, ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା-୨୦୨୪ ସପ୍ତମ ସଂସ୍କରଣ ନିମନ୍ତେ ମାଇଁ ଗଭ ପୋର୍ଟାଲରେ ରେକର୍ଡ ସଂଖ୍ୟକ ୨.୨୬କୋଟି ପଞ୍ଜୀକରଣ ହୋଇଛି। ଏହି ଦେଶବ୍ୟାପୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତା ବିନିମୟ ନିମନ୍ତେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି।

ଚଳିତବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜାନୁୟାରୀ ୨୯, ୨୦୨୪ ଦିନ ପୂର୍ବାହ୍ନ ୧୧ଟା ପରେ ଆରମ୍ଭ ହେବ। ନୂଆଦିଲ୍ଲୀସ୍ଥିତ ଆଇଟିପିଓ ପ୍ରଗତି ମୈଦାନର ଭାରତ ମଣ୍ଡପମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରାୟ ତିନିହଜାର ବିଦ୍ୟାର୍ଥୀ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପରେ ଯୋଗଦେବେ। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଦୁଇଜଣ ବିଦ୍ୟାର୍ଥୀ ଏବଂ ଜଣେ ଶିକ୍ଷକଙ୍କ ସହ କଳା ଉତ୍ସବରେ ବିଜେତାଙ୍କୁ ମୁଖ୍ୟ କାର୍ଯ୍ୟକ୍ରମ ନିମନ୍ତେ ସ୍ୱତନ୍ତ୍ର ଅତିଥିଭାବେ ଆମନ୍ତ୍ରଣ କରାଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ପ୍ରଥମଥର ନିମନ୍ତେ ଦେଶର ଏକଲବ୍ୟ ଆବାସିକ ବିଦ୍ୟାଳୟଗୁଡିକରୁ ୧୦୦ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ବିଦ୍ୟାର୍ଥୀମାନଙ୍କ ପରୀକ୍ଷା ଜନିତ ଚାପରୁ ମୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଏକ ବିରାଟ ଆନ୍ଦୋଳନର ରୂପ ନେଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଆନ୍ଦୋଳନ ଫଳରେ ଶିକ୍ଷକ, ଅଭିଭାବକ ଏବଂ ସମାଜ ଏପରି ଏକ ବାତାବରଣ ସୃଷ୍ଟି କରୁଛନ୍ତି, ଯାହା ଫଳରେ ପ୍ରତ୍ୟେକ ପିଲାର ଅନନ୍ୟ ଓ ବିଶେଷ ଗୁଣ ବିକଶିତ ହେଉଛି ଏବଂ ସେ ତାହା ପ୍ରକାଶ କରିବାର ସୁଯୋଗ ପାଉଛି। ଏହି ଆନ୍ଦୋଳନକୁ ପ୍ରେରଣା ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନାଦୃୃତ ଏବଂ ବହୁଳ ବିକ୍ରୀ ହୋଇଥିବା ପୁସ୍ତକ ‘ଏକ୍ସାମ ୱାରିଅରସ୍’ ଇଂରାଜୀ, ହିନ୍ଦୀ ଓ ଅନ୍ୟାନ୍ୟ ପ୍ରମୁଖ ଭାରତୀୟ ଭାଷାରେ ଉପଲବ୍ଧ ହେଉଛି।

narendra modi pariksha pe charcha
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.