
ଭୁବନେଶ୍ଵର: ବିଶିଷ୍ଟ ମଞ୍ଚ ନିର୍ଦ୍ଦେଶକ ତଥା ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଥିଏଟର ମୁଭ୍ମେଣ୍ଟ ଦ୍ବାରା ଆୟୋଜିତ ଚଳିତ ବିଶ୍ୱନାଟ୍ୟମେଳା -୨ ୦୨୪ରେ “ନାଟ୍ୟଗୌରବ “ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଦୀର୍ଘ୍ ୮ଦିନ ଧରି କଟକ କଳା ବିକାଶ କେନ୍ଦ୍ରରେ ଚାଲିଥିବା ଏହି ୨୬ତମ ବିଶ୍ଵନାଟ୍ୟମେଳାର ଉଦଯାପନୀ ଦିବସରେ ଶ୍ରୀ ସ୍ୱାଇଁ ଏହି ସମ୍ମାନଜନକ ଉପାଧି ନାଟ୍ୟବିତ୍ ତଥା ବିଚାରକ ମଣ୍ଡଳୀଙ୍କ ଉପସ୍ଥିତିରେ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜିବୀ ଧରଣୀଧର ନାୟକ ଏବଂ କଟକ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ନଳିନୀକାନ୍ତ ସାହୁଙ୍କ ଠାରୁ ମାନପତ୍ର, ଉପଢୌକନ ସମେତ କ୍ୟାସ୍ ପୁରସ୍କାର ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଅଶି ଦଶକରୁ ଶ୍ରୀ ସ୍ୱାଇଁ ମଞ୍ଚ ନାଟକ ସହିତ ଜଡିତ ହୋଇ ଶତାଧିକ ନାଟକର ନିର୍ଦ୍ଦେଶନା ଦେବା ସହ ଏଯାବତ୍ ନାଟକ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ନାଟ୍ୟଭୂଷଣ, କଳାସାଧକ ଆଦି ସମ୍ମାନରେ ସମ୍ମାନୀତ ହୋଇଥିଲେ। ସମ୍ପ୍ରତି କଳିଙ୍ଗ କନ୍ୟା କଳା ପରିଷଦର ଉପଦେଷ୍ଟା ଭାବେ କାର୍ଯ୍ୟ କରି ସେ ଏହି ଅନୁଷ୍ଠାନ ମାଧ୍ୟମରେ ଓଡ଼ିଆ ନାଟକର ଧାରାକୁ ବଜାୟ ରଖିଛନ୍ତି। ତାଙ୍କ ଅନୁଷ୍ଠାନ କଳିଙ୍ଗ କନ୍ୟା କଳା ପରିଷଦ, ବାଣପୁର ଚଳିତ ପୌରଣିକ ଗୀତିନାଟ୍ୟ “ଶର୍ମିଷ୍ଠା “ବିଶ୍ଵନାଟ୍ୟମେଳାରେ ଏ ବର୍ଷର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ କରି ୬ଟି ଜାତୀୟ ପୁରସ୍କାର ଲାଭ କରି ଉଚ୍ଚ ପ୍ରଶଂସିତ ହୋଇଛି।