Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାହୁଲ ଗାନ୍ଧୀଙ୍କ ଅଟୋଗ୍ରାଫ୍ ଟି-ସାର୍ଟ ଦାମ ୬୭୦ ଟଙ୍କା: ଚାନ୍ଦା ପାଇଁ କଂଗ୍ରେସର ନୂଆ ଯୋଜନା
ଆଜିର ଖବର

ରାହୁଲ ଗାନ୍ଧୀଙ୍କ ଅଟୋଗ୍ରାଫ୍ ଟି-ସାର୍ଟ ଦାମ ୬୭୦ ଟଙ୍କା: ଚାନ୍ଦା ପାଇଁ କଂଗ୍ରେସର ନୂଆ ଯୋଜନା

January 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଯୋଡୋ ନ୍ୟାୟ ଯାତ୍ରାରୁ ପାଣ୍ଠି ସଂଗ୍ରହ ପାଇଁ କଂଗ୍ରେସ ଶନିବାର କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛି। ଦଳ ଏହାକୁ ’ଡୋନେଟ ଫର ନ୍ୟାୟ’ ନାମ ଦେଇଛି। ଏହି ଅଭିଯାନ ଅଧୀନରେ ଦାତାମାନେ ରାହୁଲ ଗାନ୍ଧୀଙ୍କ ଅଟୋଗ୍ରାଫ୍ ଥିବା ଟି-ସାର୍ଟ ଏବଂ ଅନ୍ୟାନ୍ୟ ଯାତ୍ରା ସମ୍ବନ୍ଧୀୟ ସାମଗ୍ରୀ ପାଇବେ। ଦଳର କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ୬୭ ଦିନ ଧରି ଚାଲିବ। ଏଭଳି ସ୍ଥିତିରେ ଯେକୌଣସି ବ୍ୟକ୍ତି ସର୍ବନିମ୍ନ ୬୭ ଟଙ୍କା କିମ୍ବା ୬୭୦ ଟଙ୍କା, ୬୭୦୦ ଟଙ୍କା, ୬୭୦୦୦ ଟଙ୍କା କିମ୍ବା ୬.୭ ଲକ୍ଷ ଟଙ୍କା ଦେଇପାରିବେ। ଶନିବାର ‘ଡୋନେଟ ଫର ନ୍ୟାୟ’ ଅଭିଯାନ ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ୨ କୋଟି ଟଙ୍କା ସଂଗ୍ରହ କରାଯାଇଛି ବୋଲି ସେ କହିଛନ୍ତି। ଯେଉଁମାନେ ୬୭୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଟଙ୍କା ଦାନ କରିବେ ସେମାନଙ୍କୁ ରାହୁଲଙ୍କ ଦସ୍ତଖତ ଥିବା ଟି-ସାର୍ଟ ମିଳିବ।

ମାକେନଙ୍କ କହିବା ଅନୁଯାୟୀ, ପୂର୍ବରୁ କଂଗ୍ରେସଦ୍ୱାରା ପରିଚାଳିତ ‘ଡୋନେଟ ଫର ନେସନ’ ଅଭିଯାନ ଅଧୀନରେ ଗୋଟିଏ ମାସରେ ୧୭ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଥିଲା। ଏଭଳି ଅଭିଯାନର ଉଦ୍ଦେଶ୍ୟ କେବଳ ପାଣ୍ଠି ସଂଗ୍ରହ କରିବା ନୁହେଁ ବରଂ ଲୋକସଭା ନିର୍ବାଚନ ପୂର୍ବରୁ କର୍ମୀ ଓ ସମର୍ଥକଙ୍କୁ ଏକାଠି କରିବା ବୋଲି ସେ କହିଛନ୍ତି। ଯିଏ ଦଳକୁ ୬୭୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଦାନ କରିବ ତାଙ୍କୁ ରାହୁଲ ଗାନ୍ଧିଙ୍କ ଦସ୍ତଖତ ଥିବା ଟି-ସାର୍ଟ ଦିଆଯିବ ବୋଲି ମାକେନ କହିଛନ୍ତି।

ଜାନୁଆରୀ ୧୪ତାରିଖରୁ ମଣିପୁରରୁ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଥିଲା। ଏହି ଯାତ୍ରା ୬,୭୧୩ କିଲୋମିଟର ଦୂରତା ଅତିକ୍ରମ କରିବ ଏବଂ ମାର୍ଚ୍ଚ ୨୦ କିମ୍ବା ୨୧ରେ ମୁମ୍ବାଇରେ ଶେଷ ହେବା ପୂର୍ବରୁ ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ଗତି କରିବ।

bharat jodo nyaya yatra Congress
Share. Facebook Twitter LinkedIn Email WhatsApp Copy Link

Related Posts

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରଥମାଷ୍ଟମୀରେ ମଧ୍ୟ ପଢୁଆଁ ହୁଅନ୍ତି ପ୍ରଭୃ ଲିଙ୍ଗରାଜ

November 12, 2025

ବାଲିଯାତ୍ରାରେ ‘ମହାନଦୀ ବୋଇତ ରେସ୍’ର ଉଦଘାଟନୀ ସମାରୋହ

November 12, 2025

ଦିଲ୍ଲୀ ବିସ୍ଫୋରଣରେ ସାମିଲ ପ୍ରତ୍ୟେକ ଅପରାଧୀଙ୍କୁ ଧରାଯିବ: ଅମିତ ଶାହ

November 12, 2025

ଆଜି ହେଉଛି ପ୍ରଥମାଷ୍ଟମୀ, ଜାଣନ୍ତୁ ଘରର ପ୍ରଥମ ସନ୍ତାନଙ୍କୁ କେମିତି କରିବେ ପୂଜା

November 12, 2025
Latest News

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରଥମାଷ୍ଟମୀରେ ମଧ୍ୟ ପଢୁଆଁ ହୁଅନ୍ତି ପ୍ରଭୃ ଲିଙ୍ଗରାଜ

November 12, 2025

ବାଲିଯାତ୍ରାରେ ‘ମହାନଦୀ ବୋଇତ ରେସ୍’ର ଉଦଘାଟନୀ ସମାରୋହ

November 12, 2025

ଦିଲ୍ଲୀ ବିସ୍ଫୋରଣରେ ସାମିଲ ପ୍ରତ୍ୟେକ ଅପରାଧୀଙ୍କୁ ଧରାଯିବ: ଅମିତ ଶାହ

November 12, 2025

ଆଜି ହେଉଛି ପ୍ରଥମାଷ୍ଟମୀ, ଜାଣନ୍ତୁ ଘରର ପ୍ରଥମ ସନ୍ତାନଙ୍କୁ କେମିତି କରିବେ ପୂଜା

November 12, 2025

ଆଜି ହେଉଛି ନଭେମ୍ବର ୧୨ ତାରିଖ ବୁଧବାର, ଏହି ରାଶି ପ୍ରତି ପ୍ରଭୁ ଗଣେଶ ଅଛନ୍ତି ପ୍ରୀତ

November 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.