
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ‘ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ (ସିମି)’ ଉପରେ ପ୍ରତିବନ୍ଧକକୁ ପାଞ୍ଚ ବର୍ଷ ବଢାଇ ଦେଇଛି। ଆଜି X ରେ ଏକ ପୋଷ୍ଟ ମାଧ୍ୟମରେ ଏହି ନିଷେଧାଦେଶକୁ ବଢାଇବା ପାଇଁ ଗୃହ ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛି।
ଗୃହ ମନ୍ତ୍ରଣାଳୟ ଏହି ପୋଷ୍ଟରେ ଲେଖିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଅନୁଯାୟୀ ‘ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ’ (ସିମି) କୁ ଆସନ୍ତା ପାଞ୍ଚ ବର୍ଷ ପାଇଁ UAPA ଅଧୀନରେ ଏକ ବେଆଇନ ସଂଗଠନ ଭାବେ ଘୋଷଣା କରାଯାଇଛି।
‘ସିମି ଦେଶ ପାଇଁ ବିପଦ’
କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ, ଭାରତର ସାର୍ବଭୌମତ୍ଵ, ସୁରକ୍ଷା ତଥା ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା, ଆତଙ୍କବାଦକୁ ପ୍ରୋତ୍ସାହିତ କରିବା, ଶାନ୍ତି ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାରେ ସିମି ଜଡିତ ରହିଛି।