Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆର ୧୦ ସର୍ବଭାରତୀୟ ସମ୍ମିଳନୀ ଉଦଯାପିତ
ଆଜିର ଖବର

ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆର ୧୦ ସର୍ବଭାରତୀୟ ସମ୍ମିଳନୀ ଉଦଯାପିତ

January 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆର ତିନି ଦିନିଆ ୧୦ମ ସର୍ବଭାରତୀୟ ସମ୍ମିଳନୀର ଭୁବନେଶ୍ୱର ଗତ ୨୭ ଜାନୁୟାରୀ ଠାରୁ ଆରମ୍ଭ ୨୯ ଜାନୁୟାରୀ ପର୍ଯ୍ୟନ୍ତ ସଫଳତାର ସହ ଲୋହିଆ ଏକାଡେମୀ ଠାରେ ଶ୍ରମଜୀବିଙ୍କ ଲାଲ୍ ଝଣ୍ଡାଙ୍କ ନବ ନିର୍ବାଚିତ ସର୍ବଭାରତୀୟ ସଭାପତି ସାବି ଜୋଶେଫ ଅବତରଣ କରି ସମ୍ମିଳନୀର ଉଦଯାପିତ ହୋଇଥିବା ଘୋଷଣା କରିଥିଲେ। ଏହି ସମ୍ମିଳନୀ ୪୧ ଜଣ ସାଧାରଣ ପରିଷଦ, ୨୧ ଜଣ କେନ୍ଦ୍ରୀୟ କମିଟିକୁ ନିର୍ବାଚିତ କରିଛି।

ସର୍ବଭାରତୀୟ ସଭାପତି ସାବି ଜୋଶେଫ, ଉପ ସଭାପତି ଲାଭ ସିଂ, ଉପ ସଭାପତି ଉର୍ମିଳା,, ସମ୍ପାଦକ ଅମିର ଅଲ୍ଲୀ, ସମ୍ପାଦକ ଶଙ୍କର ଇନକିଲାବ, ସମ୍ପାଦକ ଅଞ୍ଜୁ, କୋଷାଧ୍ୟକ୍ଷ ଡି କେ ଲିଙ୍ଗାସୁର ନିର୍ବାଚିତ ହୋଇଛନ୍ତି। ୧୨ ଟି ରାଜ୍ୟର ଶ୍ରମିକ ଆନ୍ଦୋଳନ ର ପ୍ରତିନିଧି ସାମିଲ ହୋଇଥିଲେ। ଭୁବନେଶ୍ୱର ଲୋହିଆ ଏକାଡେମୀ (କମ୍ରେଡ ଶିବରାମ- କମ୍ରେଡ ଶର୍ମିଷ୍ଠା ନଗର) ନାମରେ ନାମିତ କରାଯାଇଥିଲା। ଶ୍ରମଜୀବି ଜନଗଣଙ୍କ ଏକତା ଓ ଅଧିକାର ପାଇଁଁ ଜାତିପ୍ରଥା ବିରୋଧରେ, ଠିକା ଶ୍ରମ ପ୍ରଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି, କର୍ପୋରେଟ ପୁଞ୍ଜି ଓ ଆର୍ ଏସ୍ ଏସ୍ ନେତୃତ୍ବ ହିନ୍ଦୁତ୍ୱ ଫାସିବାଦ ବିରୁଦ୍ଧରେ ସଂଗଠିତ ଓ ଅସଂଗଠିତ ଶ୍ରମିକ ଶ୍ରେଣୀର ଐକ୍ୟ ପ୍ରତିଷ୍ଠା ପାଇଁ ଆହ୍ବାନ ଦେବା ସହ ଶ୍ରେଣୀ ଓ ଜାତିଗତ ସାମାଜିକ ଶୋଷଣ ବିରୁଦ୍ଧରେ ଜୋରଦାର ସଂଘର୍ଷ କରିବା ପାଇଁ ନବ ନିର୍ବାଚିତ ସର୍ବଭାରତୀୟ ସାଧାରଣ ସମ୍ପାଦକ ଆର୍ ମାନସାୟା ଆହ୍ବାନ ଦେଇଛନ୍ତି। ୧୦ମ ସର୍ବଭାରତୀୟ ସମ୍ମିଳନୀ କୁ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ସାଧାରଣ ସମ୍ପାଦକ ଉଦଘାଟନ କରିଥିବା ବେଳେ ସମ୍ବର୍ଦ୍ଧନା ସମିତି ର ଅଧ୍ୟକ୍ଷ ର ପ୍ରଫୁଲ୍ଲ ସାମନ୍ତରା ସମସ୍ତ ପ୍ରତିନିଧି ଓ ଆମନ୍ତ୍ରିତ ସାଥୀ ଙ୍କୁ ଭବ୍ୟ ସ୍ଵାଗତ ପ୍ରଦାନ କରିଥିଲେ ।

ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ଚିଠା କାର୍ଯ୍ୟକ୍ରମ, କେନ୍ଦ୍ରୀୟ ରିପୋର୍ଟ ତଥା ସାମ୍ପ୍ରତିକ ପରିସ୍ଥିତି ବିଷୟରେ କେତେକ ନିର୍ଧାରଣ ଗୃହୀତ ହୋଇଯାଇଛି।
ସମ୍ମିଳନୀ ମଧ୍ୟରେ କର୍ପୋରେଟ ନବ୍ୟ ଫାସିବାଦ ର ଆକ୍ରମଣ ଓ ଶ୍ରମଜୀବି ଜନଗଣ ସମ୍ମୁଖରେ ଆହ୍ବାନ ଶୀର୍ଷକ ଅନ୍ତର୍ଜାତୀୟ ବିଷୟବସ୍ତୁକୁ ନେଇ ହୋଇଥିବା ଆଲୋଚନା ଚକ୍ରରେ ନେପାଳ ର ବିପ୍ଳବୀ ଶ୍ରମିକ ସଂଗଠନ ର ବିନୋଦ କୁମାର ଥାପା, ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋ, ସାମାଜିକ କର୍ମୀ ରଞ୍ଜନା ପାଢ଼ୀ, ଟିୟୁସିଆଇ ର କମ୍ରେଡ ପାର୍ବତୀ, ସି.ପି.ଆଇ,(ଏମ୍ ଏଲ୍) ରେଡଷ୍ଟାର ପଲିଟିବ୍ୟୁରୋ ସଦସ୍ୟ କମ୍ରେଡ ଶଙ୍କର, ନେପାଳ ଭ୍ରାତୁପ୍ରତିମ ସଂଗଠନ ର ପ୍ରତିନିଧି ଇଶ୍ଵର ପ୍ରସାଦ ତିମଳସିନା ଆଲୋଚନା ରେ ଅଂଶଗ୍ରହଣ କରିଥିବା ବେଳେ ଅମିର ଅଲ୍ଲୀ ଅଧ୍ୟକ୍ଷତା କରିଥିଲେ।

କ୍ରାନ୍ତିକାରୀ ସାଂସ୍କୃତିକ ମଞ୍ଚ ର ଅସୀମ ଗିରି, ତୁହିନ, ହେନା, ନିରଞ୍ଜନ, ଜାନକୀ, ଗଂଗାଧର, କୈଳାଶ, ହେମା ଭାରତୀ ଆଦି ବିପ୍ଳବୀ ସାଂସ୍କୃତିକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ।
ସର୍ବଭାରତୀୟ ସମ୍ମିଳନୀରେ କର୍ପୋରେଟ ଫାସିବାଦ ଦ୍ବାରା ଆସିଥିବା ଶ୍ରମିକ ବିରୋଧୀ ୪ ଶ୍ରମ ସଂହିତା ର ପ୍ରତ୍ୟାହାର, ୩୧ହଜାର ଟଙ୍କାର ସର୍ବନିମ୍ନ ମଜୁରି, ଦୈନିକ କାର୍ଯ୍ୟଦିବସ ୫ ଘଣ୍ଟାକୁ ସୀମିତ କରିବା, ସମସ୍ତ କ୍ଷେତ୍ରର ମହିଳା ଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ମନରେଗା ଶ୍ରମିକଙ୍କ ପାଇଁ ଦେଶବ୍ୟାପୀ ଗୋଟିଏ ମଜୁରୀ ବ୍ୟବସ୍ଥା ସହ ଶ୍ରମିକ, କୃଷକ, ଆଦିବାସୀ, ମହିଳା ତଥା ଶୋଷିତ ବର୍ଗ ବିରୋଧୀ ନୀତି ପ୍ରତ୍ୟାହାର କରି ଯୁବାଙ୍କ ନିଯୁକ୍ତି, ସମ୍ବିଧାନ ର ସୁରକ୍ଷା ସହ ଶ୍ରମଜୀବି ଜନଗଣ ଙ୍କ ଅଧିକାର ହାସଲ ପାଇଁ ଶ୍ରମଜୀବି ଜନଗଣ ଆଗେଇ ଆସିବା ପାଇଁ ଟିୟୁସିଆଇ ୧୦ମ ସର୍ବଭାରତୀୟ ସମ୍ମିଳନୀ ଅନେକ ନିଷ୍ପତ୍ତି ଗ୍ରହଣ କରିଛି। ସମ୍ମିଳନୀକୁ ସଫଳ କରିବା ପାଇଁ ସହଯୋଗକାରୀଙ୍କୁ ନବନିର୍ବାଚିତ କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ସର୍ବଭାରତୀୟ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026

‘ଦେଶକୁ ଅପମାନ କରୁଥିବା ଲୋକ….’: ଏ.ଆର୍. ରହେମାନଙ୍କୁ ଟାର୍ଗେଟ କଲେ ନୀତେଶ ରାଣେ

February 2, 2026

ଏଥର ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ କ’ଣ ହେଲା ଘୋଷଣା?: ଜାଣନ୍ତୁ ସବୁକିଛି

February 2, 2026
Latest News

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026

‘ଦେଶକୁ ଅପମାନ କରୁଥିବା ଲୋକ….’: ଏ.ଆର୍. ରହେମାନଙ୍କୁ ଟାର୍ଗେଟ କଲେ ନୀତେଶ ରାଣେ

February 2, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.