Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହାର ଯୁକ୍ତ ସାମଗ୍ରୀ ପାଇଁ ପ୍ରଯୁଜ୍ୟ କଷ୍ଟମ୍ସ ଡ୍ୟୁଟି 15% ରୁ 10% କୁ ହ୍ରାସ
ଆଜିର ଖବର

ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହାର ଯୁକ୍ତ ସାମଗ୍ରୀ ପାଇଁ ପ୍ରଯୁଜ୍ୟ କଷ୍ଟମ୍ସ ଡ୍ୟୁଟି 15% ରୁ 10% କୁ ହ୍ରାସ

January 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କଷ୍ଟମ୍ ଡ୍ୟୁଟିରେ କେନ୍ଦ୍ର ସରକାର 3 ଟି ବର୍ଗରେ ବିଜ୍ଞପ୍ତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି। ଅବଶିଷ୍ଟ ବର୍ଗରେ/ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହାର ପାଇଁ ସାମଗ୍ରୀ ପାଇଁ ପ୍ରଯୁଜ୍ୟ କଷ୍ଟମ୍ସ ଡ୍ୟୁଟି 15% ରୁ 10% କୁ ହ୍ରାସ କରାଯାଇଛି। ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହୃତ ଅନେକ ସାମଗ୍ରୀ ଯାହା ପୂର୍ବରୁ “ଅନ୍ୟାନ ସାମଗ୍ରୀ” ଭାବରେ ବିବେଚନା କରାଯାଉଥିଲା ଏବଂ 15% କଷ୍ଟମ୍ସ ଡ୍ୟୁଟି ଲାଗୁ କରାଯାଇଥିଲା ବର୍ତ୍ତମାନ ଏହା 10% ରେ ଲାଗୁ କରାଯିବ। ଉଦାହରଣଗୁଡିକ: ବ୍ୟାଟେରୀ କଭର, ଫ୍ରଣ୍ଟ୍ କଭର, ମିଡିଲ୍ କଭର, ମୁଖ୍ୟ (ମେନ୍) ଲେନ୍ସ, ବ୍ୟାକ୍ କଭର, ଜିଏସ୍ଏମ୍ ଆଣ୍ଟେନା, ପିୟୁ କେସ୍, ସିଲ୍ ଗ୍ୟାସ୍କେଟ୍, ସିମ୍ ସକେଟ୍, ସ୍କ୍ରୁ ଏବଂ ପ୍ଲାଷ୍ଟିକ୍ ଓ ଧାତୁର ଅନ୍ୟାନ୍ୟ ଯାନ୍ତ୍ରିକ ସାମଗ୍ରୀ।

କରାଯାଇଥିବା ପରିବର୍ତ୍ତନଗୁଡିକ:

ଏହି ବିଜ୍ଞପ୍ତିଗୁଡିକ ଦ୍ୱାରା ପ୍ରବର୍ତ୍ତିତ ପରିବର୍ତ୍ତନଗୁଡିକ 3 ଟି ବର୍ଗରେ ଅନ୍ତର୍ଭୁକ୍ତ:

ଅବଶିଷ୍ଟ ବର୍ଗ / ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହାର ପାଇଁ ସାମଗ୍ରୀ ପାଇଁ ପ୍ରଯୁଜ୍ୟ କଷ୍ଟମ୍ସ ଡ୍ୟୁଟି 15% ରୁ 10% କୁ ହ୍ରାସ କରାଯାଇଛି।

ମୋବାଇଲ୍ ଫୋନ୍ ଉତ୍ପାଦନରେ ବ୍ୟବହୃତ ଅନେକ ସାମଗ୍ରୀ ଯାହା ପୂର୍ବରୁ “ଅନ୍ୟାନ ସାମଗ୍ରୀ” ଭାବରେ ବିବେଚନା କରାଯାଉଥିଲା ଏବଂ ଏଥିପାଇଁ 15% କଷ୍ଟମ୍ସ ଡ୍ୟୁଟି ଲାଗୁ କରାଯାଇଥିଲା ବର୍ତ୍ତମାନ ଏହା 10% ଲାଗୁ କରାଯିବ।

ଉଦାହରଣଗୁଡିକ:

ବ୍ୟାଟେରୀ କଭର

ଫ୍ରଣ୍ଟ (ଆଗ) କଭର

ମିଡିଲ (ମଧ୍ୟମ) କଭର

ମେନ (ମୁଖ୍ୟ) ଲେନ୍ସ

ବ୍ୟାକ (ପଛ) କଭର

ଜିଏସଏମ GSM ଆଣ୍ଟେନା

ପିୟୁ PU କେସ୍

ସିଲିଂ ଗ୍ୟାସ୍କେଟ୍

ସିମ୍ ସକେଟ୍

ସ୍କୃ (ପେଚ)

ପ୍ଲାଷ୍ଟିକ୍ ଏବଂ ଧାତୁର ଅନ୍ୟାନ୍ୟ ଯାନ୍ତ୍ରିକ ସାମଗ୍ରୀ

ଏହି ବିଜ୍ଞପ୍ତିରେ ତାଲିକାଭୁକ୍ତ ସାମଗ୍ରୀର ଉତ୍ପାଦନରେ ବ୍ୟବହାର ପାଇଁ ଇନପୁଟ୍ କିମ୍ବା ଅଂଶ ଉପରେ କଷ୍ଟମ୍ସ ଡ୍ୟୁଟି ନିଆଯିବନାହିଁ /ଶୂନ୍ୟ କୁ ହ୍ରାସ କରାଯାଇଛି।

ଶିଳ୍ପ ପାଇଁ କଷ୍ଟମ୍ ଶୁଳ୍କ ହ୍ରାସ କରିବାକୁ ସରକାରଙ୍କ ପଦକ୍ଷେପକୁ ମୋବାଇଲ୍ ଇଣ୍ଡଷ୍ଟ୍ରି ଅତ୍ୟଧିକ ସ୍ୱାଗତ କରିଛି। ରପ୍ତାନି-ନେତୃତ୍ୱ ଅଭିବୃଦ୍ଧି, ନୀତିର ସ୍ଥିରତା ସୁନିଶ୍ଚିତ କରିବା ଏବଂ ଉତ୍ପାଦନରେ ପ୍ରତିଦ୍ୱନ୍ଦ୍ୱିତାକୁ ସମାଧାନ କରିବା କ୍ଷେତ୍ରରେ ଏହି ସଂଶୋଧନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନୀତି ପରିବର୍ତ୍ତନ ଯାହା ଭାରତରେ ମୋବାଇଲ୍ ଫୋନ୍ ଉତ୍ପାଦନ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।

ଇଣ୍ଡିଆ ସେଲୁଲାର୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ (ICEA) ର ଅଧ୍ୟକ୍ଷ ପଙ୍କଜ ମୋହିନ୍ଦ୍ରୋ କହିଛନ୍ତି, “ଭାରତରେ ମୋବାଇଲ୍ ଉତ୍ପାଦନ ଓ ରପ୍ତାନିକୁ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ଦ୍ୱାରା ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ୱାଗତଯୋଗ୍ୟ ନୀତି ହସ୍ତକ୍ଷେପ ଅଟେ। ମୋବାଇଲ୍ ଫୋନ୍ ଇଣ୍ଡଷ୍ଟ୍ରି ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କୁ କୃତଜ୍ଞତା ଜଣାଇଛନ୍ତି।

ଶ୍ରୀ ମୋହିନ୍ଦ୍ରୋ ମନ୍ତବ୍ୟ ଦେଇଛନ୍ତି ଯେ ମୋବାଇଲ୍ ଫୋନ୍ ଓ ମେକାନିକ୍ସ ଏବଂ ଡ଼ାଈ-କଟ୍ ଅଂଶରେ ବିସିଡିର 10% ସମନ୍ୱୟ ସାଧନ ଏବଂ ମେକାନିକ୍ସର ଇନପୁଟ ଉପରେ 0% ରପ୍ତାନି ଦ୍ୱାରା ପରିଚାଳିତ ଅଭିବୃଦ୍ଧି ଏବଂ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସରକାରଙ୍କ ନୀତି ଦିଗରେ ପରିବର୍ତ୍ତନର ଆରମ୍ଭକୁ ପ୍ରତିପାଦିତ କରିବା ଏକ ବିରଳ ଦୃଷ୍ଟାନ୍ତ ଅଟେ।

mobile phone
Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026
Latest News

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.