Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାତ ଧରିଲେ ଚିଲିକାର ବିଧାୟକ ପ୍ରାର୍ଥୀ ଲଲାଟେନ୍ଦୁ ଶତପଥି
ଆଜିର ଖବର

ହାତ ଧରିଲେ ଚିଲିକାର ବିଧାୟକ ପ୍ରାର୍ଥୀ ଲଲାଟେନ୍ଦୁ ଶତପଥି

February 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଚିଲିକାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଲଲାଟେନ୍ଦୁ ଶତପଥୀ ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ରାଜ୍ୟରେ ଦୁର୍ନିତୀ ଓ ଭ୍ରଷ୍ଟାଚାରର ବିଲୋପ ପାଇଁ କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ଶତପଥୀ କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଭଳି ଜାତୀୟ ଦଳରେ ସ୍ୱତନ୍ତ୍ର ନୀତି ଆଦର୍ଶ ଥିବାବେଳେ ସାଧାରଣ ଲୋକଙ୍କ ଦଳ ଭାବରେ ଅଭିହିତ ହୋଇ ଆସୁଛି। ଏଣୁ ଲଲାଟେନ୍ଦୁ କଂଗ୍ରେସ ଆଦର୍ଶରେ ରହି ନୀତିନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଯୋଗଦାନ କରିଛନ୍ତି।

ଜଣେ ସ୍ୱାଧୀନଚେତା ବ୍ୟକ୍ତିତ୍ୱ ଭାବରେ ଲଲାଟେନ୍ଦୁ ଜଣେ ଆଦର୍ଶ କର୍ମୀ କେବଳ ନୁହନ୍ତି ବରଂ ଅନେକ ସାମାଜିକ ସଂଗଠନ ପ୍ରତିଷ୍ଠା କରି ତୃଣମୂଳସ୍ତରରେ ଥିବା ଜନସାଧାରଣଙ୍କର ସେବା କରି ଚର୍ଚ୍ଚାରେ ରହିଆସିଛନ୍ତି। ଦକ୍ଷତା ବିକାଶ, ଓଡ଼ିଶା ଷ୍ଟାର୍ଟଅଫ୍ ଭଳି କାର୍ଯ୍ୟକର୍ମ ହାତକୁ ନେଇ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି।

ଲଲାଟେନ୍ଦୁ ଭାରତୀୟ ଜନତା ପାର୍ଟିର ଆଇଟି ଓ ସୋସିଆଲ ମିଡ଼ିଆ କନଭେନର, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଓ ମେଡ଼ିଆ ପ୍ୟାନେଲିଷ୍ଟ ଭଳି ଗୁରୁ ଦାଇତ୍ୱ ନିର୍ବାହ କରୁଥିଲେ। ରାଜ୍ୟ ପ୍ରଭାରୀ ଏଆଇସିସି ସାଧାରଣ ସମ୍ପାଦକ ଡ଼. ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ସଭାପତି ବିଜୟ ପଟ୍ଟନାୟକ, ଏଆଇସିସି ସମ୍ପାଦକ ତଥା ରାଜ୍ୟ ସହ ପ୍ରଭାରୀ ଶାହନୱାଜ଼ ଚୌଧୁରୀ, ଏଆଇସିସି ମେଡ଼ିଆ ପ୍ରଭାରୀ ବବିତା ଶର୍ମା ଓ ରାଜ୍ୟ ମେଡ଼ିଆ ଚେୟାରମ୍ୟାନ ବିଶ୍ୱରଂଜନ ମହାନ୍ତି ଉପସ୍ଥିତ ଥିଲେ।

ତେବେ କଂଗ୍ରେସ ଦଳରେ ସାମିଲ ହେବା ପରେ ଲଲାଟେନ୍ଦୁ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସ ଦଳ ତାଙ୍କୁ ଦଳରେ ସାମିଲ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ସେ ଦଳୀୟ ସଂଗଠନ ତଥା ନିଜ ମାଟି ଚିଲିକାରେ ଦଳୀୟ ସ୍ଥିତିକୁ ମଜବୁତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥର ଚିଲିକାରେ ଲଲାଟେନ୍ଦୁ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ବହୁ ପୁରୁଖା କଂଗ୍ରେସ ନେତା ଟୁପୁରୁ ଟାପର ହେଉଛନ୍ତି।

ସେପଟେ ଚିଲିକାରେ କଂଗ୍ରେସ ଟିକେଟ ପାଇଁ ଅନେକ ଆଶାୟୀ ଅଛନ୍ତି। କଂଗ୍ରେସ କର୍ମୀଙ୍କ ଅନୁଯାୟୀ, କେହି କେହି ୨୦୧୯ ରେ ପ୍ରାର୍ଥୀ ହୋଇଥିବା ପ୍ରଦୀପ ସ୍ଵାଇଁଙ୍କୁ ପସନ୍ଦ କରୁଥିବା ବେଳେ ଅନେକ କର୍ମୀ ମୀନାକ୍ଷୀ ସାମନ୍ତରାୟଙ୍କ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଏବେ ଲଲାଟେନ୍ଦୁ କଂଗ୍ରେସରେ ସାମିଲ ହେବା ପରେ ପ୍ରାର୍ଥୀ ତାଲିକାରେ ଆଉ ଏକ ନାମ ଯୋଡି ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଲଲାଟେନ୍ଦୁ ଶତପଥୀ ଏହା ପୂର୍ବରୁ ବିଜେପିରେ ରହି ଚିଲିକାରେ ଅନେକ ସଂଗଠନ କରିଥିଲେ। ଚିଲିକାରେ ବିଜେପିରୁ ପ୍ରାର୍ଥୀ ହେବା ପାଇଁ ସେ ସଂଗଠନକୁ ଆଗକୁ ବଢାଉଥିବା ବେଳେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରି ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ୨୦୧୯ ରେ ନିର୍ବାଚନ ଲଢିଥିଲେ।

BJP chilika Congress
Share. Facebook Twitter LinkedIn Email WhatsApp Copy Link

Related Posts

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026
Latest News

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.