Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅତ୍ୟାବଶ୍ୟକ ଦ୍ରବ୍ୟର ରପ୍ତାନୀ ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା ପ୍ରସ୍ତାବ ନାହିଁ: କେନ୍ଦ୍ର ଯୋଗାଣ ସଚିବ
ଆଜିର ଖବର

ଅତ୍ୟାବଶ୍ୟକ ଦ୍ରବ୍ୟର ରପ୍ତାନୀ ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା ପ୍ରସ୍ତାବ ନାହିଁ: କେନ୍ଦ୍ର ଯୋଗାଣ ସଚିବ

February 3, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଖାଦ୍ୟ ମହଙ୍ଗାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଚାଉଳ ଓ ଅଟା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଏବଂ କଳାବଜାରୀ ଆଦିକୁ ରୋକିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଧାନ ଓ ଚାଉଳ ବ୍ୟବସାୟୀ ଏହାର ପାଇକାରୀ ଓ ଖୁଚୁରା ବିକ୍ରେତା, ବିଗ୍‌ଚେନ ରିଟେଲର, ମିଲର୍ସ ଓ ପ୍ରସେସରମାନଙ୍କୁ ସେମାନଙ୍କ ପାଖରେ ଥିବା ସାମଗ୍ରୀର ଷ୍ଟକ (ମହଜୁଦ) ପରିମାଣ ବାଧ୍ୟତାମୂଳକ ଭାବେ ପ୍ରଦର୍ଶନ କରିବାକୁ ପଡିବ । ଏହାର ଅର୍ଥ ସେମାନଙ୍କ ପାଖରେ ଯେତେ ଚାଉଳ ଓ ଧାନ ଥିବ ତାହା ସେମାନେ ଦର୍ଶାଇବେ ଏବଂ ତା’ଠାରୁ ଅଧିକ ରଖିଲେ ତାହା ଦଣ୍ଡନୀୟ ଅପରାଧ ଭାବେ ଗଣ୍ୟ ହେବ । ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏହି ନିୟମ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ସମ୍ପୃକ୍ତ ବିକ୍ରେତା, ମିଲର୍ସ ଓ ପ୍ରୋସେସରମାନଙ୍କୁ ମଧ୍ୟ ନିଜର ଷ୍ଟକକୁ ବିଭିନ୍ନ ବର୍ଗରେ ଦର୍ଶାଇବାକୁ ପଡିବ । ଯଥା ଭଙ୍ଗା, ଅଭଙ୍ଗା ଚାଉଳ, ଅଣବାସମତି ଧଳା ଚାଉଳ, ଉଷୁନା ଚାଉଳ, ବାସମତି ଚାଉଳ ଓ ଧାନ ବିଭିନ୍ନ ବର୍ଗରେ ଷ୍ଟକ ପରିମାଣ ଦର୍ଶାଇବାକୁ ପଡିବ । ନିର୍ଦ୍ଦେଶ ଅନୁସାରେ ଏହି ବ୍ୟବସାୟୀମାନେ ପ୍ରତି ସପ୍ତାହର ଶୁକ୍ରବାର ନିଜ ନିଜର ଧାନ ଚାଉଳ ଷ୍ଟକ ପରିମାଣ ଏକ ସରକାରୀ ପୋର୍ଟାଲରେ ଦର୍ଶାଇବେ । ସେହି ପୋର୍ଟାଲ ହେଲା (https://evegoils.nic.in/rice/login.html)। ଏହି ପୋର୍ଟାଲ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ପରିଚାଳିତ । ଏହି ସରକାରୀ ନିର୍ଦ୍ଦେଶ ଜାରି ହେବାର ସାତଦିନ ମଧ୍ୟରେ ସମ୍ପୃକ୍ତ ବ୍ୟବସାୟୀ, ମିଲର୍ସ ଓ ପ୍ରୋସେସରଙ୍କୁ ଧାନ ଚାଉଳର ଷ୍ଟକ ପୋର୍ଟାଲରେ ପ୍ରଦର୍ଶନ କରିବାକୁ ପଡିବ ।

କେନ୍ଦ୍ର ଯୋଗାଣ ସଚିବଙ୍କ ସୂତ ଅନୁସାରେ ଦେଶର ଖାଦ୍ୟ ଅର୍ଥନୀତିରେ ଏବେ ଯେଉଁ ସ୍ଫୀତି ଆସିଛି ଓ ଖାଦ୍ୟଶସ୍ୟର ମୂଲ୍ୟ ବୃଦ୍ଧି ଘଟିଛି ତାହାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଲୋକଙ୍କୁ ସିଧାସଳଖ ଚାଉଳ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଚାଉଳ ‘ଭାରତ ରାଇସ’ବ୍ରାଣ୍ଡରେ ସାଧାରଣ ଖାଉଟିକୁ ଖୁଚୁରା ବଜାରରେ ବିକ୍ରି କରାଯିବ । ପ୍ରଥମ ପର୍ଯ୍ୟାୟରେ ‘ଭାରତ ରାଇସ’ ବ୍ରାଣ୍ଡରେ ବିକ୍ରି ପାଇଁ ୫ଲକ୍ଷ ମେଟ୍ରିକ ଟନ୍ ଚାଉଳ ବରାଦ କରାଯାଇଛି । ଏସବୁ ଚାଉଳ ନାଫେଡ, ଏନ୍‌ସିସିଏଫ ଓ କେନ୍ଦ୍ରୀୟ ଭଣ୍ଡାର ମାଧ୍ୟମରେ ସିଧାସଳଖ ବିକ୍ରି କରାଯିବ । ଏହି ‘ଭାରତ ରାଇସ’ର ମୂଲ୍ୟ କେଜି ପିଛା ୨୯ଟଙ୍କା ରଖାଯାଇଛି । ଏହା ପାଞ୍ଚ ଓ ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟରେ ମିଳିବ । ଏହି ଭାରତ ରାଇସ ଉପରଲିଖିତ ତିନିଟି କେନ୍ଦ୍ରୀୟ ସମବାୟ ସଂସ୍ଥାର ବିକ୍ରୟ କେନ୍ଦ୍ର ତଥା ମୋବାଇଲ ଭ୍ୟାନରୁ ଖାଉଟିଙ୍କୁ ତତ୍କାଳ ମିଳିପାରିବ । ପରେ ଇ-କମର୍ସ ପ୍ଲାଟଫର୍ମରୁ ମଧ୍ୟ ଖାଉଟି ଏହି ଭାରତ ରାଇସ ସକରାରଙ୍କ ଦ୍ୱାରା ସ୍ଥିରୀକୃତ ମୂଲ୍ୟରେ କିଣି ପାରିବେ ।

ଚଳିତବର୍ଷ ଖରିଫ ଋତୁରେ ଉତ୍ତମ ଫସଲ ଅମଳ ସତ୍ୱେ ଦେଶରେ ଚାଉଳର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଚାଉଳ ରପ୍ତାନୀ ଉପରେ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିଥିବାବେଳେ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଏବଂ ଅନ୍ୟାନ୍ୟ ଯୋଗାଣ ଶୃଙ୍ଖଳାରେ ପ୍ରଚୁର ଚାଉଳ ମହଜୁଦ ରହିଛି । ଗତ ଏକବର୍ଷ ମଧ୍ୟରେ ଦେଶରେ ଚାଉଳର ଖୁଚୁରା ମୂଲ୍ୟ ୧୪.୫୧ ଶତାଂଶ ବଢିଛି । ସୁତରାଂ ଚାଉଳର ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ଭାରତ ସରକାର ଇତିମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ।

ଏଫସିଆଇ ପାଖରେ ଉତ୍ତମ ମାନର ପ୍ରଚୁର ଚାଉଳ ଗଚ୍ଛିତ ଅଛି । ଏହାକୁ ଓଏମ୍‌ଏସ୍‌ଏସ୍‌(ଡି) ଅଧୀନରେ ବ୍ୟବସାୟୀ, ପାଇକାରୀ ବିକ୍ରେତାଙ୍କୁ କିଲୋ ପିଛା ୨୯ ଟଙ୍କା ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଖୋଲା ବଜାରରେ ଚାଉଳର ବିକ୍ରି ବଢାଇବା ପାଇଁ ଭାରତ ସରକାର ଚାଉଳର ସଂରକ୍ଷିତ ମୂଲ୍ୟ (ରିଜର୍ଭ ପ୍ରାଇସ) କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରୁ ୨୯୦୦ ଟଙ୍କାକୁ ହ୍ରାସ କରିଛନ୍ତି । ଆହୁରି ମଧ୍ୟ ଏହି ଯୋଜନାରେ ସର୍ବନିମ୍ନ ଓ ସର୍ବାଧିକ ଚାଉଳ ଯୋଗାଣ (ବିକ୍ରି) ପରିମାଣକୁ ସଂଶୋଧିତ କରାଯାଇ ଯଥାକ୍ରମେ ଏକ ମେଟ୍ରିକ ଟନ୍ ଓ ୨୦୦୦ ମେଟ୍ରିକ ଟନ୍ କରାଯାଇଛି । ଏହା ସହିତ ଲୋକଙ୍କୁ ଚାଉଳ ଯୋଗାଣ ଓ ଏହାର ସ୍ଥିତି ଘେନି ଏଫ୍‌ସିଆଇ ଆଞ୍ଚଳିକ ଦପ୍ତରଗୁଡିକ ମାଧ୍ୟମରେ ବ୍ୟାପକ ପ୍ରଚାର କାର୍ଯ୍ୟ ଚାଲିଛି । ଏହା ଫଳରେ ଚାଉଳର ବିକ୍ରି କ୍ରମଶଃ ବଢୁଛି । ୨୦୨୪ ଜାନୁୟାରୀ ୩୧ତାରିଖ ସୁଦ୍ଧା ଖୋଲା ବଜାରରେ ୧.୬୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ବିକ୍ରି କରାଯାଇଛି । ଓଏମ୍‌ଏସ୍‌ଏସ୍‌(ଡି) ଅଧୀନରେ ଖୋଲା ବଜାରରେ ଏହା ସବୁଠୁ ଅଧିକ ଚାଉଳ ବିକ୍ରି ।

ଏହାଛଡା ଭଙ୍ଗା ଚାଉଳର ରପ୍ତାନୀ ନୀତକୁ ସଂଶୋଧନ କରାଯାଇ ‘ମୁକ୍ତରୁ’ବର୍ଗରୁ ‘ନିଷିଦ୍ଧ’ ବର୍ଗ କରାଯାଇଛି । ୨୦୨୨ ସେପ୍ଟେମ୍ବର ୯ରୁ ଏହା କାର୍ଯ୍ୟକାରୀ ହୋଇଛି । ଅଣବାସମତି ଚାଉଳ କ୍ଷେତ୍ରରେ ଏହାର ରପ୍ତାନୀ ଉପରେ ୨୦% ରପ୍ତାନୀ ଶୁଳ୍କ ୨୦୨୨ ସେପ୍ଟେମ୍ବର ୮ରୁ ଲାଗୁ କରାଯାଇଛି । ଭାରତରୁ ରପ୍ତାନୀ ହେଉଥିବା ମୋଟ ଚାଉଳ ମଧ୍ୟରେ ଅଣବାସମତି ଚାଉଳର ଅଂଶ ୨୫ ଶତାଂଶ । ଚାଉଳ ମୂଲ୍ୟକୁ ନିୟନ୍ତ୍ରିତ କରିବା ପାଇଁ ଏଭଳି ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି ।

ପରବର୍ତ୍ତୀ ସମୟରେ ସରକାର ଅଣବାସମତି ଧଳା ଚାଉଳର ରପ୍ତାନୀ ନୀତିକୁ ସଂଶୋଧିତ କିର ଏହାକୁ ‘ମୁକ୍ତ’ରୁ ‘ନିଷିଦ୍ଧ’ ପର୍ଯ୍ୟାୟଭୁକ୍ତ କରିଛନ୍ତି । ୨୦୨୩ ଜୁଲାଇ ୨୦ ରୁ ଏହା ଲାଗୁ ହୋଇଛି । ବାସମତି ଚାଉଳ କ୍ଷେତ୍ରରେ ଯାହା ମେଟ୍ରିକ ଟନ୍ ମୂଲ୍ୟ ୯୫୦ ଆମେରିକୀୟ ଡଲାର ବା ତା’ଠାରୁ ଅଧିକ କେବଳ ତାହାର ରପ୍ତାନୀକୁ ଅନୁମତି ଦିଆଯାଇଛି । ଉଷୁନା ଚାଉଳ ରପ୍ତାନୀ ଉପରେ ୨୦ଶତାଂଶ ରପ୍ତାନୀ ଟିକସ ଲାଗୁ କରାଯାଇଛି ଓ ତାହା ୨୦୨୪ ମାର୍ଚ୍ଚ ୩୧ ଯାଏ ବଳବତ୍ତର ରହିବ । ଏସବୁ ପଦକ୍ଷେପ ଫଳରେ ଦେଶରେ ଚାଉଳ ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ ରଖିବାକୁ ସରକାର ଉଦ୍ୟମ କରୁଛନ୍ତି ।

ଏହାଛଡା ଚାଉଳର କୃତ୍ରିମ ଅଭାବ, ମହଜୁଦୀ, କଳାବଜାରୀ ଓ ଅନୈତିକ ବ୍ୟବସାୟକୁ ରୋକିବାକୁ କେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ତାହାକୁ ବିଭିନ୍ନ ରାଜ୍ୟ ସରକାରଙ୍କ ଜରିଆରେ କାର୍ଯ୍ୟକାରୀ କରାଉଛନ୍ତି । ବଜାରରେ ଚାଉଳର ଅଭାବ ଯେପରି ନ ରହେ ସରକାର ତାହାକୁ ସୁନିଶ୍ଚିତ କରିଛନ୍ତି ।

ବଜାରରେ ଏବେ ଅଟାର ମୂଲ୍ୟ ବୃଦ୍ଧି ଘଟିଛି ଏବଂ ଏହି ଧାରା ସର୍ବଭାରତୀୟ ସ୍ତରରେ ପରିଲକ୍ଷିତ ହେଉଛି । ଗହମ ଓ ଅଟାର ଗଚ୍ଛିତ ସ୍ଥିତି ତଥା ଯୋଗାଣ ଉପରେ ସରକାର ତୀକ୍ଷ୍ମ ନଜର ରଖିଛନ୍ତି । ବିଭିନ୍ନ ପ୍ରକାରରା ପଦକ୍ଷେପ ଗ୍ରହଣ କରାଯିବା ପରେ ଉଭୟ ଗହମ ଓଅଟାର ମୂଲ୍ୟ କ୍ରମଶଃ ହ୍ରାସ ପାଉଥିବା ଦେଖାଦେଇଛି । ଉଭୟ ପାଇକାରୀ ଓ ଖୁଚୁରା ବଜାରରେ ଅଟା ମୂଲ୍ୟ ତଳ ମୁହାଁ ହୋଇଛି । ଖୋଲା ବଜାରରେ ଅଧିକ ଗହମ ଉପଲବ୍ଧ କରି ଅଟା ଦର ଉପରେ ନିୟନ୍ତ୍ରଣ ରଖିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ୨୦୨୩ ଜୁନ ୨୮ରୁ ସାପ୍ତାହିକ ଇ-ଅକ୍ସନ ମାଧ୍ୟମରେ ଖୋଲା ବଜାରକୁ ଗହମ ଅଧିକ ପରିମାଣରେ ଛଡାଯାଇଛି । ଘରୋଇ ମୁକ୍ତ ବଜାର ଯୋଜନା ବା ଓଏମ୍‌ଏସ୍‌ଏସ୍‌ଡି ଅଧୀନରେ ସରକାର ୧୦୧.୫ ଲକ୍ଷ ମେଟ୍ରିକ ଟନ୍ ଗହମ ଖୋଲା ବଜାରକୁ ଛାଡିଛନ୍ତି । ଏଥିରେ ଉନ୍ନତ କିସମ ଗହମର ସଂରକ୍ଷିତ କୁଇଣ୍ଟାଲ ପିଛା ମୂଲ୍ୟ ୨୧୫୦ ଟଙ୍କା ଓ ଏଥିରେ ସାଧାରଣ ଗହମର କୁଇଣ୍ଟାଲ ପିଛା ମୂଲ୍ୟ ୨୧୨୫ ଟଙ୍କା ରଖାଯାଇଥିଲା । ପ୍ରତି ସପ୍ତାହଷର ଗହମଣ ଇ-ଅକ୍ସନ ମାଧ୍ୟମରେ ଖୋଲା ବଜାରରେ ଯୋଗାଣ ବଢୁଥିବାରୁ ଅଟାମୂଲ୍ୟ କ୍ରମଶଃ ନିୟନ୍ତ୍ରଣକୁ ଆସୁଛି । ଏଣିକି ସାପ୍ତାହିକ ଇ-ଅକ୍ସନ ମାଧ୍ୟମରେ ବଜାରକୁ ଅଧିକ ଛାଡିବାକୁ ସରକାର ନିଷ୍ପତ୍ତିତ୍ତନେଇଛନ୍ତି । ଓଏମ୍‌ଏସ୍‌ଏସ୍‌(ଡି) ବ୍ୟବସ୍ଥାରେ ଏଯାଏ ୭୫.୨୬ ଲକ୍ଷ ମେଟ୍ରିକ ଟନ ଗହମ ବିକ୍ରି କରିସାରିଲାରି ବୋଲି କେନ୍ଦ୍ର ଯୋଗାଣ ସଚିବ କହିଛନ୍ତି ।

ସେ କହିଛନ୍ତି ଯେ ଭାରତ ସରକାର ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଅଶୋଧିତ ପାମ୍‌, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଶୁଳ୍କକୁ୨.୫%ରୁ କମାଇା ଶୂନ୍ୟ କରାଯାଇଛି ।ଏସବୁ ରିଫାଇନ ତେଲର ମୌଳିକ ଶୁଳ୍କକୁ ୧୨.୫ ଶତାଂଶଙ୍କୁ ହ୍ରାସ କରାଯାଇଛି ଓ ଏହା ୨୦୨୫ ମାର୍ଚ୍ଚ ୩୧ଯାଏ ବଳବତ୍ତର ରହିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 27, 2025
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.