ରାଷ୍ଟ୍ରପତି ଭବନରେ ନିତି ଆୟୋଗର ପଞ୍ଚମ ବୈଠକ ସମାପିତ ହୋଇଯାଇଛି । ନିଜର ଅଭିଭାଷଣରେ ମୋଦି 2024 ସୁଦ୍ଧା ଭାରତକୁ ଏକ 5 ଟ୍ରିଲିୟନ୍ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ମୋଦି କହିଥିଲେ, ଏହି ଲକ୍ଷ୍ୟ ହାସଲ କରିବା କଷ୍ଟସାଧ୍ୟ ମାତ୍ର ଏହି ଲକ୍ଷ୍ୟ ହାସଲ କରାଯାଇପାରିବ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ରାଜ୍ୟର ସହଯୋଗ ଆବଶ୍ୟକ ବୋଲି ମୋଦି କହିଥିଲେ । ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ କରିବା ପାଇଁ ଜିଲ୍ଲାସ୍ତରରୁ ଉଦ୍ୟମ ହେବା ଆବଶ୍ୟକ ବୋଲି ମୋଦି କହିଥିଲେ । ସମସ୍ତ ବିକାଶଶୀଳ ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧିରେ ରପ୍ତାନୀ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତେଣୁ ଏ ଦିଗରେ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ମୋଦି ଆହ୍ବାନ କରିଥିଲେ । ଦେଶରୁ ଦାରିଦ୍ର୍ୟ ଦୂରୀକରଣ ସହିତ ମୁଣ୍ଡପିଛା ଆୟ ବୃଦ୍ଧି ହେବା ଆବଶ୍ୟକ ବୋଲି ମୋଦି କହିଥିଲେ । ଜଳଯୋଗାଣ ସମସ୍ୟା ଆସନ୍ତା 2024 ସୁଦ୍ଧା ଶେଷ ହୋଇଯିବ ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ଜଳଯୋଗାଣ ସମାପନ କରାଯିବ ବୋଲି ମୋଦି କହିଥିଲେ । ସେହିପରି 2025 ସୁଦ୍ଧା ଦେଶରୁ ଟିବିକୁ ସମ୍ପୂର୍ଣ୍ଣ ନିବାରଣ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୋଦି କହିଥିଲେ । ସେହିପରି ମୋଦି କେନ୍ଦ୍ରର ସ୍ବାସ୍ଥ୍ୟବୀମା ଯୋଜନ କାର୍ଯ୍ୟକାରୀ ନଥିବା ରାଜ୍ୟ ମାନେ ଏହାକୁ କାର୍ଯ୍ୟକାରୀ କରିବା ଉଚିତ୍ ବୋଲି ମୋଦି କହିଥିଲେ ।
ନିତି ଆୟୋଗ ବୈଠକ ସମାପିତ : ଭିଜନ 2024କୁ ଗୁରୁତ୍ବ
Published:
Jun 15, 2019, 6:19 pm IST
Tags: