ବଲିଉଡ୍ରେ ପୁରୁଣା ଲୋକପ୍ରିୟ ହିନ୍ଦୀ ଗୀତଗୁଡ଼ିକ ରିମେକ୍ କରିବା ଏବେ ଏକ ନୂଆ ଟ୍ରେଣ୍ଡ୍ ହୋଇଛି । ଏହି କ୍ରମରେ ବଲିଉଡ୍ ଖିଲାଡିଷ୍ଟାର୍ ଅକ୍ଷୟକୁମାରଙ୍କ ଅଭିନୀତ ଅପ୍କମିଙ୍ଗ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରହିଛି । ‘ମୋହରା’ ଫିଲ୍ମର ଲୋକପ୍ରିୟ ଗୀତ ‘ଟିପ୍ ଟିପ୍ ବରଷା ପାନି’କୁ ଏହି ଫିଲ୍ମରେ ପୁଣିଥରେ ଚିତ୍ରାୟିତ କରାଯିବ । ଏହି ଫିଲ୍ମରେ ରବୀନାଙ୍କ ସହ ଅକ୍ଷୟ କୁମାର ରହିଥିବାବେଳେ ନୂଆ ରିମେକ୍ ସଙ୍ଗ୍ରେ ଅକ୍ଷୟଙ୍କ ସହ ମିସ୍ କୈଫ୍ ନଜର ଆସିବେ । ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନା କୈଫ୍ ଅଭିନୟ କରୁଛନ୍ତି । ତେବେ ପୂର୍ବରୁ ଅକ୍ଷୟ ଓ କ୍ୟାଟ୍ରିନା ‘ହମ୍କୋ ଦିଓ୍ବାନା କରଗୟୀ’ ‘ସିଙ୍ଗ ଇଜ୍ କିଙ୍ଗ୍’ , ‘ଦେ ଦନା ଦନ’, ‘ଓ୍ବେଲକମ୍’ ପରି ଫିଲ୍ମ କରିସାରିଛନ୍ତି । ଏହି ଫିଲ୍ମଟି ୨୦୨୦ ଇଦ୍ରେ ରିଲିଜ୍ ହେବ ବୋଲି ସୂଚନା ରହିଥିଲା । ଏହି ଫିଲ୍ମ ସହିତ ସଲମାନ୍ ଖାନ୍ଙ୍କ ଫିଲ୍ମ ‘ଇନ୍ସାଆଲ୍ଲା’ ମଧ୍ୟ ରିଲିଜ୍ ହେବାର ରହିଥିଲା । ତେବେ ରୋହିତ୍ ‘ସୂର୍ଯ୍ୟବଂଶୀ’ର ରିଲିଜ୍ ଡେଟ୍ ଘୁଞ୍ଚାଇ ଦେଇଛନ୍ତି । ଏହାକୁ ନେଇ ଅକ୍ଷୟଙ୍କ ଫ୍ୟାନ୍ମାନଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଏହାକୁ ନେଇ ଅକ୍ଷୟ କୁମାର ତାଙ୍କ ଫ୍ୟାନ୍ମାନଙ୍କୁ ନକାରାତ୍ମକ ଭାବନା ସୃଷ୍ଟି କରିବାରୁ କ୍ଷାନ୍ତ ରୁହନ୍ତୁ ବୋଲି କହିଛନ୍ତି ।