ଶନିବାର ଦିନ ଏକ ପ୍ରେସ୍ମିଟ୍ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କ ଧର୍ମଘଟ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିବା ସହିତ ତାଙ୍କର ସମସ୍ତ ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଥିବାର କହିଛନ୍ତି । ଜଣେ ରୋଗୀର ପରିବାର ଦ୍ବାରା ଜୁନିଅର ଡାକ୍ତରଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ପଶ୍ଚିମବଙ୍ଗର ସମସ୍ତ ଡାକ୍ତରମାନେ ନ୍ୟାୟ ପାଇଁ ଧର୍ମଘଟ କରିଥିଲେ । ଏହି ଧର୍ମଘଟକୁ ସିନିଅର ଡାକ୍ତରମାନେ ସମର୍ଥନ କରିବା ସହିତ ରାଜ୍ୟ ବାହାରର ଡାକ୍ତରମାନେ ମଧ୍ୟ ନିଜର ସହଯୋଗିତା ଦେଖାଇଥିଲେ । ପାଞ୍ଚ ଦିନ ଧରି ଡାକ୍ତରମାନଙ୍କ ଧର୍ମଘଟ ପାଇଁ ସାରା ରାଜ୍ୟରେ ଚିକିତ୍ସା ବ୍ୟବସ୍ଥା ବିପନ୍ନ ହୋଇଯାଇଥିଲା । ଏହି ଘଟଣା ପାଇଁ ଗୃହ ମନ୍ତ୍ରାଳୟ ମଧ୍ୟ ମମତା ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ସେହିପରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି ଲେଖିଥିଲେ । ଶେଷରେ ମମତା ସରକାର ଡାକ୍ତରମାନଙ୍କୁ ଧର୍ମଘଟରୁ ଓହରିବା ପାଇଁ ଅପିଲ୍ କରିବା ସହିତ ତାଙ୍କର ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।
ଡାକ୍ତରଙ୍କ ଦାବିକୁ ମାନିଲେ ମମତା, କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କଲେ
Published:
Jun 15, 2019, 6:42 pm IST
Tags: