Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୯ ଟଙ୍କାରେ ମିଳିବ ଚାଉଳ: ସର୍ବସାଧାରଣଙ୍କ ନିମନ୍ତେ “ଭାରତ ରାଇସ” ବ୍ରାଣ୍ଡ ଚାଉଳ ବିକ୍ରି ଆରମ୍ଭ
ଆଜିର ଖବର

୨୯ ଟଙ୍କାରେ ମିଳିବ ଚାଉଳ: ସର୍ବସାଧାରଣଙ୍କ ନିମନ୍ତେ “ଭାରତ ରାଇସ” ବ୍ରାଣ୍ଡ ଚାଉଳ ବିକ୍ରି ଆରମ୍ଭ

February 7, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ “ଭାରତ ବ୍ରାଣ୍ଡ” ଚାଉଳ ବିକ୍ରିର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୦୦ ମୋବାଇଲ ଭ୍ୟାନରେ ଏହି ସରକାରୀ ଚାଉଳ ବିକ୍ରୟ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଭାରତ ବ୍ରାଣ୍ଡର ଏହି ଚାଉଳ କେଜି ପିଛା ମୂଲ୍ୟ ୨୯ ଟଙ୍କା ଧାର୍ଯ୍ୟ କରାଯାଇଛି ଏବଂ ଏହା ପାଞ୍ଚ ଓ ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଜରେ ଖାଉଟିଙ୍କ ପାଇଁ ଉପଲବ୍ଧ ହେଉଛି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନତା, ବିଶେଷକରି ସବୁ ବର୍ଗର ଖାଉଟିଙ୍କ ଆବଶ୍ୟକତା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ତାଙ୍କର ସତର୍କ ଦୃଷ୍ଟି ବଜାର ଦର ଉପରେ ରହିଛି ଏବଂ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର କୃଷକ ଓ ଜନତାଙ୍କ କଲ୍ୟାଣ ପ୍ରତି ଅଙ୍ଗୀକୃତ । କେନ୍ଦ୍ର ସରକାର ଚାଷୀଙ୍କଠାରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ତାହାକୁ ଖାଉଟିଙ୍କୁ ଆବଶ୍ୟକ ସ୍ଥଳେ ରିହାତି ମୂଲ୍ୟରେ ଯୋଗାଇ ଦେଉଛନ୍ତି ।

କେନ୍ଦ୍ର ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ‘ଭାରତ ରାଇସ’ ବ୍ରାଣ୍ଡ ଚାଉଳର ଖୁଚୁରା ବିକ୍ରି ଫଳରେ ବଜାରରେ ଚାଉଳ ଯୋଗାଣ ବଢିବ ଏବଂ ଚାଉଳ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେବ । ଖାଉଟିଙ୍କ କଲ୍ୟାଣ ପାଇଁ ଏହା ଭାରତ ସରକାରଙ୍କର ଆଉ ଏକ ପଦକ୍ଷେପ । ସେ କହିଛନ୍ତି ଯେ ଏହି ଭାରତ ବ୍ରାଣ୍ଡର ଚାଉଳ ଦେଶର ସବୁ କେନ୍ଦ୍ରୀୟ ଭଣ୍ଡାର, ନାଫେଡ, ଜାତୀୟ ସମବାୟ ଖାଉଟି ମହାସଂଘ (ଏନ୍‌ସିସିଏଫ୍‌)ର ସବୁ ଶାଖା ତଥା ଏସବୁର ଭ୍ରାମ୍ୟମାଣ ଯାନରୁ ଖାଉଟିଙ୍କୁ ବିକ୍ରି ପାଇଁ ଆଣିବାକୁ ଉପଲବ୍ଧ ହୋଇଛି । ଏହି ଚାଉଳ ମଧ୍ୟ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ । ପାଞ୍ଚ ଓ ୧୦କି.ଗ୍ରା ବିଶିଷ୍ଟ ପ୍ୟାକେଟରେ କିଲୋପିଛା ସର୍ବାଧିକ ୨୯ଟଙ୍କା ମୂଲ୍ୟରେ ଏହି ଚାଉଳ ବିକ୍ରି ପାଇଁ ଉପଲବ୍ଧ ।

ଏବେ ଭାରତ ବ୍ରାଣ୍ଡରେ ଅଟା ଉପଲବ୍ଧ ହେଉଛି । ତିନିଟି କେନ୍ଦ୍ରୀୟ ସଂସ୍ଥା, କେନ୍ଦ୍ରୀୟ ଭଣ୍ଡାର, ନାଫେଡ ଓ ଏନ୍‌ସିସିଏଫ୍ ମାଧ୍ୟମରେ ଏହି ଭାରତ ଅଟା କିଲୋପିଛା ୨୭ ଟଙ୍କା ୫୦ ପଇସା ମୂଲ୍ୟରେ ଖାଉଟିଙ୍କୁ ପାଞ୍ଚ ଓ ୧୦ କିଲୋଗ୍ରା ଓଜନ ବିଶିଷ୍ଟ ପ୍ୟାକେଟରେ ଯୋଗାଇ ଦିଆଯାଉଛି । ମୋବାଇଲ ଭ୍ୟାନ ଯୋଗେ ଏହି ଅଟା ମଧ୍ୟ ହାଟ ବଜାରରେ ବିକ୍ରି ହେଉଛି । ଇ-ପ୍ଲାଟଫର୍ମରୁ ମଧ୍ୟ ଏହା କିଣିବାକୁ ମିଳୁଛି । ସେହିଭଳି ଭାରତ ଡାଲି (ଚଣା ଡାଲି) ଏସବୁ ସଂସ୍ଥା ମାଧ୍ୟମରେ ଏକ କିଲୋ ପ୍ୟାକେଟ ପିଛା ୬୦ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି । ତେବେ ୩୦କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟ ପାଇଁ ଡାଲିର ମୂଲ୍ୟ କିଲୋ ପିଛା ୫୫ଟଙ୍କା ଧାର୍ଯ୍ୟ କରାଯାଇଛି ।

ଭାରତ ବ୍ରାଣ୍ଡରେ ସରକାର ଉପରୋକ୍ତ ବ୍ୟବସ୍ଥାରେ କିଲୋ ପିଛା ୨୫ଟଙ୍କା ମୂଲ୍ୟରୋ ପିଆଜ ବିକ୍ରି ବ୍ୟବସ୍ଥା କରିଛନ୍ତି । ସବୁ କେନ୍ଦ୍ରୀୟ ବିପଣନକାରୀ ସଂସ୍ଥା ବାହାରେ ତେଲଙ୍ଗାନା, ମହାରାଷ୍ଟ୍ର ଓ ଗୁଜରାଟର ପ୍ରାଦେଶିକ ସରକାରୀ ସମବାୟ ସଂସ୍ଥାମାନେ ଭାରତ ଡାଲି ବିକ୍ରିରେ ସାମିଲ ହୋଇଛନ୍ତି । ଏବେ ଭାରତ ରାଇସ ବିକ୍ରିର ଶୁଭାରମ୍ଭ ହେବା ଫଳରେ ଖାଉଟି ଉଚିତ ମୂଲ୍ୟରେ ଚାଉଳ, ଅଟା, ଡାଲି, ପିଆଜ ସ ଟମାଟୋ ଆଦି ସରକାରୀ ବିକ୍ରି କେନ୍ଦ୍ରରୁ ସୁବିଧାରେ ପାଇପାରିବେ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଚାଷୀ, ସାଧାରଣ ଖାଉଟି ବର୍ଗର ୮୦କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ କିମ୍ବା ନାମକୁ ମାତ୍ର ମୂଲ୍ୟରେ ଖାଦ୍ୟଶସ୍ୟ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । ଏହି ହିତାଧିକାରୀଙ୍କ ମଧ୍ୟରେ ଅଛନ୍ତି ଅଙ୍ଗନବାଡି ଓ ସ୍କୁଲର ପିଲାମାନେ ତଥା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଏବଂ କିଶୋରୀ । କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଚାଷୀଙ୍କାଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣୁଛନ୍ତି । ଏହା ଫଳରେ ଚାଷୀ ଲାଭଜନକ ମୂଲ୍ୟ ପାଉଛନ୍ତି । ସେସବୁ ଖାଦ୍ୟଶସ୍ୟକୁ ସରକାର ଆବଶ୍ୟକ ସ୍ଥଳେ ରିହାତିରେ ଏବଂ ଗରିବ କଲ୍ୟାଣ ଯୋଜନାରେ ମାଗଣରେ ଲୋକଙ୍କୁ ଯୋଗାଇ ଦେଉଛନ୍ତି । ଭାରତରେ ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ହିତାଧିକାରୀଙ୍କ ସଂଖ୍ୟା ୮୦.୭ କୋଟି । ଏମାନେ ୨୦୨୮ ଡିସେମ୍ବର ୩୧ ଯାଏ ଏହି ମାଗଣା ଖାଦ୍ୟଶସ୍ୟ ପାଇବେ । ଏହା ବିଶ୍ୱର ସର୍ବବୃହତ୍ ଖାଦ୍ୟ ଓ ପୁଷ୍ଟିସାଧନ ନିରାପତ୍ତା କାର୍ଯ୍ୟକ୍ରମ ।

ଖାଉଟିଙ୍କୁ ମହଙ୍ଗାରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ନାନାବିଧ ପଦକ୍ଷେପ ନେଉଛନ୍ତି । ଚାଉଳ ଓ ଗହମ ରପ୍ତାନୀ ଉପରେ କଟକଣା ଜାରି କରାଯାଇଥିବା ବେଳେ ଘରୋଇ ବଜାରରେ ତାହାର ଉପଲବ୍ଧତା ବଢାଇବାକୁ ପଦକ୍ଷେପ ନିଆଯାଇଛି । ଚାଉଳ ବିକ୍ରେତା ଓ ମିଲରଙ୍କ ପାଇଁ ଷ୍ଟକ ପରିମାଣ ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହୋଇଛି । ଖାଇବା ତେଲ, ଡାଲିର ଅଭାବ ଦୂର କରିବାକୁ ଏହାର ଆମଦାନୀ ଶୁଳ୍‌କୁ ଯଥେଷ୍ଟ କମ୍ କରାଯାଇଛି । ସେହିଭଳି ଚିନି ମୂଲ୍ୟ ଉପରେ ମଧ୍ୟ ସରକାର ନିୟନ୍ତ୍ରଣ ରଖିଛନ୍ତି ।

ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ଓ ଡାଲିର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ସରକାର ତାହାକୁ ଆମଦାନୀ କରି ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । କଳାବଜାରି ଓ କୃତ୍ରିମ ଅଭାବକୁ ରୋକିବାକୁ ରାଜ୍ୟ ସରକାରମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଯେପରି ନ ରହେ ସେଥିପାଇଁ ବଫର ଷ୍ଟକକୁ ବଢାଯାଇଛି । ଟମାଟୋ, ଡାଲି, ପିଆଜ, ତେଲ, ଚିନି, ଅଟା ଓ ଗହମଠାରୁ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ଓ ଯୋଗାଣକୁ ସରକାର ସୁସଂହତ କରିଛନ୍ତି ।

narendra modi piyush goyal
Share. Facebook Twitter LinkedIn Email WhatsApp Copy Link

Related Posts

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025

ଅପରେସନ୍ ସିନ୍ଦୁରରେ ମସୁଦ ଆଝାରର ପରିବାରର ମୃତ୍ୟୁ ଉପରେ ଜୈଶ କମାଣ୍ଡରଙ୍କ ବଡ଼ ଖୁଲାସା

September 16, 2025

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର ନିର୍ଦ୍ଦେଶ ଦେଲେ ଇସିଆଇ

September 16, 2025
Latest News

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.