Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪ ଆରମ୍ଭ  
ଆଜିର ଖବର

ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪ ଆରମ୍ଭ  

February 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୨ ଦିନିଆ ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଫେବୃୟାରୀ ୬  ଓ ୭  ତାରିଖରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବିଜୁ ପଟ୍ଟନାୟକ ଜାତୀୟ ମେଟାଲ ଇନଷ୍ଟିଚ୍ୟୁଟର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷା ପ୍ରଦୀପ କୁମାର ଜେନା ଯୋଗଦେଇ ରାଜ୍ୟ ତଥା ଦେଶରେ ଭିତ୍ତିଭୂମିର ବିକାଶ ଓ ଅଭିବୃଦ୍ଧି ପରିପ୍ରେକ୍ଷୀରେ ଧାତବ କ୍ଷେତ୍ର ଉପରେ ନିର୍ଭରଶୀଳତା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ନିରନ୍ତର ବିକାଶ, ପରିବେଶ ପ୍ରଦୂଷଣ ସମସ୍ୟାକୁ ଦୃଷ୍ଟି ଦେଇ ସବୁଜ ଧାତବ ଶକ୍ତି ଉତ୍ସର ଉପଯୋଗ କରି ଶୂନ କାର୍ବନ ନିର୍ଗମନ ଉପରେ ସେ ଗୁରୁତ୍ୱ ଦେଇଥିଲେ।  ଏଥିପାଇଁ ଶିଳ୍ପଠାରୁ ଆରମ୍ଭ କରି ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

କାର୍ବନ ବିକିରଣ ଜନିତ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ହୋଇଥିବା ଓ ଏଥିଯୋଗୁଁ ମାନବ ସମାଜ ଓ ପରିବେଶ ଉପରେ ପ୍ରଭାବ ପଡୁଛି। ଖଣିଜ  କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକିବା ବା କମାଇବା ପାଇଁ ପଦକ୍ଷେପ ନିଆଯିବା ସଂପର୍କରେ ସମ୍ମିଳନୀରେ  ଆଲୋଚନା କରାଯାଇଛି।

କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ, ଓଡିଶା ରାଜ୍ୟ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏବଂ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ, ରାଜ୍ୟ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ବାର୍ତ୍ତା ଦେଇଥିଲେ।

ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ. ମୁରୁଗେସନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ସମ୍ମିଳନୀର ଉଦ୍ଦେଶ୍ୟ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସଂପର୍କରେ ଆଲୋକପାତ କରିଥିଲେ। ପ୍ରଥମ ଥର କରି ଏହି ସମ୍ମିଳନୀ ଓଡିଶାରେ ଅନୁଷ୍ଠିତ ହେଉଛି। ଏଥିରେ ପରିବେଶ, ଶିଳ୍ପ, ଧାତବ ଶିଳ୍ପ, ବିଶେଷଜ୍ଞ, ପ୍ରାଧ୍ୟାପକ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଛନ୍ତି।

ଭାରତ ସରକାରଙ୍କ ଇସ୍ପାତ ବିଭାଗ ଅତିରିକ୍ତ ଶାସନ ସଚିବ ରୂଚିକା ଚୌଧୁରୀ ଗୋଭିଲ୍,  ବିଜୁ ପଟ୍ଟନାୟକ ମେଟାଲ ନ୍ୟାସନାଲ ଷ୍ଟିଲ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରିତମ ଏସ୍ ପୁର୍କାୟସ୍ଥ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ  ବିଭିନ୍ନ ତଥ୍ୟ ସମ୍ବଳିତ ପ୍ରକାଶିତ “ନଲେଜ୍ ପେପର”  ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଏଠାରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଉଦଘାଟନ କରିବା ସହିତ ପ୍ରଦର୍ଶନୀ ପରିଦର୍ଶନ କରି ଅଂଶଗ୍ରହଣକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ପ୍ରଦର୍ଶନୀରେ ୨୨ ଟି ସଂସ୍ଥା ଅଂଶଗ୍ରହଣ କରିଛନ୍ତି।  ସବୁଜ ଧାତୁ ହେଉଛି ନିଟ୍ ଶୂନ  କାର୍ବନ  ନିର୍ଗମନ ଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛ ଶକ୍ତିର ପ୍ରୟୋଗ କରିବା।

ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ମାତା ଲକ୍ଷ୍ମୀଙ୍କ ପୂଜାରେ ଏହି ଜିନିଷଗୁଡିକ ଅର୍ପଣ କରନ୍ତୁ, ମିଳିବ ଆଶୀର୍ବାଦ

October 6, 2025

ବିଶ୍ୱକପରେ ଟିମ୍ ଇଣ୍ଡିଆର ବଡ ବିଜୟ: ପାକିସ୍ତାନର ପୁଣି ଲଜ୍ଜାଜନକ ପରାଜୟ

October 6, 2025

ଆଜି ଅକ୍ଟୋବର ୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 6, 2025

କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିବେଦନ

October 5, 2025
Latest News

ମାତା ଲକ୍ଷ୍ମୀଙ୍କ ପୂଜାରେ ଏହି ଜିନିଷଗୁଡିକ ଅର୍ପଣ କରନ୍ତୁ, ମିଳିବ ଆଶୀର୍ବାଦ

October 6, 2025

ବିଶ୍ୱକପରେ ଟିମ୍ ଇଣ୍ଡିଆର ବଡ ବିଜୟ: ପାକିସ୍ତାନର ପୁଣି ଲଜ୍ଜାଜନକ ପରାଜୟ

October 6, 2025

ଆଜି ଅକ୍ଟୋବର ୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 6, 2025

କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିବେଦନ

October 5, 2025

୫ଜଣ ପ୍ରତିଭାଙ୍କୁ ପ୍ରଦାନ କରାଗଲା ‘ପ୍ରାଣନାଥ ସମ୍ମାନ’

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.