Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ବିଶାଳ ରାଲି ଓ ବେକାରୀ ହାଟ ଅନୁଷ୍ଠିତ
ଆଜିର ଖବର

ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ବିଶାଳ ରାଲି ଓ ବେକାରୀ ହାଟ ଅନୁଷ୍ଠିତ

February 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ଓ ସ୍ୱାଭିମାନର ବିକାଶ ନିମନ୍ତେ ସର୍ବଦା ଚ଼େଷ୍ଟିତ ଓଏସଇଏଫଡ଼ି (OSEFD) ଓ‌ ଓଏସଏସଇଟିଏ (OSSETA) ସଂଘର‌ ମିଳିତରେ ଗଠିତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ବିଶାଳ ମହାସମାବେଶ ହୋଇଛି। ଆମେ ଦୀର୍ଘ ବର୍ଷ ଧରି ବିଭିନ୍ନ ମାଧ୍ୟମରେ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଆସୁଥିଲେ ମଧ୍ୟ ସରକାର ଆଦୌ କର୍ଣ୍ଣପାତ କରୁନାହାନ୍ତି।ପ୍ରତି ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ, ପ୍ରତି ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୫ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ଏବଂ ଯେଉଁ ବିଦ୍ୟାଳୟ ରେ ଜଣେ ବି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଥିବ, ସେହି ବିଦ୍ୟାଳୟରେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ତତସହିତ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ RPWD Act 2016, RTE Act 2009 ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ‌କୁ ଦୁଇବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଅଣଦେଖା କରୁଛନ୍ତି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଆଶ୍ଚର୍ଯ୍ୟଜନକ। RPWD Act ଅନୁସାରେ ୨୧ ପ୍ରକାର ଭିନ୍ନକ୍ଷମ ଥିବା ବେଳେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ୯ ପ୍ରକାର ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ଙ୍କ ଆବଶ୍ୟକତା ଅଛି ବୋଲି ସତ୍ୟପାଠ ଦାଖଲ କରିଛନ୍ତି ଏବଂ ଓଡ଼ିଶାରେ ୧ ଲକ୍ଷ ୪୬ ହଜାର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ସାଧାରଣ ବିଦ୍ୟାଳୟ ରେ ଶିକ୍ଷା ଗ୍ରହଣ କରୁଥିବା ସ୍ଥଳେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ୯୬ ହଜାର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଓଡ଼ିଶାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା ସ୍ପେଶିଆଲ ଏଜୁକେଟର ଫର ଦିବ୍ୟାଙ୍ଗ ସଂଘ ସୁପ୍ରିମକୋର୍ଟ ରେ କେସ୍ ଫାଇଲ କରିଛି, ଏହି କେସ୍ କୁ ସୁପ୍ରିମକୋର୍ଟ ର ବରିଷ୍ଠ ଆଇନଜୀବୀ ସ୍ରିଷ୍ଠି ଅଗ୍ନିହୋତ୍ରୀ ପରିଚ଼ାଳନା କରୁଛନ୍ତି।

ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଅଭିନବ ପ୍ରତିବାଦ ସ୍ବରୂପ ଆଜି ପ୍ରତ୍ୟେକ ଜିଲ୍ଲା ରୁ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ଭୁବନେଶ୍ୱର ର ଲୋୟର ପିଏମଜି ଠାରେ ବେକାରୀ ହାଟ କରାଯାଇଥିଲା। ତା’ ସହ କଳାହାଣ୍ଡି ଜିଲ୍ଲା ର ବଜାସାଲ ଓ ଅନ୍ୟ ଜିଲ୍ଲା ମାନଙ୍କର ପାରମ୍ପରିକ ପ୍ରଣାଳୀ ରେ ରାଜ୍ୟ ସରକାର ଙ୍କୁ ଦାବି ଉପସ୍ଥାପନ କରିଥିଲେ।

ଆମେ ଯାହାଙ୍କୁ ପଢ଼ାଇବା ପାଇଁ ପ୍ରଶିକ୍ଷଣ ନେଇଛୁ, ସେହି ମାନଙ୍କୁ ପଢ଼ାଇବାରୁ ଆମକୁ ବଞ୍ଚିତ ରାଜ୍ୟ ସରକାର କାହିଁକି କରୁଛନ୍ତି ଓ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାକୁ ସରକାର କାହିଁକି ଗୁରୁତ୍ବ ଦେଉନାହାନ୍ତି ବୋଲି ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପ୍ରଶ୍ନ କରିଛି।

ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ୧ ଲକ୍ଷ ୪୬ ହଜାର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ୭ ହଜାର ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ ଭାରତୀୟ ପୁନର୍ବାସ ପରିଷଦ ରେ ନାମ ପଞ୍ଜିକରଣ କରି ବେକାରୀ ହୋଇ ବସିଛନ୍ତି।ରାଜ୍ୟ ସରକାର ଯେ ପର୍ଯ୍ୟନ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିନାହାନ୍ତି, ସେହି ପର୍ଯ୍ୟନ୍ତ ଭୁବନେଶ୍ଵର ର ଲୋୟର ପିଏମଜି ଠାରେ ଧାରଣା ଜାରି ରହିବ ବୋଲି ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଆବାହକ ଶ୍ରୀ ଆୟୁଷ୍ମାନ ଚୋୖଧୁରୀ ଓ ବୀରବର ସାମନ୍ତସିଂହାର କହିଛନ୍ତି।

OSEFD OSSETA
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.