୨୮ ଆମେରିକୀୟ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲା ଭାରତ

Published: Jun 16, 2019, 11:30 am IST
India Imposes Higher Customs Duty On 28 US Products

ଆମେରିକାକୁ ତାହାର ନିଜ ଭାଷାରେ ଜବାବ ଦେଇଛି ଭାରତ। ଭାରତ ପକ୍ଷରୁ ଆମଦାନୀ କରାଯାଉଥିବା କୃଷି ଉତ୍ପାଦ ସମେତ ୨୮ଟି ଦ୍ରବ୍ୟ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛି। ଏହା ଦ୍ୱାରା ଆମେରିକାକୁ ଭାରତରେ ନିଜ ଦ୍ରବ୍ୟ ବିକ୍ରି କରିବାକୁ ହେଲେ ଅଧିକ ଟିକସ ଦେବାକୁ ପଡିବ। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ ନିଜର ଏକ ପୁରୁଣା ଅଧିସୂଚନାକୁ ସଂଶୋଧିତ କରି ଗତକାଲି ନୂଆ ବିଜ୍ଞପ୍ତି ପ୍ରକାଶ କରିଥିଲା। ବିଆଇସି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଆମେରିକାରେ ଉତ୍ପାଦିତ ହେଇଥିବା ୨୮ଟି ଉତ୍ପାଦ ଉପରେ ଟିକସ ଲଗାଯିବ। ତେବେ ଅନ୍ୟ ଦେଶର ଉତ୍ପାଦ ଉପରେ କର ଅପରିବର୍ତିତ ରହିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ପୂର୍ବ ଆର୍ଥିକ ବର୍ଷରେ ଭାରତର ଆମେରିକାରୁ ରପ୍ତାନୀ ମୂଲ୍ୟ ୪୭.୯ ମିଲିୟନ୍‌ ଡଲାର ରହିଥିଲା। ଏହି ସମୟରେ ୨୬.୭ ମିଲିୟନ୍‌ ଡଲାରର ଆମଦାନୀ ହୋଇଥିଲା। ଏବେ ଏହି ନିଷ୍ପତି ଫଳରେ ଦେଶକୁ ୨୧.୭କୋଟି ଡଲାରର ଅତିରିକ୍ତ ରାଜସ୍ୱ ମିଳିବ। ଆମଦାନୀ ଶୁଳ୍କ ବୃଦ୍ଧି ପାଇଥିବା କୃଷିଜାତ ଦ୍ରବ୍ୟ ମଧ୍ୟରେ ଚଣା, ମସୁର ଡାଲି, ସେଓ, ଅଖରୋଟ ପ୍ରମୁଖ ରହିଛି।

Related posts